ଆହୁରି ତେଜିଲା ମହାନଦୀ ବିବାଦ: କେନ୍ଦ୍ର କହିଲା-ଓଡ଼ିଶା ଦେଇପାରୁନି ତଥ୍ୟ, ଟ୍ରିବ୍ୟୁନାଲର ଆବଶ୍ୟକତା ନାହିଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ମହା ଝଟକା ଲାଗିଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଗଠନ ହେବାକୁ ଥିବା ଟ୍ରିବ୍ୟୁନାଲରେ ବ୍ରେକ୍‌ ଲାଗିଛି। ଟ୍ରିବ୍ୟୁନାଲ୍ ଗଠନ କରିବାକୁ ମନା କଲେ କେନ୍ଦ୍ର ସରକାର। ଏନେଇ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି କେନ୍ଦ୍ର। ଓଡ଼ିଶା ସରକାର ସବିଶେଷ ତଥ୍ୟ ଦେଇନଥିବାରୁ ଟ୍ରିବ୍ୟୁନାଲ ଆବଶ୍ୟକତା ନାହିଁ ବୋଲି ଏଥିରେ ଦର୍ଶାଯାଇଛି। ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି। ତେଜିଲା ମହାନଦୀ ବିବାଦ। ପ୍ରଥମେ ଫେଲ୍ ମାରିଥିଲା ଆପୋଷ […]

mahanadi-water-problem

mahanadi-water-problem

Rakesh Mallick
  • Published: Wednesday, 06 December 2017
  • Updated: 06 December 2017, 09:51 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାକୁ ମହା ଝଟକା ଲାଗିଛି। ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଗଠନ ହେବାକୁ ଥିବା ଟ୍ରିବ୍ୟୁନାଲରେ ବ୍ରେକ୍‌ ଲାଗିଛି। ଟ୍ରିବ୍ୟୁନାଲ୍ ଗଠନ କରିବାକୁ ମନା କଲେ କେନ୍ଦ୍ର ସରକାର। ଏନେଇ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି କେନ୍ଦ୍ର। ଓଡ଼ିଶା ସରକାର ସବିଶେଷ ତଥ୍ୟ ଦେଇନଥିବାରୁ ଟ୍ରିବ୍ୟୁନାଲ ଆବଶ୍ୟକତା ନାହିଁ ବୋଲି ଏଥିରେ ଦର୍ଶାଯାଇଛି। ଏହାକୁ ନେଇ କେନ୍ଦ୍ର ଉପରେ ବର୍ଷିଛି ବିଜେଡି।

ତେଜିଲା ମହାନଦୀ ବିବାଦ। ପ୍ରଥମେ ଫେଲ୍ ମାରିଥିଲା ଆପୋଷ ଆଲୋଚନା। ଆଉ ଏବେ ମଉଳିଲା ଟ୍ରିବ୍ୟୁନାଲ୍ ମାଧ୍ୟମରେ ସମାଧାନ ଆଶା। ବହୁପ୍ରତିକ୍ଷିତ ମହାନଦୀ ଟ୍ରିବ୍ୟୁନାଲ୍ ଗଠନକୁ ସିଧାସଳଖ ନା କହିଛି କେନ୍ଦ୍ର ସରକାର। ଏନେଇ ସୁପ୍ରିମକୋର୍ଟରେ କେନ୍ଦ୍ର ସରକାର ଦାଖଲ କରିଛନ୍ତି ସତ୍ୟପାଠ। ଏଥିପାଇଁ ରାଜ୍ୟ ଉପରେ ମଧ୍ୟ ଦୋଷ ଲଦିଛନ୍ତି। ଓଡ଼ିଶା ସବିଶେଷ ତଥ୍ୟ ଦେଇନଥିବାରୁ ଟ୍ରିବ୍ୟୁନାଲ୍ ଗଠନର ଆବଶ୍ୟକତା ନାହିଁ ବୋଲି କେନ୍ଦ୍ର ଦର୍ଶାଇଛି। ତେବେ ପୂର୍ବରୁ ସଂସଦରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲ୍ ଗଠନ ନେଇ କ୍ୟାବିନେଟ୍ ନୋଟ୍ ପ୍ରସ୍ତୁତ ବୋଲି କହିଥିଲେ। ଏମିତିକି ନଭେମ୍ବର ୧୯ ସୁଦ୍ଧା ମହାନଦୀ ସଂପର୍କରେ ପଦକ୍ଷେପ ନିଆଯିବ ବୋଲି ସର୍ବୋଚ୍ଚ କୋର୍ଟକୁ ଜଣାଇଥିଲା କେନ୍ଦ୍ର। ଏହାସତ୍ତ୍ୱେ କାହିଁକି ପଛକୁ ହଟିଲେ କେନ୍ଦ୍ର ସରକାର? କାହିଁକି ଟ୍ରିବ୍ୟୁନାଲ୍ ଗଠନ ପାଇଁ ରାଜି ହେଲେନାହିଁ? କାହା ଚାପରେ ଏଭଳି ଆଭିମୁଖ୍ୟ ଗ୍ରହଣ କଲେ? ଏହାକୁ ନେଇ କେନ୍ଦ୍ର ଉପରେ ଢେର ବର୍ଷିଛି ବିଜେଡି।

କେନ୍ଦ୍ର ସରକାରଙ୍କ ଓକିଲ ଓ୍ୱାସିମ୍ ଏ.କାଦ୍ରି କହିଛନ୍ତି-“ମହାନଦୀ ଜଳ ବିବାଦ ସମାଧାନ ପାଇଁ ଆବଶ୍ୟକ ହେଉଥିବା ତଥ୍ୟ ଆଜିପର୍ଯ୍ୟନ୍ତ ରାଜ୍ୟ ସରକାର ଦେଉନାହାନ୍ତି। ତାହାହେଲେ କେନ୍ଦ୍ର କିପରି ଟ୍ରିବ୍ୟୁନାଲ ଗଠନ କରିବେ?”

ବିଜେଡି ମୁଖପାତ୍ର ପ୍ରତାପ ଦେବ କହିଛନ୍ତି-“ଟ୍ରବ୍ୟୁନାଲ ଗଠନ ନଭେମ୍ୱର ୧୯ ତାରିଖ ସୁଦ୍ଧା ହୋଇଯିବ। ଯଦି ତଥ୍ୟ ନଥିଲା, ସେତେବେଳେ କଣ ପାଇଁ କହିପାରିଲେ ନାହିଁ। ନିଜ ମୁଣ୍ଡରୁ ଦୋଷ ଖସାଇ ରାଜ୍ୟ ସରକାରଙ୍କ ଉପରେ ଲଦୁଛି କେନ୍ଦ୍ର।”

ବିଜେପି ବିଧାୟକ ଦଳ ନେତା କେ.ଭି. ସିଂଦେଓ କହିଛନ୍ତି-“ମହାନଦୀ ଜଳ ବିବାଦ ସମାଧାନ ପାଇଁ ଆବଶ୍ୟକ ହେଉଥିବା ତଥ୍ୟ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଦେଇପାରିନାହାନ୍ତି। ଏଥିରୁ ଜଣାପଡ଼ୁଛି ମହାନଦୀ ବିବାଦ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା ପସିନି।”

ମହାନଦୀ ପ୍ରସଙ୍ଗରେ ଆଜି ବିଧାନସଭାରେ ଶାସକ ଦଳ ଆଣିଥିବା ମୋସନ୍ ଉପରେ ହୋଇଥିଲା ସରଗରମ ଆଲୋଚନା। କେନ୍ଦ୍ର ଓ ଛତିଶଗଡ ଉପରେ ବର୍ଷିଛନ୍ତି ବିଜେଡି ସଦସ୍ୟମାନେ। ଶାସକ ଦଳ ତଥ୍ୟ ରଖି କହିଛି- ଗତବର୍ଷ ଅପେକ୍ଷା ଏବର୍ଷ ନଭେମ୍ବରରେ ୪୧ ପ୍ରତିଶତ ଜଳପ୍ରବାହ କମିଛି। ଆସନ୍ତା ଏପ୍ରିଲ ବେଳକୁ  ୭୩ ପ୍ରତିଶତ ଓ ମେ’ରେ ୭୭ ପ୍ରତିଶତ ଜଳପ୍ରବାହ କମିବା ଆଶଙ୍କା କରିଛି ଶାସକ ଦଳ। ସେଥିପାଇଁ ୧୬ଟି ଜିଲ୍ଲା ପ୍ରଭାବିତ ହେବ। କେନ୍ଦ୍ର ଏଦିଗରେ ନିରବଦ୍ରଷ୍ଟା ସାଜିଛି ଓ ଛତିଶଗଡ଼ ବେଧଡ଼କ ନିର୍ମାଣ କାମ ଚାଲୁ ରଖିଥିବା ସଦସ୍ୟମାନେ କହିଛନ୍ତି। ସେପଟେ ବିରୋଧୀ ଦଳ ନେତା ଏହି ବିବାଦ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ୨୦୦୦ ମସିହାରୁ ରାଜ୍ୟ ସରକାର ମହାନଦୀ ପ୍ରସଙ୍ଗରେ ଅବହେଳା କରିଛନ୍ତି। ବର୍ଷେ ଭିତରେ ଟ୍ରବ୍ୟୁନାଲ ଗଠନ ହୋଇନଥିବାରୁ କେନ୍ଦ୍ର ସରକାର ଆଇନ୍‌ର ଉଲ୍ଲଂଘନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos