ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ସମାଗୋଳ ଜେଲ ଗଲେ ମହିମା ଓ ବସନ୍ତ

ପାରାଦୀପ: ବ୍ୟାଙ୍କକରୁ ଧରାପଡ଼ିଥିବା ଓଏସ୍‌ଏଲ୍ ମୁଖ୍ୟ ତଥା ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ କୁମାର ବଳଙ୍କୁ ଆଜି କୁଜଙ୍ଗ କୋର୍ଟର ହାଜର କରାଯିବା ପରେ ସମାଗୋଳ ଜେଲକୁ ପଠାଇ ଦିଆଯାଇଛି। ମହିମାଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହେବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଆଜି ଉଭୟଙ୍କୁ ଜେଏମଏଫସିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ସେଠାରେ ସେମାନଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ ପୋଲିସ ଉଭୟଙ୍କୁ ୫ ଦିନ ରିମାଣ୍ଡରେ […]

mahima-mishra

mahima-mishra

Rakesh Mallick
  • Published: Tuesday, 27 December 2016
  • Updated: 27 December 2016, 11:10 PM IST

Sports

Latest News

mahima-mishraପାରାଦୀପ: ବ୍ୟାଙ୍କକରୁ ଧରାପଡ଼ିଥିବା ଓଏସ୍‌ଏଲ୍ ମୁଖ୍ୟ ତଥା ଶିଳ୍ପପତି ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ କୁମାର ବଳଙ୍କୁ ଆଜି କୁଜଙ୍ଗ କୋର୍ଟର ହାଜର କରାଯିବା ପରେ ସମାଗୋଳ ଜେଲକୁ ପଠାଇ ଦିଆଯାଇଛି। ମହିମାଙ୍କ ଜାମିନ ଆବେଦନ କୋର୍ଟରେ ଖାରଜ ହେବା ପରେ ତାଙ୍କୁ ଜେଲ ପଠାଇ ଦିଆଯାଇଛି। ଆଜି ଉଭୟଙ୍କୁ ଜେଏମଏଫସିଙ୍କ ଆବାସିକ କାର୍ଯ୍ୟାଳୟରେ ହାଜର କରାଯାଇଥିଲା। ସେଠାରେ ସେମାନଙ୍କ ଜାମିନ ଆବେଦନର ଶୁଣାଣି ହୋଇଥିବା ବେଳେ ପୋଲିସ ଉଭୟଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲେ। କୋର୍ଟ ଆବେଦନର ଶୁଣାଣି କରି ଜାମିନ ନାମଞ୍ଜୁର କରିବା ସହ ୪ ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି।

ଜେଲରେ ପହଞ୍ଚିବା ପରେ ମହିମା ଓ ତାଙ୍କ ସହଯୋଗୀ ବସନ୍ତ ଅସୁସ୍ଥ ହୋଇପଡ଼ିଥିଲେ। ରକ୍ତ ଚାପ ବଢ଼ି ଯାଇଥିବା ବେଳେ ଛାତି ଯନ୍ତ୍ରଣା ହୋଇଥିଲା। ତେଣୁ ଉଭୟଙ୍କୁ ସଙ୍ଗେସଙ୍ଗେ ଜଗତସିଂହପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ସରକାରୀ ଓକିଲ ନଳିନୀ ରଞ୍ଜନ ଦାସ କହିଛନ୍ତି,“ ମହିମା ମିଶ୍ର ଓ ବସନ୍ତ ବଳଙ୍କୁ କୋର୍ଟରେ ହାଜର କରାଯିବା ପରେ ସେମାନଙ୍କ ଜାମିନ ନାମଞ୍ଜୁର ହୋଇଥିଲା। ତଦନ୍ତକାରୀ ଅଫିସର ୫ ଦିନ ରିମାଣ୍ଡ ମାଗିଥିଲେ। କୋର୍ଟ ୪ ଦିନ ପାଇଁ ଅନୁମତି ଦେଇଛନ୍ତି।”

ମହିମାଙ୍କ ଓକିଲ ଜୟଦୀପ ପାଲ କହିଛନ୍ତି,“ ତିନିଦିନ ହେବ ଶୋଇନାହାନ୍ତି। ସେ ଅସୁସ୍ଥ ଅଛନ୍ତି। ଆମେ ଆବେଦନ କରିଛୁ। ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଜେଲରେ ଡକ୍ତର ତାଙ୍କର ଚିକିତ୍ସା କରିବେ।”

ଗତକାଲି ମହିମା ମିଶ୍ର ଓ ତାଙ୍କ ସହଯୋଗୀ ବସନ୍ତ ବଳଙ୍କୁ ବ୍ୟାଙ୍କକରୁ ଭୁବନେଶ୍ୱର ଅଣାଯାଇଥିଲା। ଭୁବନେଶ୍ୱରରେ ପହଞ୍ଚିବା ପରେ ଉଭୟଙ୍କୁ ଡାକ୍ତରୀ ପରୀକ୍ଷା ପାଇଁ କ୍ୟାପିଟାଲ ହସପିଟାଲକୁ ନିଆଯାଇଥିଲା। ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟ ଠିକ୍‌ ଥିବା ଜଣାପଡ଼ିଥିଲା। ‌ପରେ ଉଭୟଙ୍କୁ ପାରାଦୀପ ପାରାଦୀପ ଥାନାକୁ ନିଆଯାଇଥିଲା।

ବ୍ୟାଙ୍କକରେ ଧରାପଡିବା ପରେ ସେମାନଙ୍କୁ ଆଣିବାକୁ ଓଡ଼ିଶା ପୋଲିସ୍‌ର ଏକ ୬ ଜଣିଆ ଟିମ୍ ଥାଇଲାଣ୍ଡ ଯାଇଥିଲା।

ସିଓୱେଜ୍‌ ସିପିଂ ଜିଏମ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଓଡ଼ିଶା ପୋଲିସକୁ ଚକମା ଦେଇ ମହିମା ବିଦେଶକୁ ଫେରାର ହୋଇଯାଇଥିଲେ। ଦେଶରେ ବିଭିନ୍ନ ସହରରେ ଲୁଚି ରହିବା ପରେ ସଡ଼କ ପଥରେ ନେପାଳର କାଠମାଣ୍ଡୁ ଯାଇ ସେଠାରୁ ଟ୍ୟୁରିଷ୍ଟ ଭିସାରେ ବ୍ୟାଙ୍କକ୍‌ ଚାଲିଯାଇଥିଲେ। ଶନିବାର ବ୍ୟାଙ୍କକ୍ ପ୍ରାତୁନାମ୍‌ ଅଞ୍ଚଳର ଏକ ହୋଟେଲରୁ ଉଭୟଙ୍କୁ ଥାଇଲାଣ୍ଡ ପୋଲିସ ଅଟକ ରଖି ଓଡ଼ିଶା ପୋଲିସକୁ ସୂଚନା ଦେଇଥିଲା। ଜଗତସିଂହପୁର ପୋଲିସର ଏକ ସ୍ୱତନ୍ତ୍ର ଟିମ୍‌ ବ୍ୟାଙ୍କକ୍‌ ଯାଇ ଉଭୟଙ୍କୁ ଓଡ଼ିଶା ଆଣିଥିଲା।

ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଜଗତସିଂହପୁର ପୋଲିସ୍ ଏ ଦୁଇ ଜଣଙ୍କ ପୂର୍ବରୁ ୭ ଜଣଙ୍କୁ ଗିରଫ କରିଥିଲା। ସେମାନଙ୍କ ମଧ୍ୟରେ ଅଛନ୍ତି ଶ୍ରମିକ ନେତା ତଥା କଂଗ୍ରେସ ନେତା ବାପି ସର୍ଖେଲ।

ମହିମା ଓ ବସନ୍ତ ଗିରଫ ହେବା ପରେ ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲାରେ ଅନାଲୋଚିତ ବହୁ ତଥ୍ୟ ପଦାକୁ ଆସିବ ବୋଲି ପୋଲିସ ଆଶା ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos