ମହାନଦୀ ଜଳ ବିବାଦ: ସମସ୍ତ ତଥ୍ୟ ଦେଇନି ଛତିଶଗଡ଼ 

ଭୁବନେଶ୍ୱର: ମହାନଦୀ ଉପର ମୁଣ୍ଡରେ ବନ୍ଧ ଓ ବ୍ୟାରେଜ୍‌ ନିର୍ମାଣ କରୁଥିବା ଛତିଶଗଡ଼ ସରକାର ଓଡ଼ିଶାକୁ ସମସ୍ତ ତଥ୍ୟ ପ୍ରଦାନ କରିନାହାନ୍ତି। କେବଳ ଅର୍ପା ଓ ଭୟଁସାଜର ପ୍ରକଳ୍ପ ସମ୍ପର୍କିତ କିଛି ତଥ୍ୟ ପ୍ରଦାନ କରିଛନ୍ତି। ସବୁ ପ୍ରକଳ୍ପ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପଠାଇବାକୁ ପୁଣି ଥରେ ଛତିଶଗଡ଼ ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି ଓଡ଼ିଶା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି। ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ପ୍ରକଳ୍ପକୁ […]

chatisgardh dam

chatisgardh dam

Rakesh Mallick
  • Published: Monday, 29 August 2016
  • Updated: 29 August 2016, 08:39 PM IST

Sports

Latest News

chatisgardh damଭୁବନେଶ୍ୱର: ମହାନଦୀ ଉପର ମୁଣ୍ଡରେ ବନ୍ଧ ଓ ବ୍ୟାରେଜ୍‌ ନିର୍ମାଣ କରୁଥିବା ଛତିଶଗଡ଼ ସରକାର ଓଡ଼ିଶାକୁ ସମସ୍ତ ତଥ୍ୟ ପ୍ରଦାନ କରିନାହାନ୍ତି। କେବଳ ଅର୍ପା ଓ ଭୟଁସାଜର ପ୍ରକଳ୍ପ ସମ୍ପର୍କିତ କିଛି ତଥ୍ୟ ପ୍ରଦାନ କରିଛନ୍ତି। ସବୁ ପ୍ରକଳ୍ପ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ପଠାଇବାକୁ ପୁଣି ଥରେ ଛତିଶଗଡ଼ ସରକାରଙ୍କୁ ଚିଠି ଲେଖାଯାଇଛି ବୋଲି ଓଡ଼ିଶା ଜଳ ସମ୍ପଦ ସଚିବ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି।

ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ପ୍ରକଳ୍ପକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖାଦେଇଛି। ଏହି ବିବାଦର ସମାଧାନ ପାଇଁ ଜୁଲାଇ ୨୯ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳ ସମ୍ପଦ ବିଭାଗ କାର୍ଯ୍ୟାଳୟରେ ବୈଠକ ବସିଥିଲା। ଏଥିରେ ଦୁଇ ରାଜ୍ୟର ମୁଖ୍ୟ ଶାସନ ସଚିବ ଓ ଉଚ୍ଚ ପଦସ୍ଥ ଅଧିକାରୀ ଯୋଗଦେଇଥିଲେ। ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ ନେଇ ପୂର୍ବରୁ, ବର୍ତ୍ତମାନ ଓ ଆଗକୁ କଣ ସବୁ ପ୍ରସ୍ତାବ ରହିଛି ସେ ସମ୍ପର୍କରେ ସମସ୍ତ ତଥ୍ୟ ଦେବାକୁ ବୈଠକରେ ଓଡ଼ିଶା ଦାବି କରିଥିଲା। ୧୫ ଦିନ ମଧ୍ୟରେ ସମସ୍ତ ତଥ୍ୟ ପ୍ରଦାନ କରାଯିବ ବୋଲି ଛତିଶଗଡ଼ ପ୍ରତିଶ୍ରୁତି ଦେଇଥିଲା। ମାତ୍ର ଛତିଶଗଡ଼ ସରକାର ତଥ୍ୟ ନ ଦେବାରୁ ଓଡ଼ିଶା କେନ୍ଦ୍ର ସରକାରଙ୍କୁ ଏ ସମ୍ପର୍କରେ ଅବଗତ କରାଇଥିଲେ। ତା’ପରେ ବି ତଥ୍ୟ ମିଳିନଥିଲା। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ଉମା ଭାରତୀଙ୍କ ହସ୍ତକ୍ଷେପ ପରେ ଛତିଶଗଡ଼ ସରକାର ଅର୍ପା ଓ ଭୟଁସାଜର ପ୍ରକଳ୍ପର ଡିପିଆର୍‌ ସମ୍ପର୍କିତ କିଛି ତଥ୍ୟ ଓଡ଼ିଶାକୁ ପ୍ରଦାନ କରିଛନ୍ତି। ହେଲେ ଅନ୍ୟାନ୍ୟ ପକଳ୍ପ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରିନାନ୍ତି।

ଜେନା କହିଛନ୍ତି, “ଛତିଶଗଡ଼ ଅର୍ପା ଓ ଭୟଁସାଜର ପ୍ରକଳ୍ପ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରିଛନ୍ତି। ସମସ୍ତ ତଥ୍ୟ ପ୍ରଦାନ କରିବାକୁ ପୁଣି ଥରେ ଚିଠି ଲେଖା ଯାଇଛି। ଏହାଛଡ଼ା ସେମାନେ ମଧ୍ୟ ଆମକୁ କିଛି ତଥ୍ୟ ମାଗିଥିଲେ। ସେ ସବୁ ତଥ୍ୟ ଓଡ଼ିଶା ସରକାର ପ୍ରଦାନ କରିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos