ମହାନଦୀ ବିବାଦ: ୨୯ରେ ଓଡ଼ିଶା ଓ ଛତିଶଗଡ଼ ବୈଠକ

ନୂଆଦିଲ୍ଲୀ: ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆସନ୍ତା ୨୯ ତାରିଖରେ ବସିବ ଦୁଇ ରାଜ୍ୟର ବୈଠକ। କେନ୍ଦ୍ର ସରକାର ଏଇ ବୈଠକ ଡାକି ଥିବା ନେଇ ଆଜି ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲିୟାନ। ଏହି ପ୍ରସଙ୍ଗରେ ଲୋକସଭାରେ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଉପରେ ଆଲୋଚନା ବେଳେ ସେ ଏହି ସୂଚନା ଦେଇଥିଲେ। ଲୋକସଭାରେ ବିଜେଡି ସଂସଦୀୟ […]

chhatisgarh

chhatisgarh

Rakesh Mallick
  • Published: Tuesday, 26 July 2016
  • Updated: 26 July 2016, 04:34 PM IST

Sports

Latest News

ନୂଆଦିଲ୍ଲୀ: ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ଆସନ୍ତା ୨୯ ତାରିଖରେ ବସିବ ଦୁଇ ରାଜ୍ୟର ବୈଠକ। କେନ୍ଦ୍ର ସରକାର ଏଇ ବୈଠକ ଡାକି ଥିବା ନେଇ ଆଜି ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ସଂଜୀବ ବାଲିୟାନ। ଏହି ପ୍ରସଙ୍ଗରେ ଲୋକସଭାରେ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଉପରେ ଆଲୋଚନା ବେଳେ ସେ ଏହି ସୂଚନା ଦେଇଥିଲେ।

ଲୋକସଭାରେ ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ଧ୍ୟାନ ଆକର୍ଷଣ ପ୍ରସ୍ତାବ ଆଣି ମହାନଦୀର ଉପରମୁଣ୍ଡରେ ବ୍ୟାରେଜ୍ ହେଲେ ହୀରାକୁଦକୁ ଜଳ ପ୍ରବାହ ପ୍ରଭାବିତ ହେବ ବୋଲି କହିଥିଲେ। ବ୍ୟାରେଜ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ସେ ଦାବି କରିଥିଲେ।

ଏହାର ଉତ୍ତର ରଖି କେନ୍ଦ୍ର ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ କହିଥିଲେ,“ଦେଢ଼ ମାସ ତଳେ ଓଡ଼ିଶାର ଅଭିଯୋଗ ପରେ କେନ୍ଦ୍ର ସରକାର ଗତ ଜୁନ୍ ମାସରେ ଦୁଇ ରାଜ୍ୟର ବୈଠକ ଡକାଇଥିଲେ। ଛତିଶଗଡ଼ ସରକାର ବୈଠକ ପାଇଁ ରାଜି ଥିଲେ, କିନ୍ତୁ ଓଡ଼ିଶା ସରକାର ଏହାକୁ ଏକ ମାସ ପର୍ଯ୍ୟନ୍ତ ଘୁଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ଫଳରେ ବୈଠକ ହୋଇପାରିଲାନି।”

୨୦୦୬ରେ କେଲୋ ପ୍ରକଳ୍ପର ଡିପିଆର୍ ଓଡ଼ିଶା ସରକାରଙ୍କୁ ପଠାଯାଇଥିଲା। ୨୦୦୯ରେ ଏହି ପ୍ରକଳ୍ପ ଅନୁମୋଦନ ପାଇଥିଲା। ସେତେବେଳେ ଓଡ଼ିଶା ସରକାର କାହିଁକି ବିରୋଧ କଲେ ନାହିଁ ବୋଲି ଜଳ ସଂପଦ ରାଷ୍ଟ୍ରମନ୍ତ୍ରୀ ପ୍ରଶ୍ନ କରିଥିଲେ।

ତେବେ ସେ ସ୍ୱୀକାର କରିଥିଲେ ଯେ  ବିନା ଅନୁମତିରେ ଛତିଶଗଡ଼ ସରକାର ଅରପ୍ପା ଡ୍ୟାମ୍ କାମ କରିଛନ୍ତି।

ସେ ଆହୁରି କହିଥିଲେ ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ବିବାଦର ସମାଧାନ ଆଲୋଚନା ମାଧ୍ୟମରେ ହୋଇ ନ ପାରିଲେ ଟ୍ରିବ୍ୟୁନାଲ୍ ଗଠନ କରାଯିବ।

ଅନ୍ୟପକ୍ଷରେ କେନ୍ଦ୍ର ଜଳ ସଂପଦ ରାଷ୍ଟ୍ର ମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ ଆଲୋଚନା ମାଧ୍ୟମରେ ହିଁ ଏହି ସମସ୍ୟାର ସମାଧାନ କରାଯିବ।

ଆଜି ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ବିଜେଡି ସାଂସଦମାନେ କକ୍ଷତ୍ୟାଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos