ମହାନଦୀ ବିବାଦ: ରାଜ୍ୟପାଳଙ୍କୁ ଭେଟିଲା ସର୍ବଦଳୀୟ ଟିମ୍, ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦେଲା ସ୍ମାରକପତ୍ର

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ପ୍ରକଳ୍ପକୁ ବିରୋଧରେ କରି ଆଜି ସର୍ବଦଳୀୟ ଟିମ୍ ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି। ମହାନଦୀ ଉପରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ଓ ରିଭର ବୋର୍ଡ ଗଠନ କରିବାକୁ ସର୍ବଦଳୀୟ ଟିମ୍ ଦାବି କରିଛି। ରାଜ୍ୟପାଳଙ୍କୁ ସାକ୍ଷାତ କରି ଫେରିବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ଓଡ଼ିଶାର କୋଟି କୋଟି ଲୋକଙ୍କ ସ୍ୱାର୍ଥକୁ ରକ୍ଷା […]

all-party

all-party

Rakesh Mallick
  • Published: Wednesday, 10 August 2016
  • Updated: 10 August 2016, 12:57 PM IST

all-partyଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ଦ୍ୱାରା ନିର୍ମାଣାଧୀନ ପ୍ରକଳ୍ପକୁ ବିରୋଧରେ କରି ଆଜି ସର୍ବଦଳୀୟ ଟିମ୍ ପୂର୍ବାହ୍ନ ସାଢ଼େ ୧୦ଟାରେ ରାଜ୍ୟପାଳଙ୍କୁ ଭେଟି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି। ମହାନଦୀ ଉପରେ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ କାର୍ଯ୍ୟକୁ ସ୍ଥଗିତ ରଖିବା ଓ ରିଭର ବୋର୍ଡ ଗଠନ କରିବାକୁ ସର୍ବଦଳୀୟ ଟିମ୍ ଦାବି କରିଛି।

ରାଜ୍ୟପାଳଙ୍କୁ ସାକ୍ଷାତ କରି ଫେରିବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ଓଡ଼ିଶାର କୋଟି କୋଟି ଲୋକଙ୍କ ସ୍ୱାର୍ଥକୁ ରକ୍ଷା କରିବାକୁ ଆମେ ସ୍ମାରକପତ୍ର ମାଧ୍ୟମରେ ରାଷ୍ଟ୍ରପତିଙ୍କ ନିକଟରେ ଦାବି କରିଛୁ। ମହାନଦୀ ଉପରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ପ୍ରକଳ୍ପଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେବାକୁ ଆମେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛୁ। ସେହିଭଳି ରିଭର ବୋର୍ଡ ଗଠନ କରିବାକୁ ଦାବି କରିଛୁ। ମହାନଦୀ ଉପରେ ପ୍ରକଳ୍ପ ନିର୍ମାଣ ନେଇ ଓଡ଼ିଶାର ଅନୁପସ୍ଥିତିରେ ସିଡବ୍ଲ୍ୟୁସି, ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ନେଇଥିବା ନିଷ୍ପତ୍ତିଗୁଡ଼ିକର ପୁନର୍ବିଚାର କରାଯିବାକୁ ଆମେ ଦାବି ଜଣାଇଛୁ।”

ଏ ଅବସରରେ ବିରୋଧୀ ଦଳ ନେତା ମହାନଦୀ ପ୍ରସଙ୍ଗରେ ଗଠନ କରାଯାଇଥିବା କମିଟି ଘୋଷଣା କରିଥିଲେ। ଏହି କମିଟିରେ ହାଇକୋର୍ଟର ପୂର୍ବତନ ବିଚାରପତି ଚୌଧୁରୀ ପ୍ରତାପ ମିଶ୍ର ଅଧ୍ୟକ୍ଷ ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ସାମ୍ବାଦିକ ତଥା ସମାଜସେବୀ ରବି ଦାସ, ସମାଜସେବୀ ତଥା ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ଗୌରାଙ୍ଗ ହୋତା ଓ ରଞ୍ଜନ ପଣ୍ଡା ପ୍ରମୁଖ ସଦସ୍ୟ ଅଛନ୍ତି।

ନରସିଂହ ମିଶ୍ର କହିଥିଲେ,“ସର୍ବଦଳୀୟ କମିଟିରେ ପରେ ପଶ୍ଚିମ ଓଡ଼ିଶାର ଆଉ ଜଣେ ବ୍ୟକ୍ତିଙ୍କୁ ସାମିଲ କରାଯିବ। ତା’ଛଡ଼ା କମିଟିର ସଦସ୍ୟ କରିବା ପାଇଁ ଅଧ୍ୟକ୍ଷ ଜଷ୍ଟିସ୍ ମିଶ୍ରଙ୍କୁ ସ୍ୱାଧୀନତା ଦିଆଯାଇଛି।”

ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର କହିଥିଲେ,“ପ୍ରଥମ ଥର ପାଇଁ କୌଣସି ପ୍ରସଙ୍ଗରେ ସବୁ ବିରୋଧୀ ଦଳ ଏକାଠି ହୋଇଛନ୍ତି ଓ ଦିଲ୍ଲୀ ଦରବାରରେ ସ୍ୱର ଉଠାଇଛନ୍ତି। ଏ ସ୍ୱର ଦିଲ୍ଲୀ ଦରବାରରେ ନିଶ୍ଚିତ ଶୁଣାଯିବ। ରାଷ୍ଟ୍ରପତି ଏ ନେଇ ବିହିତ ପଦକ୍ଷେପ ନେବେ ବୋଲି ଆମର ଆଶା।”

ନରସିଂହ ମିଶ୍ରଙ୍କ ନେତୃତ୍ୱରେ ବିଜେପି ବିଧାୟକ ଦଳ ନେତା କେ.ଭି. ସିଂହଦେଓ, ବିଧାୟକ ପ୍ରଦୀପ ପୁରୋହିତ, ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର, ଆମ ଓଡ଼ିଶା ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, ସାମ୍ବାଦିକ ରବି ଦାସ, ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ର, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ସାଂସଦ ବ୍ରଜ ତ୍ରିପାଠୀ ଓ ସିପିଏମ୍ ନେତା ଜନାର୍ଦ୍ଦନ ପତି ପ୍ରମୁଖ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଥିଲେ।

ମହାନଦୀ ପ୍ରସଙ୍ଗରେ ଗତ ୩ ତାରିଖରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସର୍ବଦଳୀୟ ବୈଠକ ଡକାଇଥିଲେ। ବିଜେଡି ଓ ସମାଜବାଦୀ ପାର୍ଟି ବ୍ୟତୀତ ଅନ୍ୟ ସମସ୍ତ ରାଜନୈତିକ ଦଳ ଓ ବୁଦ୍ଧିଜୀବୀମାନେ ଏଥିରେ ସାମିଲ ହୋଇଥିଲେ। ଗତକାଲି ନରସିଂହ ମିଶ୍ରଙ୍କ ଦ୍ୱାରା ଦ୍ୱିତୀୟ ସର୍ବଦଳୀୟ ବୈଠକ ଆହୂତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story