ମହାନଦୀ ତଳମୁଣ୍ଡରେ ଥାଇ ଆମ ପାଖରେ କାହିଁକି ଉପରମୁଣ୍ଡର ଖବର ନାହିଁ: ଦାମ

ଭୁବନେଶ୍ୱର/ଢେଙ୍କାନାଳ: ମହାନଦୀର ପ୍ରସଙ୍ଗପୁ ନେଇ ବିଜେଡିର ଆନ୍ଦୋଳନ ୮ମ ଦିନରେ ପହଞ୍ଚି ଥିବା ବେଳେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରଶ୍ନ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ମହାନଦୀର ତଳମୁଣ୍ଡରେ ଥାଇ କାହିଁକି ଆମ ପାଖରେ ଉପରମୁଣ୍ଡ ଖବର ନାହିଁ ବୋଲି ଦାମ ପ୍ରଶ୍ନ କରିଛନ୍ତି। ଦାମ ପ୍ରଶ୍ନ କରିଛନ୍ତି, “ହୀରାକୁଦ ପରିଚାଳନା ପାଇଁ ଯେଉଁ ଉଚ୍ଚସ୍ତରୀୟ କମିଟି ଅଛି ସେ କ’ଣ କରୁଥିଲେ? ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଯେଉଁଠି ସାମୂହିକ ସ୍ୱାର୍ଥ ରହିଛି […]

dama

dama

Rakesh Mallick
  • Published: Tuesday, 02 August 2016
  • Updated: 02 August 2016, 09:28 PM IST

damaଭୁବନେଶ୍ୱର/ଢେଙ୍କାନାଳ: ମହାନଦୀର ପ୍ରସଙ୍ଗପୁ ନେଇ ବିଜେଡିର ଆନ୍ଦୋଳନ ୮ମ ଦିନରେ ପହଞ୍ଚି ଥିବା ବେଳେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରଶ୍ନ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି। ମହାନଦୀର ତଳମୁଣ୍ଡରେ ଥାଇ କାହିଁକି ଆମ ପାଖରେ ଉପରମୁଣ୍ଡ ଖବର ନାହିଁ ବୋଲି ଦାମ ପ୍ରଶ୍ନ କରିଛନ୍ତି।

ଦାମ ପ୍ରଶ୍ନ କରିଛନ୍ତି, “ହୀରାକୁଦ ପରିଚାଳନା ପାଇଁ ଯେଉଁ ଉଚ୍ଚସ୍ତରୀୟ କମିଟି ଅଛି ସେ କ’ଣ କରୁଥିଲେ? ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି? ଯେଉଁଠି ସାମୂହିକ ସ୍ୱାର୍ଥ ରହିଛି ସେଠି ନିଜ ଦଳକୁ ଦେଖାଯାଏ ନାହିଁ। ଏହା ଓଡ଼ିଶାର ଜନସାଧାରଣଙ୍କ ସ୍ୱାର୍ଥ। ଏ କଥା ଉଠିବା ବେଳେ ଦଳୀୟ ଭାବନାରୁ ଊର୍ଦ୍ଧ୍ୱରେ ରହି ସମସ୍ତେ ସହଯୋଗ କରିବା ଉଚିତ।”

ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ର ପ୍ରକଳ୍ପ ନିର୍ମାଣକୁ ବିରୋଧ କରି ବିଜେଡି ୮ ଦିନ ହେବ ରାଜରାସ୍ତାକୁ ଓହ୍ଲାଇଛି। ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ଆଗରେ ଦଳ ପ୍ରତିବାଦ ସମାବେଶ କରିଛି। ଏଥିରେ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଏବଂ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ବହୁ ବରିଷ୍ଠ ବିଜେଡି ନେତା ଯୋଗ ଛତିଶଗଡ଼ର ଏପରି କାର୍ଯ୍ୟକୁ ନିନ୍ଦା କରିଛନ୍ତି। ଏହାସହ କେନ୍ଦ୍ର ସରକାରଙ୍କୁ ମଧ୍ୟ ଦଳ ଟାର୍ଗେଟ କରିଛି।

କେବଳ ଢେଙ୍କାନାଳ ନୁହେଁ ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ବିରୋଧ କରି ଆଜି ବାଙ୍କିରେ ମଧ୍ୟ ଦଳ ପକ୍ଷରୁ ବିକ୍ଷୋଭ କରାଯାଇଛି। ଆସନ୍ତାକାଲି ଛତିଶଗଡ଼କୁ ଯାଉଥିବା ସମସ୍ତ ମାଲବାହୀ ଟ୍ରେନ୍‌ ଅଧଘଣ୍ଟା ପାଇଁ ଅଟକାଇବାକୁ ବିଜେଡି ନିଷ୍ପତ୍ତି ନେଇଛି। ଏହାସହ ଭୁବନେଶ୍ୱରରେ ଥିବା କେନ୍ଦ୍ରୀୟ ଜଳ ଆୟୋଗ କାର୍ଯ୍ୟାଳୟ ଆଗରେ ଦଳ ଧାରଣା ଦେବ।

ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଆସନ୍ତାକାଲି ଡାକିଥିବା ସର୍ବଦଳୀୟ ବୈଠକରେ ବିଜେପି ସହ ବାମ ଦଳ ଗୁଡିକ ଯୋଗ ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ହେଲେ ବିଜେଡି ଏହି ବୈଠକରେ ଯୋଗ ଦେବ ନାହିଁ ବୋଲି ପୂର୍ବରୁ କହିସାରିଛି। ରାଜ୍ୟର ସ୍ୱାର୍ଥ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଏକାଠି କରିବା ଦାବିରେ କିଛି ଦଳର କର୍ମକର୍ତ୍ତା ଆଜି ତାଙ୍କୁ ଭେଟି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କୁ ସର୍ବଦଳୀୟ ବୈଠକକୁ ଆସିବାକୁ ନରସିଂହ ତୃତୀୟ ଥର ପାଇଁ ପୁଣି ଚିଠି ଲେଖିଛନ୍ତି।

ନରସିଂହ କହିଛନ୍ତି, “୩ ତାରିଖରେ ସର୍ବଦଳୀୟ ବୈଠକ ଡକାଯାଇଥିବାରୁ ବିଜେଡି ତା’ର ଆନ୍ଦୋଳନ କାର୍ଯ୍ୟକ୍ରମ ରଖି ନ ଥିଲେ ଭଲ ହୋଇଥାନ୍ତା। ରାଜ୍ୟର ସ୍ୱାର୍ଥ ରକ୍ଷା କରିବା ପାଇଁ ଆମେ ସମସ୍ତେ ଉଦ୍ୟମ କରିବା କଥା। ମୁଁ ଆଶା କରୁଛି ସବୁ ଦଳ ଯୋଗଦେବେ।”

ସିପିଏମ୍‌ ନେତା ଜନାର୍ଦ୍ଦନ ପତି କହିଛନ୍ତି, “ମୁଁ ଭାବୁଛି ବିରୋଧୀ ଦଳ ନେତା ଡାକିଥିବା ବୈଠକକୁ ବିଜେଡି ଯିବା ଦରକାର। ଆମେ ଯିବୁ ଓ ନିଜ ମତ ରଖିବୁ। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତେ ଏକଜୁଟ ହେବା ଦରକାର।”

ବିଜେଡି ମୁଖପାତ୍ର ଅମର ଶତପଥୀ କହିଛନ୍ତି, “ମହାନଦୀ ବିବାଦର ସମାଧାନ ଅପେକ୍ଷା ନିଜର ଅସ୍ତିତ୍ୱ ରଖିବା ପାଇଁ କେତେକ ବ୍ୟକ୍ତି ଓ କିଛି ଦଳ ପ୍ରୟାସ କରୁଛନ୍ତି। ମହାନଦୀ ପ୍ରସଙ୍ଗରେ ଆମେ କୌଣସି ପ୍ରକାର ସାଲିସ କରିବାର ପ୍ରଶ୍ନ ଉଠୁନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story