ମହାନଦୀ ବିବାଦ: ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ୧୬ ଜଣ ବିଧାୟକ ରାଷ୍ଟ୍ରପତିଙ୍କୁ ଭେଟି ଛତିଶଗଡ଼ ସରକାର କିପରି ଏକପାଖିଆ ଭାବେ ମହାନଦୀ ଉପରେ ବ୍ୟାରେଜ ଓ ବନ୍ଧ ନିର୍ମାଣ କରୁଛି ସେ ସମ୍ପର୍କରେ ଅବଗତ କରିଛନ୍ତି। ସବୁ ଶୁଣିବା ପରେ ସମସ୍ୟାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବେ ବୋଲି ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଥିବା ନରସିଂହ କହିଛନ୍ତି। ସେ […]

congress

congress

Rakesh Mallick
  • Published: Thursday, 13 October 2016
  • Updated: 13 October 2016, 09:55 PM IST

Sports

Latest News

congressନୂଆଦିଲ୍ଲୀ: ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆଜି କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହୋଇଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ୧୬ ଜଣ ବିଧାୟକ ରାଷ୍ଟ୍ରପତିଙ୍କୁ ଭେଟି ଛତିଶଗଡ଼ ସରକାର କିପରି ଏକପାଖିଆ ଭାବେ ମହାନଦୀ ଉପରେ ବ୍ୟାରେଜ ଓ ବନ୍ଧ ନିର୍ମାଣ କରୁଛି ସେ ସମ୍ପର୍କରେ ଅବଗତ କରିଛନ୍ତି। ସବୁ ଶୁଣିବା ପରେ ସମସ୍ୟାର ଅନୁଧ୍ୟାନ କରି ଉଚିତ ପଦକ୍ଷେପ ନେବେ ବୋଲି ରାଷ୍ଟ୍ରପତି ପ୍ରତିଶ୍ରୁତି ଦେଇଥିବା ନରସିଂହ କହିଛନ୍ତି।

ସେ କହିଛନ୍ତି,“ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ଏକ ପାଖିଆ ବନ୍ଧ ଓ ବ୍ୟାରେଜ୍‌ ନିର୍ମାଣ କରୁଛି। ଏହାଦ୍ୱାରା ହୀରାକୁଦକୁ ଆବଶ୍ୟକ ପରିମାଣରେ ପାଣି ଆସିବ ନାହିଁ। ମହାନଦୀରେ ପାଣି ନ ଆସିଲେ ଓଡ଼ିଶାରେ ଜଳ ସଙ୍କଟ ଦେଖାଦେବ। ଶିଳ୍ପପତିଙ୍କୁ ଅନୁଗ୍ରହ କରି ଛତିଶଗଡ଼ ବେଆଇନ ନିର୍ମାଣ କରୁଥିବାରୁ ଏଥିରେ ହସ୍ତକ୍ଷେପ କରିବାକୁ ଆମେ ରାଷ୍ଟ୍ରପତିଙ୍କ ନିକଟରେ ଦାବି ଜଣାଇଛୁ। ମହାନଦୀ ପ୍ରସଙ୍ଗକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ ମତଭେଦ ଲାଗି ରହିଛି। ପ୍ରଧାନମନ୍ତ୍ରୀ ଏଥିରେ ହସ୍ତକ୍ଷେପ କରିବା କଥା। ମାତ୍ର ଦୁର୍ଭାଗ୍ୟର ବିଷୟ ପ୍ରଧାନମନ୍ତ୍ରୀ ତାହା ନ କରି ନିରବଦ୍ରଷ୍ଟା ସାଜିଛନ୍ତି ବୋଲି ଆମେ କହିଛୁ।”

