ମହାନଦୀ ପ୍ରସଙ୍ଗକୁ ନେଇ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବ କଂଗ୍ରେସ

ଭୁବନେଶ୍ୱର: ଶେଷରେ ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀ ନରମ ପଡିଲେ। ବିଧାନସଭାରେ ବାରମ୍ବାର ପ୍ରତିବାଦ କରିବା ସତ୍ତ୍ୱେ ସରକାର କିଛି ଶୁଣୁ ନ ଥିବାରୁ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବାକୁ ସ୍ଥିର କରିଛନ୍ତି। ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି। ଏହାସହ ଶାସକ ଦଳକୁ ମଧ୍ୟ ସାଙ୍ଗରେ ଯିବାକୁ ସେ ଆହ୍ୱାନ ଦେଇଛନ୍ତି। ନରସିଂହ କହିଛନ୍ତି,“କଂଗ୍ରେସ ବିଧାୟକ ଦଳର ସମସ୍ତ ସଦସ୍ୟ […]

assembly

assembly

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 08:47 PM IST

Sports

Latest News

narashinhaଭୁବନେଶ୍ୱର: ଶେଷରେ ମହାନଦୀ ପ୍ରସଙ୍ଗକୁ ନେଇ ବିରୋଧୀ ନରମ ପଡିଲେ। ବିଧାନସଭାରେ ବାରମ୍ବାର ପ୍ରତିବାଦ କରିବା ସତ୍ତ୍ୱେ ସରକାର କିଛି ଶୁଣୁ ନ ଥିବାରୁ ରାଷ୍ଟ୍ରପତିଙ୍କ ପାଖରେ ଫେରାଦ ହେବାକୁ ସ୍ଥିର କରିଛନ୍ତି। ଅପରାହ୍ନ ୩ଟାରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏ ନେଇ ସୂଚନା ଦେଇଛନ୍ତି। ଏହାସହ ଶାସକ ଦଳକୁ ମଧ୍ୟ ସାଙ୍ଗରେ ଯିବାକୁ ସେ ଆହ୍ୱାନ ଦେଇଛନ୍ତି।

ନରସିଂହ କହିଛନ୍ତି,“କଂଗ୍ରେସ ବିଧାୟକ ଦଳର ସମସ୍ତ ସଦସ୍ୟ ମାନ୍ୟବର ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିବେ। ଓଡ଼ିଶାର ଓ ମହାନଦୀର ସୁରକ୍ଷା ପାଇଁ ଆମେ ରାଷ୍ଟ୍ରପତିଙ୍କୁ ଅନୁରୋଧ କରିବୁ। ଆମେ ଯାଉଛୁ, ଆପଣମାନେ (ବିଜେଡି ସଦସ୍ୟ) ଯଦି ଚାହିଁବେ ଆମେ ସାଙ୍ଗରେ ଆସିପାରିବେ।”

ମହାନଦୀ ପ୍ରସଙ୍ଗରେ ସରକାରଙ୍କ ଆଭିମୁଖ୍ୟକୁ ନେଇ ଆଜି ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି। ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି,“ମହାନଦୀକୁ ନେଇ ମୁଖ୍ୟମନ୍ତ୍ରୀ ରାଜନୀତି କରୁଛନ୍ତି, ଏଥିରେ କାହାର ସନ୍ଦେହ ନାହିଁ। ସବୁ ଦଳର ସଦସ୍ୟଙ୍କୁ ନେଇ କଂଗ୍ରେସ ରାଷ୍ଟ୍ରପତିଙ୍କ ପାଖକୁ ଗଲେ ଆମେ ମଧ୍ୟ ସାମିଲ ହେବୁ। ଯଦି କେବଳ କଂଗ୍ରେସ ବିଧାୟକମାନେ ଯାଆନ୍ତି, ତେବେ ଆମେ ତାଙ୍କ ସହ ସାମିଲ ହେବୁ ନାହିଁ।”

ଆଜି ପ୍ରଶ୍ନକାଳ ଆରମ୍ଭ ହେଲା ମାତ୍ରେ ଉଭୟ କଂଗ୍ରେସ ଓ ବିଜେପି ବିଧାୟକମାନେ ହୋହାଲ୍ଲା ଆରମ୍ଭ କରିଦେଇଥିଲେ। ମହାନଦୀ ପ୍ରସଙ୍ଗରେ ସରକାର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ଦୁଇ ଦଳର ସଦସ୍ୟମାନେ ଦାବି କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସଚିବଙ୍କ ଚେୟାର ଉପରେ ଚଢି ବାଚସ୍ପତିଙ୍କ ମାଇକ୍‌ ଛଡାଇବାକୁ ଉଦ୍ୟମ କରିଥିଲେ। ଏହା ମଧ୍ୟରେ ଶାସକ ଦଳର ମୁଖ୍ୟ ସଚେତକ ମୁଖ୍ୟମନ୍ତ୍ରୀଙ୍କୁ ଗୃହରୁ ବାଟ କରାଇ ନେଇଥିଲେ।

ଗୃହରେ ହୋହାଲ୍ଲା ଚାଲିଥିବା ବେଳେ ଶାସକ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ବାଚସ୍ପତିଙ୍କ କାନରେ କିଛି କହିଥିଲେ। ଏହା ପରେ ବାଚସ୍ପତି ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ କରି ଦେଇଥିଲେ। ଗୃହ ପରିଚାଳନାରେ ବାଚସ୍ପତିଙ୍କ ଭୁମିକାକୁ ନେଇ ପୂର୍ବରୁ ବିରୋଧୀ ପ୍ରଶ୍ନ ଉଠାଇ ଆସିଛନ୍ତି। ଆଜିର ଏପରି ଚିତ୍ର ପରେ ବାଚସ୍ପତିଙ୍କ ନିରପେକ୍ଷତାକୁ ନେଇ ବିରୋଧୀ ପୁଣି ଥରେ ପ୍ରଶ୍ନ ଉଠାଇଛନ୍ତି।

ତାରା କହିଛନ୍ତି,“ଶାସକ ଦଳ ସଦସ୍ୟ ପୋଡିୟମ ଉପରକୁ ଉଠି ବାଚସ୍ପତିଙ୍କୁ ଗୃହ ମୁଲତବୀ କରିବାକୁ କହିବା ପରେ ବାଚସ୍ପତି ତାକୁ କାର୍ଯ୍ୟକାରୀ କରୁଛନ୍ତି। ଆଜି ମଧ୍ୟ ସେପରି କରାଗଲା। ୧୧ଟା ନୁହେଁ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ କରିବାକୁ ଶାସକ ଦଳ ପକ୍ଷରୁ କୁହାଯିବା ପରେ ବାଚସ୍ପତି ଗୃହ ମୁଲତବୀ କରିଥିଲେ। ଗୃହରେ ଏ କଥା ସମସ୍ତେ ଶୁଣିଛନ୍ତି। ଏହାଦ୍ୱାରା ବାଚସ୍ପତିଙ୍କ ସମ୍ମାନ କମୁଛି।”

ଗତକାଲି ମହାନଦୀ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧୀ ଜୋରଦାର ବିରୋଧ କରିଥିଲେ। ଫଳରେ ଗୃହ ଚାଲି ପାରି ନ ଥିଲା।  ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ଫେଲ୍‌ ମାରିଥିଲା। ଗତକାଲି ହୋହାଲ୍ଲା ଭିତରେ ୩ଟି ବିଲ୍‌ ପାଶ୍‌ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story