ଥାନାରେ ହାଜର ହେଲେ ମହିମାଙ୍କ ଭଣଜା

ପାରାଦୀପ: ସିୱେଜ୍ ସିପିଂ କଂପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଗିରଫ ଶିଳ୍ପପତି ମହିମା ମିଶ୍ରଙ୍କ ଭଣଜା ଚିନ୍ମୟ ମିଶ୍ର ଆଜି  ପାରାଦୀପ ଥାନାରେ ହୋଇଥିଲେ। ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ହୋଇଥିବା ଆର୍ଥିକ କାରବାର ନେଇ ତାଙ୍କୁ ପଚରାଉଚରା କରାଯାଇଥିବା ଜଣାପଡ଼ିଛି।  ଚିନ୍ମୟଙ୍କୁ ଥାନାରେ ହାଜର ହେବା ପାଇଁ ଜାନୁୟାରୀ ୧୩ରେ ପାରାଦୀପ ପୋଲିସ୍ ନୋଟିସ୍  କରିଥିଲା। ୧୫ ତାରିଖ ସୁଦ୍ଧା ହାଜର ହେବା ପାଇଁ ତାଙ୍କୁ କୁହାଯାଇଥିଲା।

ସେହିପରି ମହିମାଙ୍କ କଂପାନୀ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‌ (ଓଏସ୍‌ଏଲ୍‌)ର ଫାଇନାନ୍ସ ବିଭାଗ ଡିଜିଏମ୍ ରବୀନ୍ଦ୍ର ଦଳେଇଙ୍କୁ ପୁଣି ଥରେ ହାଜର ହେବା ପାଇଁ ପାରାଦୀପ ପୋଲିସ୍ ନୋଟିସ୍ ଜାରି କରିଥିଲା। ତାଙ୍କୁ ମଧ୍ୟ୧୫ ତାରିଖ ସୁଦ୍ଧା ହାଜର ହେବାକୁ କୁହାଯାଇଥିଲା। ଏହା ପୂର୍ବରୁ ଗତ ୮ ତାରିଖରେ ତାଙ୍କୁ ନୋଟିସ୍ ଜାରି କରାଯାଇଥିଲା। ସେ ୧୦ ତାରିଖରେ ପାରାଦୀପ ପୋଲିସ୍ ନିକଟରେ ହାଜର ହୋଇଥିଲେ।  ଏହି ହତ୍ୟା ମାମଲାରେ ହୋଇଥିବା ଆର୍ଥିକ କାରବାର ନେଇ ତାଙ୍କୁ ପଚରାଉଚରା କରାଯାଇଥିଲା।

ମହିମାଙ୍କ ଦୁଇ ପୁଅ ଚନ୍ଦନ ଓ ଚର୍ଚ୍ଚିତ ୧୧ ତାରିଖ ଦିନ ପାରାଦୀପ ପୋଲିସ୍ ନିକଟରେ ହାଜର ହୋଇଥିଲେ।

ଏହି  ହତ୍ୟା ମାମଲାରେ ଏପର୍ଯ୍ୟନ୍ତ ମହିମାଙ୍କ ମିଶାଇ ମୋଟ ୮ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ କଂଗ୍ରେସ ନେତା ବାପି ସର୍ଖେଲ୍ ମଧ୍ୟ ଅଛନ୍ତି।