ମହାନଦୀ ପାଣିରୁ ଓଡ଼ିଶାକୁ କେହି ବଞ୍ଚିତ କରିପାରିବେ ନାହିଁ: ମୁଖ୍ୟମନ୍ତ୍ରୀ

ଯାଜପୁର/କେନ୍ଦୁଝର: ବିଜେଡିର ଜନସଂପର୍କ ପଦଯାତ୍ରାର ଉଦଯାପନୀ ସମାରୋହରେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ଗସ୍ତରେ ଯାଇ ଜାରକାସ୍ଥିତ କଳ୍ପତରୁ  ଦାସ ଶିଶୁ ଉଦ୍ୟାନରେ ଆୟୋଜିତ ଜନ ସଂପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଧର୍ମଶାଳା ମହୋତ୍ସବ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ  ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀ ପାଣିରୁ […]

cm

cm

Rakesh Mallick
  • Published: Wednesday, 02 November 2016
  • Updated: 02 November 2016, 06:43 PM IST

Sports

Latest News

ଯାଜପୁର/କେନ୍ଦୁଝର: ବିଜେଡିର ଜନସଂପର୍କ ପଦଯାତ୍ରାର ଉଦଯାପନୀ ସମାରୋହରେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଜିଲ୍ଲା ଗସ୍ତରେ ଯାଇ ଜାରକାସ୍ଥିତ କଳ୍ପତରୁ  ଦାସ ଶିଶୁ ଉଦ୍ୟାନରେ ଆୟୋଜିତ ଜନ ସଂପର୍କ ପଦଯାତ୍ରାରେ ଯୋଗ ଦେଇଥିଲେ। ପରେ ମୁଖ୍ୟମନ୍ତ୍ରୀ ଧର୍ମଶାଳା ମହୋତ୍ସବ ପଡ଼ିଆରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେବା ସହ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଶୁଭାରମ୍ଭ  ଓ ଶିଳାନ୍ୟାସ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ,“ମହାନଦୀ ଓଡ଼ିଶାର ଜୀବନ ରେଖା। ମହାନଦୀ ପାଣିରୁ ରାଜ୍ୟବାସୀଙ୍କୁ କେହି ବଞ୍ଚିତ କରିପାରିବେ ନାହିଁ। ସବୁବର୍ଗର ଉନ୍ନତି ପାଇଁ ଆମର ଉଦ୍ୟମ ଜାରି ରହିଛି।”

ସେ ଆହୁରି କହିଥିଲେ, “ଜନ କଲ୍ୟାଣ କ୍ଷେତ୍ରରେ ଓଡ଼ିଶା ଦେଶର ମଡେଲ ଷ୍ଟେଟ୍‌। ରାଜ୍ୟରେ ବିକାଶର ନୂଆ ଯୁଗ ଆରମ୍ଭ ହୋଇଛି। ଓଡ଼ିଶା ଆଜି  ଦେଶର  ଏକ ଘଟଣା ବହୁଳ ରାଜ୍ୟ ହୋଇପାରିଛି।”

ଏହି ଅବସରରେ  ମୁଖ୍ୟମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କୁ ସହାୟତା ମଧ୍ୟ ପ୍ରଦାନ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଯାଜପୁରରେ କଂଗ୍ରେସ ଓ ବିଜେପିର ୩୫ ଜଣ କର୍ମୀଙ୍କୁ ପୋଲିସ୍‌  ଅଟକ ରଖିଥିଲା।

ଯାଜପୁର ପରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଶୁଭ ଉଦ୍‌ଘାଟନ କରିଥିଲେ। କେନ୍ଦୁଝରରେ ନିର୍ମାଣ ହେବାକୁ ଥିବା ସରକାରୀ ମେଡିକାଲ୍ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ମୁଖ୍ୟମନ୍ତ୍ରୀ। ଏହି କାମ ଠିକ୍ ସମୟରେ ଶେଷ କରାଯାଇ କେନ୍ଦୁଝରବାସୀଙ୍କୁ ଉଚ୍ଚମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ।

ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ମାସେ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ଦଳ ପକ୍ଷରୁ ପଦଯାତ୍ରା କରାଯାଇଥିଲା। ବିଶେଷକରି ରାଜ୍ୟ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ ମହାନଦୀ ବିବାଦ ନେଇ ଲୋକଙ୍କୁ ପଦଯାତ୍ରା ସମୟରେ ଦଳ ପକ୍ଷରୁ ଅବଗତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story