ମହାନଦୀ ଉପରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣ: ମୋଦିଙ୍କ ହସ୍ତକ୍ଷେପ ଲୋଡିଲେ ନବୀନ

ଭୁବନେଶ୍ୱର: ମହାନଦୀ ଉପରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖିଛନ୍ତି। ଓଡ଼ିଶାର ବିନା ଅବଗତିରେ ଏପରି ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯାଇ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯାଉଛି। ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନବୀନ ମୋଦିଙ୍କୁ ଅନୁରୋଧ କରିଛନ୍ତି। ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, “ଛତିଶଗଡ଼ର ପ୍ରସ୍ତାବିତ ପ୍ରକଳ୍ପକୁ ନେଇ କେନ୍ଦ୍ରୀୟ ଜଳ ଆୟୋଗ ତାଙ୍କ ଦାୟିତ୍ୱ ଠିକ୍‌ରେ ତୁଲାଇ ନାହାନ୍ତି। […]

mahanadi

mahanadi

Rakesh Mallick
  • Published: Monday, 04 July 2016
  • Updated: 04 July 2016, 09:32 PM IST

Sports

Latest News

mahanadiଭୁବନେଶ୍ୱର: ମହାନଦୀ ଉପରେ ଛତିଶଗଡ଼ର ବ୍ୟାରେଜ ନିର୍ମାଣକୁ ପ୍ରତିବାଦ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଜି ଚିଠି ଲେଖିଛନ୍ତି। ଓଡ଼ିଶାର ବିନା ଅବଗତିରେ ଏପରି ପ୍ରକଳ୍ପ ନିର୍ମାଣ ଆରମ୍ଭ କରାଯାଇ ସଂଘୀୟ ବ୍ୟବସ୍ଥାରେ ରାଜ୍ୟର ସ୍ୱାର୍ଥକୁ ଅଣଦେଖା କରାଯାଉଛି। ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନବୀନ ମୋଦିଙ୍କୁ ଅନୁରୋଧ କରିଛନ୍ତି।

ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି, “ଛତିଶଗଡ଼ର ପ୍ରସ୍ତାବିତ ପ୍ରକଳ୍ପକୁ ନେଇ କେନ୍ଦ୍ରୀୟ ଜଳ ଆୟୋଗ ତାଙ୍କ ଦାୟିତ୍ୱ ଠିକ୍‌ରେ ତୁଲାଇ ନାହାନ୍ତି। ମହାନଦୀ ଓଡ଼ିଶାର ଲାଇଫ ଲାଇନ୍‌ ଓ ଛତିଶଗଡ଼ ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୩ଟି ପ୍ରକଳ୍ପ ଦ୍ୱାରା ଓଡ଼ିଶାର ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହେବ। ଓଡ଼ିଶା କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ଏହି ପ୍ରକଳ୍ପ ଯୋଗୁଁ ରାଜ୍ୟର କୃଷକମାନେ ବିଶେଷ କ୍ଷତିଗ୍ରସ୍ତ ହେବେ।”

ଅନ୍ୟପକ୍ଷରେ ଛତିଶଗଡ଼ ସରକାରଙ୍କ ମହାନଦୀ ଉପରେ କବଜାକୁ ବିଜେଡି ଦୃଢ ବିରୋଧ କରିଛି। ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି। ଆଜି ଏକ ସାମ୍ବାଦିକ ସମ୍ବିଳନୀରେ ଦଳ ପକ୍ଷରୁ କୁହାଯାଇଛି,  “ଓଡ଼ିଶା ସରକାରଙ୍କ ସହ ବିନା ଆଲୋଚନାରେ ଛତିଶଗଡ଼ର ବିଜେପି ସରକାର ମହାନଦୀ ଉପରେ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ କରିଥିବା ବେଳେ କେନ୍ଦ୍ରର ମୋଦି ସରକାର ଏହାକୁ ସମର୍ଥନ କରୁଛି। ମୋଦି ସରକାର ନାଟକ କରୁଛନ୍ତି ଓ ୪ କୋଟି ଓଡ଼ିଆଙ୍କ ସ୍ୱାର୍ଥ ସହ ଖେଳୁଛନ୍ତି। ବିଜେପି ସରକାର ପ୍ରତିକ୍ଷେତ୍ରରେ ଓଡ଼ିଶାର ସ୍ୱାର୍ଥକୁ ଆକ୍ରମଣ କରିବାକୁ ପଛାଉନାହିଁ। ଏହାର ଦୃଢ ଜବାବ ଦିଆଯିବ। ଓଡ଼ିଆଙ୍କ ସ୍ୱାର୍ଥ ରକ୍ଷା ପାଇଁ ଜୋରଦାର ଆନ୍ଦୋଳନ କରାଯିବ।”

