ମହାନଦୀ ପ୍ରସଙ୍ଗରେ ବିଜେଡି ଓ ବିଜେପି ମଧ୍ୟରେ ବୁଝାମଣା ହୋଇଛି: କଂଗ୍ରେସ

ଭୁବନେଶ୍ୱର: ମହାନଦୀ ସମସ୍ୟାକୁ ନେଇ କେନ୍ଦ୍ର ଗଠନ କରିଥିବା ବୁଝାମଣା କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ପରେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି। ବୁଝାମଣା କମିଟିକୁ ବିରୋଧ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବୁଝାମଣା ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି। ମହାନଦୀ ଗୋଳିଆ ପାଣିକୁ ନେଇ ଏହି ଦୁଇ ଦଳ ରାଜନୀତି କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ […]

congress

congress

Rakesh Mallick
  • Published: Monday, 30 January 2017
  • Updated: 30 January 2017, 08:28 PM IST

ଭୁବନେଶ୍ୱର: ମହାନଦୀ ସମସ୍ୟାକୁ ନେଇ କେନ୍ଦ୍ର ଗଠନ କରିଥିବା ବୁଝାମଣା କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ପରେ କଂଗ୍ରେସ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରିଛି। ବୁଝାମଣା କମିଟିକୁ ବିରୋଧ ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବୁଝାମଣା ବୋଲି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଅଭିଯୋଗ କରିଛନ୍ତି। ମହାନଦୀ ଗୋଳିଆ ପାଣିକୁ ନେଇ ଏହି ଦୁଇ ଦଳ ରାଜନୀତି କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ବୋଲି ସେ କହିଛନ୍ତି।

ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାର ପ୍ରକଳ୍ପ କାମ ତୁରନ୍ତ ବନ୍ଦ କରିବାକୁ ଦଳ ଦାବି କରିଛି। ଏହାସହ ୭ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଦଳ ପକ୍ଷରୁ ଚିଠି ଲେଖାଯାଇଛି।

ପ୍ରସାଦ କହିଛନ୍ତି,“ଛତିଶଗଡ଼ ସରକାର ମହାନଦୀ ଉପରମଣ୍ଡରେ ପାଣି ଅଟକାଉଥିବା କଥା ୨୦୦୧ ମସିହାରୁ ଓଡ଼ିଶା ସରକାରଙ୍କୁ ଜଣାଥିଲା। ଏହାକୁ ନେଇ ସରକାର ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟି ତା’ର ରିପୋର୍ଟରେ କହିଥିଲା ମହାନଦୀରେ ଉଦ୍‌ବୃତ୍ତ ଜଳ ଅଛି। ହୀରାକୁଦ ଜଳଭଣ୍ଡାର ପାଇଁ ବିପଦର ଆଶଙ୍କା ନାହିଁ। ୨୦୦୧ରେ ଓଡ଼ିଶା ଶାସନ ସଚିବ ଏକ ଇଂରାଜୀ ଖବରକାଗଜକୁ ସାକ୍ଷାତକାର ଦେଇ ଛତିଶଗଡ଼ ଯେତେ ପ୍ରକଳ୍ପ କଲେ ମଧ୍ୟ କିଛି କ୍ଷତି ହେବ ନାହିଁ ବୋଲି କହିଥିଲେ। ୨୦୧୬ ମାର୍ଚ୍ଚରେ ବିଧାନସଭାରେ ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ, ଛତିଶଗଡ଼ରେ ବନ୍ଧ ହେଲେ ମହାନଦୀରେ ଜଳଧାରା ଶୁଖିବ ନାହିଁ କି ପାଣି ଅଭାବ ହେବ ନାହିଁ। ହେଲେ ଏହାପରେ ରାଜ୍ୟ ସରକାର ଓଲଟି ପଡିଲେ ଓ ୨୦୧୬ ଜୁନ୍‌ମାସରେ ଛତିଶଗଡ଼ ମହାନଦୀ ଉପରମୁଣ୍ଡରେ ବନ୍ଧ ନିର୍ମାଣ କରୁଥିବା ଜାଣିବାକୁ ପାଇଲେ ବୋଲି କହିଲେ। ସରକାର ଜାଣିଶୁଣି ଓଡ଼ିଶାର ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛନ୍ତି।”

ସେ କହିଛନ୍ତି,“ମହାନଦୀ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବା କଥା। ହେଲେ ମହାନଦୀର ପାଣିକୁ ଗୋଳିଆ କରି ଏଥିରୁ ଫାଇଦା ଉଠାଇବା ପାଇଁ ରାଜ୍ୟ ସରକାର ଲାଗିଛନ୍ତି। ମହାନଦୀକୁ ନେଇ ଆନ୍ଦୋଳନକୁ ଓହ୍ଲାଇ ସରକାର ନାଟକ କରୁଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ଲୋକଙ୍କୁ ଭୁଆଁ ବୁଲାଇ ଚାଲିଛନ୍ତି। ବିଜେପି ମଧ୍ୟ ପଛରେ ପଡିନାହିଁ। ବିଜେଡି ଓ ବିଜେପି ମଧ୍ୟରେ ରାଜନୈତିକ ବୁଝାମଣା ହୋଇଛି। କେବଳ ପଞ୍ଚାୟତ ନିର୍ବାଚନ ପାଇଁ ଉଭୟ ଦଳ ଏପରି ଚକ୍ରାନ୍ତ କରିଛନ୍ତି।”

ସେ ଆହୁରି କହିଛନ୍ତି,“ଆମେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ତୁରନ୍ତ ମହାନଦୀର ଉପରମୁଣ୍ଡରେ ଚାଲିଥିବା ପ୍ରକଳ୍ପ କାମ ବନ୍ଦ କରିବାକୁ ଏଥିରେ ଦାବି କରିଛୁ। ଏହାଦ୍ୱାରା ଆଲୋଚନା ପାଇଁ ପଥ ପରିଷ୍କାର ହେବ। ଛତିଶଗଡ଼ ସରକାର ପ୍ରକଳ୍ପ କାମ ବନ୍ଦ କରିବା ପରେ ବୁଝାମଣା ପାଇଁ ବାଟ ଖୋଲିବ। ପ୍ରଧାନମନ୍ତ୍ରୀ ୭ ଦିନ ମଧ୍ୟରେ ହସ୍ତକ୍ଷେପ କରି ଏହାର ସମାଧାନ କରନ୍ତୁ, ନ ହେଲେ ଟ୍ରିବ୍ୟୁନାଲ ଗଠନ କରାଯାଉ ବୋଲି ଆମେ ଚିଠିରେ ଉଲ୍ଲେଖ କରିଛୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos