ମହାନଦୀ ବିବାଦ: କଂଗ୍ରେସ ସର୍ବଦଳୀୟ ବୈଠକ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନରସିଂହ ମିଶ୍ରଙ୍କ ପ୍ରସ୍ତାବ

ଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍‌ ନିର୍ମାଣ ପ୍ରସଙ୍ଗରେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚିଠି ଲେଖିଛନ୍ତି । ସେ କହିଛନ୍ତି,“ମୋ’ ପୂର୍ବ ଚିଠିର ମୁଖ୍ୟମନ୍ତ୍ରୀ ଉତ୍ତର ଦେଲେ ନାହିଁ। ସେଥିପାଇଁ ମୁଁ’ ନିଷ୍ପତ୍ତି ନେଇଛି ସର୍ବଦଳୀୟ ବୈଠକ ମୁଁ’ ଡାକିବି। ବୈଠକ କେବେ ଡକାଯିବ ଓ କେଉଁ ଜାଗାରେ ଅନୁଷ୍ଠିତ ହେବ ସେହି ଖବର ମୋତେ ଦିଅନ୍ତୁ। ଛତିଶଗଡ଼ରୁ ଫେରିବା ପରେ ଆମେ ସର୍ବଦଳୀୟ ବୈଠକ […]

narasing mishra

narasing mishra

Rakesh Mallick
  • Published: Monday, 25 July 2016
  • Updated: 25 July 2016, 03:17 PM IST

Sports

Latest News

narasing mishraଭୁବନେଶ୍ୱର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍‌ ନିର୍ମାଣ ପ୍ରସଙ୍ଗରେ ଆଜି ପୁଣି ଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଚିଠି ଲେଖିଛନ୍ତି । ସେ କହିଛନ୍ତି,“ମୋ’ ପୂର୍ବ ଚିଠିର ମୁଖ୍ୟମନ୍ତ୍ରୀ ଉତ୍ତର ଦେଲେ ନାହିଁ। ସେଥିପାଇଁ ମୁଁ’ ନିଷ୍ପତ୍ତି ନେଇଛି ସର୍ବଦଳୀୟ ବୈଠକ ମୁଁ’ ଡାକିବି। ବୈଠକ କେବେ ଡକାଯିବ ଓ କେଉଁ ଜାଗାରେ ଅନୁଷ୍ଠିତ ହେବ ସେହି ଖବର ମୋତେ ଦିଅନ୍ତୁ। ଛତିଶଗଡ଼ରୁ ଫେରିବା ପରେ ଆମେ ସର୍ବଦଳୀୟ ବୈଠକ ଡ଼ାକିବୁ।”

ସେ କହିଛନ୍ତି,“ଛତିଶଗଡ଼ ସରକାର ମହାନଦୀ ଉପରମୁଣ୍ଡରେ ଯାହାସବୁ ଯୋଜନା କରିବାକୁ ଯାଉଛନ୍ତି ତାହା ଓଡ଼ିଶା ପାଇଁ କ୍ଷତି ସୃଷ୍ଟି କରିବ। ଏହାକୁ ନେଇ ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ’ ଏକ ଚିଠି ଲେଖିଥିଲି । ଆମେ ଏହି ବ୍ୟାରେଜ୍‌ ନିର୍ମାଣକୁ ସଂପୂର୍ଣ୍ଣ ରୂପେ ବିରୋଧ କରୁଛୁ। ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ଆମେ ସମସ୍ତେ ମିଳିତ ହୋଇ ପ୍ରତିବାଦ କରିବା କଥା। କିଭଳି ଛତିଶଗଡ଼ ସରକାରଙ୍କ କାର୍ଯ୍ୟକ୍ରମକୁ ପ୍ରତିରୋଧ କରାଯାଇ ପାରିବ ସେ ସମ୍ପର୍କରେ ପଦକ୍ଷେପ ନେବା ଉଚିତ।”

ନରସିଂହ କହିଛନ୍ତି,“ଆମେ ସର୍ବଦଳୀୟ ବୈଠକରେ ଯୋଗ ଦେବାକୁ ପ୍ରସ୍ତୁତ ଅଛୁ। ମୁଖ୍ୟମନ୍ତ୍ରୀ ବୈଠକ ଡାକନ୍ତୁ। ଆଜି ପର୍ଯ୍ୟନ୍ତ ମାନ୍ୟବର ମୁଖ୍ୟମନ୍ତ୍ରୀ ତାର ଉତ୍ତର ଦେଲେ ନାହିଁ। ଏପରିକି ପ୍ରାପ୍ତି ସ୍ୱୀକାର ମଧ୍ୟ କଲେ ନାହିଁ। ଯେହେତୁ ମୁଖ୍ୟମନ୍ତ୍ରୀ ମୌନ ରହିଲେ କଂଗ୍ରେସ ବିଧାୟକ ଦଳ ନିଷ୍ପତ୍ତି ନେଲା ଛତିଶଗଡ଼ର ଯେଉଁ ଜାଗାରେ ମହାନଦୀ ପାଣିକୁ ବନ୍ଦ କରାଯାଉଛି ସେ ଅଞ୍ଚଳ ପରିଦର୍ଶନ କରିବ ଏବଂ ଛତିଶଗଡ଼ ସରକାରର ସରକାରୀ କର୍ମଚାରୀ ସାଙ୍ଗରେ ଆଲୋଚନା କରିବ। ଆଜି କଂଗ୍ରେସ ବିଧାୟକ ଦଳର ୭ ଜଣିଆ ଟିମ୍ ଛତିଶଗଡ଼ ଗସ୍ତ ପାଇଁ ତପସ୍ୱନୀ ଏକ୍ସପ୍ରେସରେ ଝାରସୁଗୁଡ଼ା ଯିବ ଓ  ଆସନ୍ତାକାଲି ପ୍ରସ୍ତାବିତ ପ୍ରକଳ୍ପ ଅଞ୍ଚଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story