ମହାନଦୀ ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଆନ୍ତରିକତାକୁ ନେଇ ପ୍ରଶ୍ନ

ଭୁବନେଶ୍ୱର: ମହାନଦୀ ସମସ୍ୟାକୁ ନେଇ ବିଜେଡି କଳସ ଶୋଭାଯାତ୍ରାଠାରୁ ଆରମ୍ଭ କରି ଦସ୍ତଖତ ଅଭିଯାନ ଚଳାଇଛି। ଆଗକୁ ମାନବ ଶୃଙ୍ଖଳା କରିବାକୁ ଯାଉଛି। ହେଲେ ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ କେତେ ଆନ୍ତରିକତା ଅଛି ତାହା ଆଜି ପଦାରେ ପଡିଛି। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ସଂସଦରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖିବା ପରେ ଏହି ବିବାଦର ସମାଧାନ ପାଇଁ ବିଜେଡି ସରକାରର ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି। ଆଜି […]

mahanadi

mahanadi

Rakesh Mallick
  • Published: Thursday, 17 November 2016
  • Updated: 17 November 2016, 09:12 PM IST

Sports

Latest News

mahanadiଭୁବନେଶ୍ୱର: ମହାନଦୀ ସମସ୍ୟାକୁ ନେଇ ବିଜେଡି କଳସ ଶୋଭାଯାତ୍ରାଠାରୁ ଆରମ୍ଭ କରି ଦସ୍ତଖତ ଅଭିଯାନ ଚଳାଇଛି। ଆଗକୁ ମାନବ ଶୃଙ୍ଖଳା କରିବାକୁ ଯାଉଛି। ହେଲେ ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାରଙ୍କ କେତେ ଆନ୍ତରିକତା ଅଛି ତାହା ଆଜି ପଦାରେ ପଡିଛି। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ସଞ୍ଜୀବ ବାଲିୟାନ ସଂସଦରେ ଏକ ଅଣତାରକା ପ୍ରଶ୍ନର ଉତ୍ତର ରଖିବା ପରେ ଏହି ବିବାଦର ସମାଧାନ ପାଇଁ ବିଜେଡି ସରକାରର ଆନ୍ତରିକତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି।

ଆଜି ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ କେନ୍ଦ୍ରମନ୍ତ୍ରୀ କହିଥିଲେ, “ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକରେ ଓଡ଼ିଶାର ଦାବି ଅନୁସାରେ ଏକ୍ସପର୍ଟ କମିଟି ଗଠନ ପାଇଁ ନିଷ୍ପତ୍ତି ହୋଇଥିଲା। ଏକ୍ସପର୍ଟ କମିଟିର ପ୍ରସ୍ତାବିତ ରୂପରେଖ ସର୍ତ୍ତାବଳୀ ଉଭୟ ଛତିଶଗଡ଼ ଓ ଓଡ଼ିଶାକୁ ପଠାଯାଇଥିଲା। ଛତିଶଗଡ଼ ସରକାର ଏକ୍ସପର୍ଟ କମିଟି ପାଇଁ ତାଙ୍କ ପ୍ରତିନିଧିଙ୍କୁ ମନୋନୀତ କରି କେନ୍ଦ୍ରକୁ ଅବଗତ କରିଛନ୍ତି। ହେଲେ ଓଡ଼ିଶା ସରକାର କେନ୍ଦ୍ରକୁ ଉତ୍ତର ଦେଇନାହାନ୍ତି। ରିମାଇଣ୍ଡର ପରେ ବି ଓଡ଼ିଶା ସରକାରଙ୍କ ପକ୍ଷରୁ କୌଣସି ଉତ୍ତର ଆସିନାହିଁ।”

ଗୃହରେ ଏ ବିଷୟରେ ଆଲୋଚନା ପରେ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛି। ବିଜେପି ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ କହିଛନ୍ତି,“ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀଙ୍କ ଉତ୍ତର ପରେ ଓଡ଼ିଶା ସରକାରଙ୍କ ପ୍ରକୃତ ଚେହେରା ପଦାରେ ପଡି ଯାଇଛି। ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଉଲଗ୍ନ ହୋଇଯାଇଛନ୍ତି।”

ବିଜେଡି କହିଛି ଛତିଶଗଡ଼ ସରକାର ପ୍ରକଳ୍ପ ନିର୍ମାଣ ବନ୍ଦ କରୁ ନ ଥିବାରୁ କମିଟିକୁ ଗ୍ରହଣ କରାଯାଇନାହିଁ। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ଏକ୍ସପର୍ଟ କମିଟି ଗଠନ ପାଇଁ ଆମେ ପ୍ରସ୍ତାବ ଦେଉଥିଲୁ। କମିଟି ଗଠନ ହେବା ପର୍ଯ୍ୟନ୍ତ କାମ ବନ୍ଦ ରଖିବାକୁ କହିଥିଲୁ। ହେଲେ ସେ କହୁଛନ୍ତି କମିଟି ଗଠନ ହେଉ, ହେଲେ ଆମେ ବେଆଇନ ନିର୍ମାଣ ଜାରି ରଖିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos