‘ମହାନଦୀ ସମସ୍ୟା ସମାଧାନ ପାଇଁ ବୁଝାମଣା କମିଟିକୁ ରାଜ୍ୟ ସରକାରଙ୍କ ପ୍ରତ୍ୟାଖାନ’

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଗଠନ କରିଥିବା ବୁଝାମଣା କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବୁଝାମଣା କମିଟି ଛତିଶଗଡ଼କୁ ସୁହାଇଲା ଭଳି ହୋଇଛି ବୋଲି ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି। ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ବୁଝାମଣା କମିଟି ଦ୍ୱାରା ଟ୍ରିବ୍ୟୁନାଲ ଗଠନରେ ବିଳମ୍ୱ ହେବ, ଯହାଦ୍ୱାରା ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିବା ପାଇଁ […]

naveen

naveen

Rakesh Mallick
  • Published: Saturday, 28 January 2017
  • Updated: 28 January 2017, 11:03 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ଜଳ ବିବାଦର ସମାଧାନ ପାଇଁ କେନ୍ଦ୍ର ସରକାର ଗଠନ କରିଥିବା ବୁଝାମଣା କମିଟିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ବୁଝାମଣା କମିଟି ଛତିଶଗଡ଼କୁ ସୁହାଇଲା ଭଳି ହୋଇଛି ବୋଲି ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଜଣାଇଛନ୍ତି।

ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି, ବୁଝାମଣା କମିଟି ଦ୍ୱାରା ଟ୍ରିବ୍ୟୁନାଲ ଗଠନରେ ବିଳମ୍ୱ ହେବ, ଯହାଦ୍ୱାରା ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଛତିଶଗଡ଼ ସରକାରକୁ ସହଜ ହେବ। ଅନ୍ୟପକ୍ଷରେ ଆଜି ପର୍ଯ୍ୟନ୍ତ ରିଭର ଡିସ୍‌ପ୍ୟୁଟ୍‌ ଆକ୍ଟ ୧୯୫୬ ସେକ୍‌ସନ୍‌ ୪(୧) ଅନୁସାରେ କମିଟି ଗଠନ ହୋଇନି। ମୁଖ୍ୟମନ୍ତ୍ରୀ ସ୍ତରୀୟ ବୈଠକରେ ମହାନଦୀ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଦରକାର। ବୁଝାମଣା କମିଟିରେ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଦଳରେ ମୁଖ୍ୟ ଶାସନ ସଚିବ କିମ୍ୱା ଜଳ ସମ୍ପଦ ସଚିବ ନୋମିନି ହେବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଚିଠିରେ ଆହୁରି ମଧ୍ୟ ଲେଖିଛନ୍ତି, ମହାନଦୀ ବେସିନ୍‌ରେ ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶର ମାତ୍ର .୫ ପ୍ରତିଶତରୁ କମ୍‌ କ୍ୟାଚ୍‌ମେଣ୍ଟ ଏରିଆ ରହିଛି। ତେଣୁ ସେମାନଙ୍କୁ କମିଟିରେ ସାମିଲ କରି ଅଯଥାରେ ପ୍ରକ୍ରିୟାକୁ ବିଳମ୍ୱ କରାଯାଉଛି। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ମହାନଦୀ ସହ ଜଡିତ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଡାକି ଆଲୋଚନା କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos