ମହାନଦୀ ଜଳ ବିବାଦ: ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କୁ ଏନ୍‌ଜିଟିର ନୋଟିସ୍‌

ନୂଆଦିଲ୍ଲୀ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ର ସରକାରଙ୍କୁ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ପକ୍ଷରୁ ନୋଟିସ୍‌ ଜାରି କରାଯାଇଛି। ଜଳ ବିବାଦ ନେଇ ପକ୍ଷ ରଖିବାକୁ ନୋଟିସ୍‌ରେ ଉଲ୍ଲେଖ ରହିଛି।

ମହାନଦୀର ଉପର ମୁଣ୍ଡରେ ଛତିଶଗଡ଼ ସରକାରଙ୍କ ନଦୀବନ୍ଧ ନିର୍ମାଣ ଯୋଗୁଁ ଜଳ ପ୍ରଭାବ ପ୍ରଭାବିତ ହେଉଛି। ଫଳରେ ପରିବେଶ ପ୍ରଦୂଷଣ ଆଶଙ୍କା କରି ଏକ ଏନ୍‌ଜିଓ ସଂସ୍ଥା ପକ୍ଷରୁ ଏନ୍‌ଜିଟିରେ ଆବେଦନ କରାଯାଇଥିଲା।