ଦଳ ପକ୍ଷରୁ ବିଜେଡିର ବରିଷ୍ଠ ନେତା ଓ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ଛତିଶଗଡ଼ ସରକାରଙ୍କ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ୧୩ଟି ଜିଲ୍ଲା ପ୍ରଭାବିତ ହେବ। ଏପରି ପ୍ରକଳ୍ପ ନିର୍ମାଣ ଦ୍ୱାରା ହୀରାକୁଦରେ ବନ୍ୟା ନିୟନ୍ତ୍ରଣ ଓ ବିଦ୍ୟୁତ ଉତ୍ପାଦନ ପ୍ରଭାବିତ ହେବ।ଏହି ପ୍ରକଳ୍ପ ନିର୍ମାଣକୁ ନେଇ ଛତିଶଗଡ଼ ସରକାରଙ୍କ ଜଳସମ୍ପଦ ମନ୍ତ୍ରୀ ବ୍ରିଜମୋହନ ଅଗ୍ରୱାଲ ଦେଇଥିବା ବିବୃତ୍ତି ସଂଘୀୟ ବ୍ୟବସ୍ଥାର ବିରୋଧାଚରଣ କରୁଛି।”

ଛତିଶଗଡ଼ ସରକାର ମହାନଦୀର ଉପନଦୀ ଅର୍ପା ନଦୀ ଉପରେ ଭାଇନସାଂଝର ଜଳଭଣ୍ଡାର ନିର୍ମାଣ କରୁଛି। ତନ୍ଦୁଲା ଜଳଭଣ୍ଡାରର ସମ୍ପ୍ରସାରଣ ଓ ପାଇରୀ-ମହାନଦୀ ସଂଯୋଗୀକରଣ ଲାଗି ଯୋଜନା କରୁଛି। ଏହାସହ ହୀରାକୁଦ ଉପରମୁଣ୍ଡ ମହାନଦୀ ଅବବାହିକାରେ ୬ଟି ଜଳସେଚନ ପ୍ରକଳ୍ପ ନିର୍ମାଣ କରିଛି।  ମହାନଦୀର ଉପନଦୀ ଉପରେ ହେଉଥିବା ଏହି ପ୍ରକଳ୍ପଗୁଡିକ ମଧ୍ୟରୁ ୩ଟିର କାମ ସରିଥିବା ବେଳେ ବାକି ଗୁଡିକର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଏ ସବୁ ପ୍ରକଳ୍ପ ଦ୍ୱାରା ମହାନଦୀରେ ଜଳ ପ୍ରବାହ କମିବା ସହ ରାଜ୍ୟରେ ବନ୍ୟା ନିୟନ୍ତ୍ରଣ, କୃଷି, ଶିଳ୍ପ ଓ ଜଳ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବ ବୋଲି ବିଜେଡି ଅଭିଯୋଗ କରିଛି। ଛତିଶଗଡ଼ର ବିଜେପି ସରକାର ସବୁ ନୀତିନିୟମକୁ ଉଲ୍ଲଂଘନ କରି ଏପରି ଏକଚାଟିଆ ନିଷ୍ପତ୍ତି ନେବାକୁ ବିଜେଡି ବିରୋଧ କରିଛି।

ଆଚାର୍ଯ୍ୟ କହିଛନ୍ତି, “ଛତିଶଗଡ଼ ସରକାରଙ୍କ ଏପରି ଏକଚାଟିଆ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଜଳ ସଂରକ୍ଷଣ, ଚାଷ ଓ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେବ। ଏହା ଓଡ଼ିଶାର ସ୍ୱାର୍ଥକୁ ବ୍ୟାହତ କରୁଛି। ଓଡ଼ିଶାର ମେରୁଦଣ୍ଡ ଉପରେ ଆଘାତ କରାଯାଉଛି।”

ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି, “ଛତିଶଗଡ଼ ସରକାରଙ୍କ ଏହି ନିଷ୍ପତ୍ତିକୁ ଆମେ ବିରୋଧ କରୁଛୁ। ଆସନ୍ତା ୧୦ ତାରିଖରେ ବସିବାକୁ ଥିବା ଦଳୀୟ କାର୍ଯ୍ୟକାରିଣୀରେ ଆନ୍ଦୋଳନ କରାଯିବାକୁ ପ୍ରସ୍ତାବ ଅଣାଯିବ।”

ଛତିଶଗଡ଼ ସରକାର ଅର୍ପା ଭାଇନସାଂଝର ଜଳଭଣ୍ଡାର ନିର୍ମାଣ, ତନ୍ଦୁଲା ଜଳଭଣ୍ଡାରର ସମ୍ପ୍ରସାରଣ ଓ ପାଇରୀ-ମହାନଦୀ ସଂଯୋଗୀକରଣ ବିଷୟରେ ଅବଗତ କରିବା ପରେ ରାଜ୍ୟ ସରକାରଙ୍କ ନିଦ ଭାଙ୍ଗିଛି। ଓଡ଼ିଶା ସରକାରଙ୍କୁ ଅବଗତ ନ କରି ଏ ସବୁ ପ୍ରକଳ୍ପ ନିର୍ମାଣ ନେଇ ଛତିଶଗଡ଼ ସରକାର ନିଷ୍ପତ୍ତି ନେଇ ସାରିଛନ୍ତି। କେନ୍ଦ୍ରୀୟ ଜଳ କମିଶନଙ୍କ ନିର୍ଦ୍ଦେଶ ପରେ ଛତିଶଗଡ଼ ସରକାର ଓଡ଼ିଶା ସରକାରଙ୍କୁ ଏ ବିଷୟରେ ଜଣାଇବାକୁ ବାଧ୍ୟ ହୋଇଛନ୍ତି।

ଜଳସମ୍ପଦ ସଚିବ ପ୍ରଦୀପ ଜେନା କହିଛନ୍ତି, “ଛୋଟ ଛୋଟ ପ୍ରକଳ୍ପ ହେଲେ କିଛି ସମସ୍ୟା ନାହିଁ। ମହାନଦୀ ଜଳ ଉପରେ ଦୁଇ ରାଜ୍ୟର ଅଧିକାର ଥିବାରୁ ଏହି ପ୍ରକଳ୍ପଗୁଡିକୁ ବିବାଦ ଘେରକୁ ଆଣିନାହୁଁ। ମାତ୍ର ଅର୍ପା ଭାଇନସାଂଝର ଜଳଭଣ୍ଡାର, ତନ୍ଦୁଲା ଜଳଭଣ୍ଡାରର ସମ୍ପ୍ରସାରଣ ଓ ପାଇରୀ-ମହାନଦୀ ସଂଯୋଗୀକରଣ ଦ୍ୱାରା ନିଶ୍ଚିତ ଭାବେ ଓଡ଼ିଶା ପ୍ରଭାବିତ ହେବ।”

ମହାନଦୀ ଜଳ ବଣ୍ଟନକୁ ନେଇ ଓଡ଼ିଶା ଓ ଛତିଶଗଡ଼ ସରକାରଙ୍କ ମଧ୍ୟରେ କୌଣସି ଚୁକ୍ତି ହୋଇନାହିଁ। ଏପରି ସ୍ଥିତିରେ ଛତିଶଗଡ଼ର ଏହି ପ୍ରସ୍ତାବିତ ପ୍ରକଳ୍ପ ଓଡ଼ିଶା ପାଇଁ ପୋଲାଭରମ୍‌ ଭଳି ସ୍ଥିତି ସୃଷ୍ଟି କରିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ଛତିଶଗଡ଼ ସରକାର ଏହି ପ୍ରକଳ୍ପର ପ୍ରାଥମିକ କାମ ଆରମ୍ଭ କରିସାରିଛନ୍ତି। ରାଜନୈତିକ ଦଳଙ୍କ ମଧ୍ୟରେ ବୁଝାମଣା ଅଭାବରୁ ପୋଲାଭରମ୍‌କୁ ନେଇ ଓଡ଼ିଶା ଦିଲ୍ଲୀ ଦରବାରରେ ନିଜ ଦାବିକୁ ଠିକ୍‌ ଭାବେ ଉପସ୍ଥାପନା କରିବାରେ ବିଫଳ ହୋଇଥିଲା। ଛତିଶଗଡ଼ ସରକାରଙ୍କ ଯୋଜନାକୁ ସବୁ ସ୍ତରରୁ ବିରୋଧ କରା ନ ଗଲେ ରାଜ୍ୟର ସ୍ୱାର୍ଥ ଗୁରୁତର ବ୍ୟାହତ ହେବା ଏକ ପ୍ରକାର ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story