ମହାନଦୀ ପ୍ରସଙ୍ଗରେ ଆଇନଗତ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଣାଳୟରେ ପିଟିସନ୍‌ ଦାଏର କରିଛି। ଓଡ଼ିଶା। ଇଣ୍ଟରଷ୍ଟେଟ୍‌ ରିଭର୍‌ ଡିସପୁଟ୍‌ ଆକ୍ଟ ସେକ୍ସନ୍‌-3 ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ ପାଇଁ ଏହି ପିଟିସନ୍ ଦାଏର କରାଯାଇଛି। ଜଳସମ୍ପଦ ସଚିବ ପ୍ରଦୀପ ଜେନା ଆଜି ସୂଚନା ଦେଇ କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦୦ ପୃଷ୍ଠାର ତଥ୍ୟ ଦେଇଛୁ। ଏଥିରେ ୪୦ରୁ ୫୦ ବର୍ଷର ତଥ୍ୟ ରହିଛି। ମହାନଦୀରେ […]

cm

cm

Rakesh Mallick
  • Published: Monday, 21 November 2016
  • Updated: 21 November 2016, 07:01 PM IST

Sports

Latest News

cmନୂଆଦିଲ୍ଲୀ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାର ଆଇନଗତ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ସରକାର କେନ୍ଦ୍ର ଜଳସମ୍ପଦ ମନ୍ତ୍ରାଣାଳୟରେ ପିଟିସନ୍‌ ଦାଏର କରିଛି। ଓଡ଼ିଶା। ଇଣ୍ଟରଷ୍ଟେଟ୍‌ ରିଭର୍‌ ଡିସପୁଟ୍‌ ଆକ୍ଟ ସେକ୍ସନ୍‌-3 ଅନୁଯାୟୀ ଟ୍ରିବ୍ୟୁନାଲ ଗଠନ ପାଇଁ ଏହି ପିଟିସନ୍ ଦାଏର କରାଯାଇଛି।

ଜଳସମ୍ପଦ ସଚିବ ପ୍ରଦୀପ ଜେନା ଆଜି ସୂଚନା ଦେଇ କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ଆଇନଗତ ପ୍ରକ୍ରିୟା ଆରମ୍ଭ ହୋଇଛି। ୭୦୦ ପୃଷ୍ଠାର ତଥ୍ୟ ଦେଇଛୁ। ଏଥିରେ ୪୦ରୁ ୫୦ ବର୍ଷର ତଥ୍ୟ ରହିଛି। ମହାନଦୀରେ ଛତିଶଗଡ଼ର ଯୋଜନା ଓ ଏହାଦ୍ୱାରା ଓଡ଼ିଶାର ହେଉଥିବା କ୍ଷତି ନେଇ ତଥ୍ୟ ଦେଇଛୁ। ଟ୍ରିବ୍ୟୁନାଲ ଗଠନ ନେଇ ଦାବି କରାଯାଇଛି। ଛତିଶଗଡ଼କୁ ତୁରନ୍ତ କାମ ବନ୍ଦ କରିବାକୁ କେନ୍ଦ୍ର ନିର୍ଦ୍ଦେଶ ଦେବାକୁ ଦାବି ଜଣାଇଛୁ। ଆମେ ସବିଶେଷ ତଥ୍ୟ ଦେଇଥିବାରୁ ସୁଫଳ ପାଇବୁ ବୋଲି ଆଶା ରଖିଛୁ।”

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭେଟି ବିମୁଦ୍ରାକରଣ ଓ ମହାନଦୀ ଏବଂ ପୋଲାଭରମ୍‌ ପ୍ରସଙ୍ଗ ନେଇ ଆଲୋଚନା କରିଛନ୍ତି।

ବିମୁଦ୍ରାକରଣକୁ ନେଇ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ନବୀନ କହିଛନ୍ତି,“ନିର୍ଦ୍ଦିଷ୍ଟ ବ୍ୟାଙ୍କ ନୋଟ୍‌ ବଦଳାଇବା ଏବଂ ଗ୍ରହଣ କରିବା ପାଇଁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କକୁ ଅନୁମତି ଦେବାକୁ କହିଛି। ଏହାସହ ଆଦିବାସୀ ଅଞ୍ଚଳରେ ୫୦,୦୦୦ ଟଙ୍କାରୁ ଅଧିକ ଜମା କଲେ ପାନ୍‌କାର୍ଡ ବ୍ୟବସ୍ଥା ଉଠାଇବା, ରାଜ୍ୟର ସବୁ ବ୍ୟାଙ୍କରେ ୧୨ରୁ ୧୪ ଦିନ ଲାଗି ନଗଦ ଜମା ରଖିବା ଲାଗି ନିର୍ଦ୍ଦେଶ ଦେବାକୁ କହିଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ବାଧାରେ ସେମାନଙ୍କ ବ୍ୟାଙ୍କ ଖାତା ସମ୍ପୂର୍ଣ୍ଣ ବ୍ୟବହାର କରିବାକୁ ଅନୁମତି ଦିଆଯିବାକୁ କହିଛି।”

ସେ କହିଛନ୍ତି,“୪୪୦୧ ପଞ୍ଚାୟତ ଯେଉଁଠି ବ୍ୟାଙ୍କ ସୁବିଧା ନାହିଁ ସେଠାରେ ଘରୋଇ ବ୍ୟାଙ୍କ ଗୁଡିକ ୨୦୧୯ ସୁଦ୍ଧା ସେମାନଙ୍କ ଶାଖା ଖୋଲିବାକୁ ନିର୍ଦ୍ଦେଶ ଦେବାକୁ କହିଛି। ବ୍ୟାଙ୍କ ସୁବିଧା ନ ଥିବା ଗ୍ରାମାଞ୍ଚଳରେ ମୋବାଇଲ ବ୍ୟାଙ୍କିଙ୍ଗ ସୁବିଧା କରିବାକୁ କହିଛି।”

ଟ୍ରିବ୍ୟୁନାଲ ଗଠନ ନେଇ ରାଜ୍ୟ ସରକାର କେନ୍ଦ୍ରକୁ କହିବା ପରେ ବିରୋଧୀ ଓ ଶାସକ ଦଳ ମୁହାଁମୁହିଁ ହୋଇଛନ୍ତି। ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ। ଏଥିରୁ ଓଡ଼ିଶାକୁ କୌଣସି ସୁଫଳ ମିଳିବ ବୋଲି ମୁଁ ଆଶା କରୁନାହିଁ। ବହୁ ଆଗରୁ ଟ୍ରିବ୍ୟୁନାଲ ଗଠନ ପାଇଁ କେନ୍ଦ୍ର ସରକାରଙ୍କୁ ଲିଖିତ ଭାବେ ଜଣାଇବାକୁ ଆମେ ଅନୁରୋଧ କରିଥିଲୁ। କେନ୍ଦ୍ର ସରକାର ଚୁପ ରହିଲେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ଆମେ ଜଣାଇଥିଲୁ।”

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି,“ଏଥିରେ ମୁଖ୍ୟମନ୍ତ୍ରୀଙ୍କ ଦୁଇପାଖିଆ କଥାବାର୍ତ୍ତା ଜଣାପଡୁଛି। ଟ୍ରିବ୍ୟୁନାଲର ଶୁଣାଣି ସମୟ ୩ ବର୍ଷ। ଆବଶ୍ୟକ ହେଲେ ଆଉ ୨ ବର୍ଷକୁ ବୃଦ୍ଧି ହେବ। କୌଣସି ପ୍ରସଙ୍ଗରେ ଟ୍ରିବ୍ୟୁନାଲରେ ଶେଷ ନିଷ୍ପତ୍ତି ହେବାକୁ ଅତି କମରେ ୫ ବର୍ଷ ସମୟ ଲାଗିଥାଏ।”

ବିରୋଧୀଙ୍କ ଅଭିଯୋଗର ଉତ୍ତର ବିଜେଡି ରଖିଛି। ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“କେନ୍ଦ୍ର ଓ ଛତିଶଗଡ଼ରେ ବିଜେପି ସରକାର ଅଛି। ଓଡ଼ିଶାରେ ବିଜେପି ଶାଖା ଏପର୍ଯ୍ୟନ୍ତ ସ୍ପଷ୍ଟ କରିପାରିଲେ ନାହିଁ ମହାନଦୀକୁ ନେଇ ତାଙ୍କ ଆଭିମୁଖ୍ୟ କ’ଣ ରହିଛି। କଂଗ୍ରେସ ବିରୋଧୀ ଦଳ ହିସାବରେ ଯାହା କହିବା କଥା କହୁଛନ୍ତି। ଟ୍ରିବ୍ୟୁନାଲ ପ୍ରୋସେସିଂ ଡେରି ହେଲେ ମଧ୍ୟ ଏହା ସ୍ଥାୟିତ୍ୱ ଆଣିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story