ମହାନଦୀ ବିବାଦ: ସୁପ୍ରିମ୍‌ କୋର୍ଟ ଯିବେ ସରକାର

ଭୁବନେଶ୍ୱର: ମହାନଦୀ ବିବାଦକୁ ନେଇ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଲଢ଼େଇ ଚାଲିଥିବା ବେଳେ ଏବେ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ସୁପ୍ରିମ୍‌କୋର୍ଟ ଯିବା ପାଇଁ ସରକାର ଚଳାଇଛନ୍ତି ବିଚାର ବିମର୍ଷ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାମ ବନ୍ଦ ଓ ଟ୍ରିବ୍ୟୁନାଲ ଗଠନ ପାଇଁ ମାମଲା ରୁଜୁ କରିବେ ସରକାର। ବିଜେଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନଭେମ୍ୱର ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ […]

mahanadi

mahanadi

Rakesh Mallick
  • Published: Sunday, 23 October 2016
  • Updated: 23 October 2016, 08:49 PM IST

Sports

Latest News

ଭୁବନେଶ୍ୱର: ମହାନଦୀ ବିବାଦକୁ ନେଇ ରାଜନୈତିକ ଓ ପ୍ରଶାସନିକ ସ୍ତରରେ ଲଢ଼େଇ ଚାଲିଥିବା ବେଳେ ଏବେ ଆଇନଗତ ଲଢ଼େଇ ପାଇଁ ପ୍ରସ୍ତୁତ ହେଉଛନ୍ତି ରାଜ୍ୟ ସରକାର। ସୁପ୍ରିମ୍‌କୋର୍ଟ ଯିବା ପାଇଁ ସରକାର ଚଳାଇଛନ୍ତି ବିଚାର ବିମର୍ଷ। ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ନିର୍ମାଣ କରୁଥିବା ବିଭିନ୍ନ ପ୍ରକଳ୍ପର ନିର୍ମାଣ କାମ ବନ୍ଦ ଓ ଟ୍ରିବ୍ୟୁନାଲ ଗଠନ ପାଇଁ ମାମଲା ରୁଜୁ କରିବେ ସରକାର।

ବିଜେଡି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ନଭେମ୍ୱର ପ୍ରଥମ କିମ୍ୱା ଦ୍ୱିତୀୟ ସପ୍ତାହରେ ସରକାର ସୁପ୍ରିମ୍‌କୋର୍ଟରେ ମାମଲା ଦାୟର କରିବେ।

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି,“ମହାନଦୀ ଉପର ମୁଣ୍ଡରେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ଓ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ କରିବାକୁ କୋର୍ଟକୁ ଯିବୁ।”

ଅପରପକ୍ଷରେ ଓଡ଼ିଶା ସରକାରଙ୍କ ପଦକ୍ଷେପକୁ ସମାଲୋଚନା କରିଛନ୍ତି ଛତିଶଗଡ଼ ଜଳ ସମ୍ପଦ ମନ୍ତ୍ରୀ ବ୍ରିଜ୍‌ ମୋହନ ଅଗ୍ରୱାଲ। ସେ କହିଛନ୍ତି, ମହାନଦୀ ବିବାଦ ସମାଧାନ ପାଇଁ ଓଡ଼ିଶା ଆଇନ୍‌ ଗତ ଲଢ଼େଇ ଲଢ଼ିଲେ ବିଫଳ ହେବ।

ବିରୋଧୀଦଳ ନେତା ନରସିଂହ ମିଶ୍ର କହିଛନ୍ତି,“ଛତିଶଗଡ଼ ଜଳସମ୍ପଦ ବିଭାଗ ମନ୍ତ୍ରୀଙ୍କ ମନ୍ତବ୍ୟ ଦୁର୍ଭାଗ୍ୟ ଜନକ। ଏହାକୁ ମୁଁ ନିନ୍ଦା କରୁଛି।”

ମହାନଦୀ ଉପରମୁଣ୍ଡରେ ବ୍ୟାରେଜ୍‌ ଓ ବନ୍ଧ ନିର୍ମାଣ କାର୍ଯ୍ୟ ବନ୍ଦ କରିବା ପାଇଁ କୋର୍ଟରୁ ସ୍ଥିଗିତାଦେଶ ଆଣିବା କଷ୍ଟକର ବୋଲି ଜଳ ସମ୍ପଦ ବିଶେଷଜ୍ଞ ମତଦେଇଛନ୍ତି। କିନ୍ତୁ ଟ୍ରିବ୍ୟୁନାଲ ଗଠନ ହୋଇପାରିବ। ତେବେ ଏହା ଦ୍ୱାରା ସମସ୍ୟାର ସମାଧାନ ପାଇଁ ଅଧିକ ସମୟ ଲାଗିବ। ଛତିଶଗଡ଼ ସହିତ ଆଲୋଚନା କରି ବିବାଦର ସମାଧାନ କରିବା ଉଚିତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି।

ମହାନଦୀ ବିବାଦ ପ୍ରସଙ୍ଗରେ ପରିବେଶ ଉପରେ ପ୍ରଭାବ ପଡ଼ିବ ଦର୍ଶାଇ ନ୍ୟାସନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ଯିବା ପାଇଁ ବିଚାର ବିମର୍ଷ କରୁଛନ୍ତି ରାଜ୍ୟ ସରକାର। ସେପଟେ ଉମା ଭାରତୀଙ୍କ ମଧ୍ୟସ୍ଥତାରେ ବସିଥିବା ମୁଖ୍ୟମନ୍ତ୍ରୀସ୍ତରୀୟ ବୈଠକରେ ଗଜ୍‌ ଷ୍ଟେସନ୍‌ ପାଇଁ ନିଷ୍ପତ୍ତି ହୋଇଥିଲା। ଅଣମୌସୁମୀ ସମୟରେ ମହାନଦୀକୁ କେତେ ପାଣି ପ୍ରବେଶ କରୁଛି ତାହା ଜାଣିବା ପାଇଁ ଏହି ଗଜ୍‌ ଷ୍ଟେସନ ନିର୍ମାଣ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story