ମହାନଦୀ ଜଳ ବିବାଦ ସମାଧାନ ପାଇଁ ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତାକାଲି ନୂଆଜିଲ୍ଲୀରେ ବସିବ ତ୍ରିପାକ୍ଷିକ ବୈଠକ। ଏଥିରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ, ଓଡ଼ିଶା, ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚପଦସ୍ତ ଅଧିକାରୀମାନେ ଯୋଗଦେବେ। ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଅଦିଲ୍ଲୀ ଯାଇଛନ୍ତି। ମହାନଦୀ ବିବାଦର ତ୍ରିପାକ୍ଷିକ ଆଲୋଚନାରେ ଭାଗ ନେବାକୁ ଦିଲ୍ଲୀ ଯିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଦେଇଥିଲେ ମନ୍ତ୍ରୀ, ବିଧାୟକ ଓ କର୍ମୀ। ରାସ୍ତା ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ […]

navven

navven

Rakesh Mallick
  • Published: Friday, 16 September 2016
  • Updated: 17 September 2016, 11:28 AM IST

Sports

Latest News

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆସନ୍ତାକାଲି ନୂଆଜିଲ୍ଲୀରେ ବସିବ ତ୍ରିପାକ୍ଷିକ ବୈଠକ। ଏଥିରେ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀ, ଓଡ଼ିଶା, ଛତିଶଗଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚପଦସ୍ତ ଅଧିକାରୀମାନେ ଯୋଗଦେବେ। ସେଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଅଦିଲ୍ଲୀ ଯାଇଛନ୍ତି।

ମହାନଦୀ ବିବାଦର ତ୍ରିପାକ୍ଷିକ ଆଲୋଚନାରେ ଭାଗ ନେବାକୁ ଦିଲ୍ଲୀ ଯିବା ପୂର୍ବରୁ ଆଜି ମୁଖ୍ୟମନ୍ତ୍ରୀଙ୍କୁ ସମ୍ୱର୍ଦ୍ଧନା ଦେଇଥିଲେ ମନ୍ତ୍ରୀ, ବିଧାୟକ ଓ କର୍ମୀ। ରାସ୍ତା ଉପରେ ନିର୍ମାଣ ହୋଇଥିବା ଅସ୍ଥାୟୀ ମଞ୍ଚରେ ମନ୍ତ୍ରୀ ଓ ବିଧାୟକମାନେ ଛତିଶଗଡ଼ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷି ଥିଲେ। ମହାନଦୀ ଜଳ ଶୁଖାଇବା ପାଇଁ ଛତିଶଗଡ଼ ସରକାର ଷଡଯନ୍ତ୍ର କରିଛି, ଏଥିରେ କେନ୍ଦ୍ର ସରକାର ସହଯୋଗ କରିଛି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ, “ଓଡ଼ିଶାର ସାଢ଼େ ୪ କୋଟି ଲୋକ ମହାନଦୀକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହେଁ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ସବୁ ପ୍ରକାର ଚେଷ୍ଟା କରିବି। ଦିଲ୍ଲୀ ବୈଠକକୁ ମୁଁ ବହୁ ଆଶା ନେଇ ଯାଉଛି। ମୋର ବିଶ୍ୱାସ ଦିଲ୍ଲୀ ଦରବାର ଓଡ଼ିଶାବାସୀଙ୍କ କଥା ଶୁଣିବ ଏବଂ ମହାନଦୀ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବ।”

ପଞ୍ଚାୟତିରାଜ ମନ୍ତ୍ରୀ ଅରୁଣ ସାହୁ କହିଛନ୍ତି,“ମହାନଦୀ ହେଉଛି ଆମ ସଂସ୍କୃତି, ସଭ୍ୟତା ଓ ବିକାଶର ଜୀବନ ଧାରା। ତାକୁ ଶୁଷ୍କ କରିଦେବାକୁ ଛତିଶଗଡ଼ ସରକାର ପ୍ରୟାସ କରିଛନ୍ତି।  ଯଥାଶୀଘ୍ର ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣ ବନ୍ଦ କରାଯାଉ।”

ଅନ୍ୟପକ୍ଷରେ ମହାନଦୀ ବିବାଦରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି କଂଗ୍ରେସ୍‌ ପ୍ରକାଶ କରିଛି ଶ୍ୱେତପତ୍ର। ଏଥିରେ ସରକାର କିପରି ଛତିଶଗଡ଼ ପ୍ରକଳ୍ପ କଥା ପୂର୍ବରୁ ଜାଣିଥିଲେ ସେ ସମ୍ପର୍କରେ ଅନେକ ତଥ୍ୟ ରହିଛି। ଦଳ ଦାବି କରିଛି ଆସନ୍ତାକାଲି ହେବାକୁ ଥିବା ବୈଠକରେ ରାଜ୍ୟ ସରକାର ରାଜ୍ୟର ସ୍ୱାର୍ଥକୁ ସାଲିସ୍‌ ନ କରନ୍ତୁ।

ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି,“ଦୀର୍ଘ ୧୬ ବର୍ଷ ଧରି ଶାସନ କରୁଥିବା ରାଜ୍ୟ ସରକାର ଅବହେଳା କରିବା ପରେ ଏବେ ଆନ୍ଦୋଳନ କଥା କହୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କର ଆଜି ବାହାରିଥିବା ପଟୁଆରରୁ ରାଜନୈତିକ ଗନ୍ଧ ବାରି ହେଉଛି।”

ବିଜେପି ମଧ୍ୟ ରାଜ୍ୟ ସରକାରଙ୍କ ପ୍ରସ୍ତୁତି ଓ ମୁଖ୍ୟମନ୍ତ୍ରୀଙ୍କ ପଟୁଆରକୁ ନେଇ ପ୍ରଶ୍ନ ଉଠାଇଛି। ବିଜେପି ବିଧାୟକ ପ୍ରଦୀପ ପରୋହିତ କହିଛନ୍ତି,“ମହାନଦୀ ବିବାଦକୁ ସମାଧାନ ପାଇଁ ଯେଉଁ ଢଙ୍ଗରେ ଓଡ଼ିଶା ସରକାର ପ୍ରସ୍ତୁତି ହେବା କଥା ସେ ଦିଗରେ ପ୍ରସ୍ତୁତ ହୋଇନାହାନ୍ତି। ଓଡ଼ିଶା ସରକାର ନିଜର ଅପାରଗତାକୁ ଘଣ୍ଟ ଘୋଡାଇବା ଓ ଜନତାଙ୍କୁ ବିଭ୍ରାନ୍ତ କରିବା ପାଇଁ ଏପରି ନାଟକବାଜି କରୁଛନ୍ତି।”

ଅନ୍ୟପକ୍ଷରେ ଆସନ୍ତାକାଲି ବୈଠକ ନେଇ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ରହିବ ଓ ଛତିଶଗଡ଼ ସରକାରଙ୍କ ଯୁକ୍ତିର ଜବାବ ଦେବା ପାଇଁ ଆଜି ରଣନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର।

ଆସନ୍ତାକାଲି ବସୁଥିବା ବୈଠକରେ ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ ସହ ଇନ୍ଦ୍ରାବତୀ, ତେଲ ନଦୀ ପ୍ରସଙ୍ଗ ଉଠାଇ ପାରେ ଛତିଶଗଡ଼ ସରକାର। ମହାନଦୀ ଉପରମୁଣ୍ଡରେ ନିର୍ମାଣ ହେଉଥିବା ବିଭିନ୍ନ ପ୍ରକଳ୍ପ କାମ ବନ୍ଦ ପାଇଁ ଦାବି କରିବ ଓଡ଼ିଶା ସରକାର। ତାହା ସହିତ ଜଳ ସେଚନ ନାଁରେ ପ୍ରକଳ୍ପ କରି ଶିଳ୍ପକୁ ପାଣି ଦେବା, ମହାନଦୀ ଉପରେ ନିର୍ମାଣ ହୋଇଥିବା ୬ଟି ଶିଳ୍ପ ବ୍ୟାରେଜ ପ୍ରସଙ୍ଗ ଉଠାଇବ ଓଡ଼ିଶା। ବିଭିନ୍ନ ପ୍ରକଳ୍ପ ପାଇଁ ରାଜ୍ୟର ପରାମର୍ଶ ନ ନେବା ଓ କେନ୍ଦ୍ର ଜଳ ଆୟୋଗଙ୍କ ମନମୁଖୀ କାର୍ଯ୍ୟକଳାପ ଉପରେ ମଧ୍ୟ ପ୍ରଶ୍ନ ଉଠିବ। ମହାନଦୀ ବେସିନ୍‌ରେ ମହାନଦୀ ମେଜର ଇରିଗେସନ୍‌ ପ୍ରଜେକ୍ଟର ଡିପିଆର ପ୍ରସଙ୍ଗ ଉଠାଇବା ସହିତ ଅଣମୌସୁମୀ ସମୟରେ ହୀରାକୁଦ ଡ୍ୟାମକୁ କେତେ ପାଣି ଆସୁଛି ସେ ତଥ୍ୟ ମାଗିବ। କେଉଁ ରାଜ୍ୟ କେତେ ଜଳ ବ୍ୟବହାର କରିବ ସେ ନେଇ ଚୁକ୍ତିନାମା ଓ ରିଭର ବୋର୍ଡ କିମ୍ୱା ଟ୍ରିବ୍ୟୁନାଲ ସମ୍ପର୍କରେ ଯୁକ୍ତି ବାଢିପାରେ ଓଡ଼ିଶା ସରକାର।

ସେପଟେ ଜଏଣ୍ଟ କଣ୍ଟ୍ରୋଲ ବୋର୍ଡ ଉପରେ ଗୁରୁତ୍ୱ ଦେବ ଛତିଶଗଡ଼ ସରକାର। ତେବେ ଓଡ଼ିଶା ବିବାଦୀୟ ପ୍ରସଙ୍ଗ ଉଠାଇଲେ ଛତିଶଗଡ଼ ଇନ୍ଦ୍ରାବତୀ, ତେଲ, ଜଙ୍ଗ, ଯୋଡ଼ା ନାଳ ପସଙ୍ଗ ଉଠାଇ ପାରେ। ଏଭଳି କିଛି ସଙ୍କେତ ଦେଇଛନ୍ତି ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ। ସେ କହିଛନ୍ତି,“ବିବାଦକୁ ଗଲେ ଛତିଶଗଡ଼ ଓ ଓଡ଼ିଶ ଉଭୟ ବହୁତ ଗୁଡ଼ିଏ ପ୍ରସଙ୍ଗ ଉଠାଇବେ। ମହାନଦୀ ଜଳ ବିବାଦ ସମାଧାନ ପାଇଁ ୧୯୮୩ରେ ଦୁଇ ରାଜ୍ୟ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରାଯାଉ ଏବଂ ଆଲୋଚନା ମାଧ୍ୟମରେ ସମସ୍ୟା ସମାଧାନ କରାଯାଉ। ମୁଁ ଭାବୁଛି ଆସନ୍ତାକାଲି ବସୁଥିବା ବୈଠକରେ ସମାଧାନ ରାସ୍ତା ବାହାରିବ।”

ଆସନ୍ତାକାଲି ବସୁଥିବା ବୈଠକ ନବୀନଙ୍କ ସହିତ ଶିଳ୍ପ ମନ୍ତ୍ରୀ ଦେବୀପ୍ରସାଦ ମିଶ୍ର, ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ମୁଖ୍ୟଶାସନ ସଚିବ,  ଜଳ ସମ୍ପଦ ବିଭାଗ ସଚିବ ଓ ଅଧିକାରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story