ସେ କହିଛନ୍ତି,“ସାମ୍ୱିଧାନିକ ବ୍ୟବସ୍ଥା ଅନୁଯାୟୀ ମହାନଦୀ ପ୍ରସଙ୍ଗରେ ରାଷ୍ଟ୍ରପତି ହସ୍ତକ୍ଷେପ କରୁନ୍ତୁ ବୋଲି ଆମେ ଅନୁରୋଧ କରିଛୁ। ଏହାଛଡ଼ା ଛତିଶଗଡ଼ ସରକାର ଯେଉଁ ବ୍ୟାରେଜ ଓ ଡ୍ୟାମ ନିର୍ମାଣ କରୁଛନ୍ତି ତାହା ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କୁ ସେ ଉପଦେଶ ଦେବାକୁ କହିଛୁ। ଯଦି ଆପୋଷ ବୁଝାମଣାରେ ବିବାଦ ସମାଧାନ ହେଉନାହିଁ, ତେବେ ଆନ୍ତଃରାଜ୍ୟ ଟ୍ରିବ୍ୟୁନାଲ ଗଠନ କରିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେବାକୁ ଆମେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିଛୁ।”

ସେ ଆହୁରି କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାବାସୀ ଓ ସମସ୍ତ ଦଳଙ୍କୁ ସାଙ୍ଗରେ ନେଇ ମହାନଦୀର ସୁରକ୍ଷା ପାଇଁ ଲଢ଼େଇ କରିବାକୁ ଉଚିତ ମନେ କଲେନି। କେବଳ ଶସ୍ତା ରାଜନୀତି କରିବା ପାଇଁ ଏହି ସମସ୍ୟାକୁ ଚିରସ୍ଥାୟୀ କରିବାକୁ ଉଦ୍ୟମ କରୁଛନ୍ତି। ମହାନଦୀକୁ ସୁରକ୍ଷା ଦେବା ପାଇଁ ସେ କୌଣସି ପଦକ୍ଷେପ ନେଉନାହାନ୍ତି।”

କଂଗ୍ରେସ ବିଧାୟକ ନବକିଶୋର ଦାସ କହିଛନ୍ତି,“ରାଜ୍ୟ ସରକାର କେବଳ ଡ୍ରାମା କରୁଛନ୍ତି। ମହାନଦୀ ସମସ୍ୟାର ସମାଧାନ ପାଇଁ ସର୍ବଦଳୀୟ ବୈଠକ ଡାକିଲେ ନାହିଁ କି କିଛି କଲେ ନାହିଁ। ଯେତେବେଳେ ଗଣତନ୍ତ୍ରରେ ସରକାର ନିଦରେ ଶୋଇଥାଏ, ସେତେବେଳେ ବିରୋଧୀ ଦଳ ତା’ର କାର୍ଯ୍ୟ କରିଥାଏ। ଆମେ ଏବେ ସେହି ଦାୟିତ୍ୱ ସମ୍ପାଦନ କରୁଛୁ।”

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଦଳ ରାଷ୍ଟ୍ରପତିଙ୍କୁ ଭେଟିବାକୁ ନେଇ ବିଜେଡି ପ୍ରତିକ୍ରିୟା ରଖିଛି। ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି,“ୟୁପିଏ ସରକାର ସମୟରେ ଛତିଶଗଡ଼କୁ ବ୍ୟାରେଜ ନିର୍ମାଣ ଲାଗି ମଞ୍ଜୁରୀ ମିଳିଥିଲା। ପ୍ରକୃତରେ ଯଦି ଆନ୍ତରିକତା ଥିଲା, ସେତେବେଳେ କାହିଁକି କଂଗ୍ରେସ ତାଙ୍କ ପ୍ରଧାନମନ୍ତ୍ରୀଙ୍କୁ କହିଲେ ନାହିଁ? ସେତେବେଳେ ବି ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହୋଇପାରିଥାନ୍ତେ।”

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି। ୬ ଦିନିଆ ଦିଲ୍ଲୀ ଗସ୍ତରୁ ଆଜି ଫେରିବା ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ବିରୋଧୀ ଦଳ ନେତା ରାଷ୍ଟ୍ରପତିଙ୍କ ନିକଟରେ ଯେଉଁ ଅଭିଯୋଗ କରିଛନ୍ତି, ତାହା ଭିତ୍ତିହୀନ। ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେଉଛନ୍ତି। ଏହି ପ୍ରସଙ୍ଗରେ ଆଇନଗତ ପରାମର୍ଶ ନିଆଯାଇ ସମସ୍ତ ପଦକ୍ଷେପ ନିଆଯାଉଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos