ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କ କର୍ତ୍ତବ୍ୟ ତୁଲାଉ ନାହାନ୍ତି: ଦାମୋଦର

ଭୁବନେଶ୍ୱର: ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ମହାନଦୀ ସମସ୍ୟାକୁ ନେଇ ବିଜେଡି ଉପସଭାପତି ତଥା ମନ୍ତ୍ରୀ ଦାମୋଦର ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଉ ନାହାନ୍ତି, ଛତିଶଗଡ଼ରେ ବିଜେପି ସରକାର ଥିବାରୁ ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ଦାମୋଦର କହିଛନ୍ତି। ସେ କହିଛନ୍ତି,“ଜଣେ ପ୍ରଧାନମନ୍ତ୍ରୀ ହୋଇଯିବା ପରେ ସେ ଆଉ ଦଳର ହୋଇ ରହି ନ ଥାନ୍ତି, ଦେଶର ହୋଇଯାଇଥାନ୍ତି। ସଂଘୀୟ […]

dama

dama

Rakesh Mallick
  • Published: Thursday, 26 January 2017
  • Updated: 26 January 2017, 03:50 PM IST

Sports

Latest News

ଭୁବନେଶ୍ୱର: ସାରା ଦେଶ ସାଧାରଣତନ୍ତ୍ର ଦିବସ ପାଳନ କରୁଥିବା ବେଳେ ମହାନଦୀ ସମସ୍ୟାକୁ ନେଇ ବିଜେଡି ଉପସଭାପତି ତଥା ମନ୍ତ୍ରୀ ଦାମୋଦର ରାଉତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଉ ନାହାନ୍ତି, ଛତିଶଗଡ଼ରେ ବିଜେପି ସରକାର ଥିବାରୁ ମହାନଦୀ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ତାଙ୍କୁ ସମର୍ଥନ କରୁଛନ୍ତି ବୋଲି ଦାମୋଦର କହିଛନ୍ତି।

ସେ କହିଛନ୍ତି,“ଜଣେ ପ୍ରଧାନମନ୍ତ୍ରୀ ହୋଇଯିବା ପରେ ସେ ଆଉ ଦଳର ହୋଇ ରହି ନ ଥାନ୍ତି, ଦେଶର ହୋଇଯାଇଥାନ୍ତି। ସଂଘୀୟ ବ୍ୟବସ୍ଥାରେ ସବୁ ରାଜ୍ୟର ସମବିକାଶ ତାଙ୍କ ଦାୟିତ୍ୱ। ମାତ୍ର ପ୍ରଧାନମନ୍ତ୍ରୀ ଅଣ ବିଜେପି ରାଜ୍ୟକୁ ଦଳ କଥା କହୁଛନ୍ତି। ଯେଉଁଠି ବିଜେପି ନାହିଁ ସେଠାରେ ବିକାଶ ନାହିଁ ବୋଲି କହୁଛନ୍ତି। ଏହା କହି ସେ ବିଜେପିର ପ୍ରଧାନମନ୍ତ୍ରୀ ବୋଲି ନିଜକୁ ପ୍ରମାଣିତ କରୁଛନ୍ତି।”

ସେ କହିଛନ୍ତି,“ଆଞ୍ଚଳିକ ଓ ରାଜ୍ୟ-ରାଜ୍ୟ ମଧ୍ୟରେ ବିବାଦ ଦେଖା ଦେଲେ ତାହାର ସମାଧାନ କରିବା ଦାୟିତ୍ୱ ପ୍ରଧାନମନ୍ତ୍ରୀଙ୍କର। ହେଲେ ସେ ନିରବଦ୍ରଷ୍ଟା ସାଜୁଛନ୍ତି। ଏପରି କରି ସେ ତାଙ୍କ ସାମ୍ବିଧାନିକ କର୍ତ୍ତବ୍ୟ ତୁଲାଉ ନାହାନ୍ତି। ଏପରି ସ୍ଥିତିରେ ରାଜ୍ୟ-ରାଜ୍ୟ ବିବାଦ ଦେଶର ଅଖଣ୍ଡତା ପ୍ରତି ପ୍ରଶ୍ନ ସୃଷ୍ଟି କରୁଛି।”

ପୁରୀରେ ସାଧାରଣତନ୍ତ୍ର ଦିବସ ପାଳନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦାମୋଦର ରାଉତ ଏପରି ମନ୍ତବ୍ୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos