ମହଙ୍ଗା ପଡ଼ିଲା ଅସଦାଚରଣ: ଅଭିଯୁକ୍ତଙ୍କୁ ଛେଚିଲେ ଯୁବତୀ

କଟକ: ଯୁବତୀଙ୍କୁ ଅସଦାଚରଣ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଅସଦାଚରଣ କରିଥିବା ଯୁବକଙ୍କୁ ପୀଡିତା ଜଣଙ୍କ ଭଲ କରି ଉତ୍ତମମଧ୍ୟମ ଦେଇଛନ୍ତି। ଏପରି ଘଟଣା ଘଟିଛି କଟକ ବାଦାମବାଡ଼ିରେ। ଯୁବତୀ ଜଣଙ୍କ ଅଭିଯୁକ୍ତଙ୍କୁ ଚାପୁଡା ମାରିବା ସହ ଚପଲରେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବକ ଜଣଙ୍କୁ ଗିରଫ କରିଛି। ଭୁବନେଶ୍ୱର ନନ୍ଦନକାନନ ଅଞ୍ଚଳରେ […]

ctc

ctc

Rakesh Mallick
  • Published: Sunday, 08 January 2017
  • Updated: 08 January 2017, 08:17 PM IST

Sports

Latest News

କଟକ: ଯୁବତୀଙ୍କୁ ଅସଦାଚରଣ ଯୁବକଙ୍କ ପାଇଁ ମହଙ୍ଗା ପଡିଛି। ଅସଦାଚରଣ କରିଥିବା ଯୁବକଙ୍କୁ ପୀଡିତା ଜଣଙ୍କ ଭଲ କରି ଉତ୍ତମମଧ୍ୟମ ଦେଇଛନ୍ତି। ଏପରି ଘଟଣା ଘଟିଛି କଟକ ବାଦାମବାଡ଼ିରେ। ଯୁବତୀ ଜଣଙ୍କ ଅଭିଯୁକ୍ତଙ୍କୁ ଚାପୁଡା ମାରିବା ସହ ଚପଲରେ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ଯୁବକ ଜଣଙ୍କୁ ଗିରଫ କରିଛି।

ଭୁବନେଶ୍ୱର ନନ୍ଦନକାନନ ଅଞ୍ଚଳରେ ଯୁବତୀଙ୍କୁ କମେଣ୍ଟ ମରା ଘଟଣାରେ କମିଶନରେଟ୍‌ ପୋଲିସ ୩ ଜଣ ଯୁବକଙ୍କୁ ଆଜି ଗିରଫ କରିଥିବା ବେଳେ କଟକରୁ ଆସିଛି ଏପରି ସମାନ ଅଭିଯୋଗ।

ଭାଇରାଲ ହୋଇଥିବା ଭିଡିଓ ଅନୁସାରେ ଯୁବକ ଜଣଙ୍କ ଯୁବତୀଙ୍କୁ ଅସଦାଚରଣ କରିଥିଲେ। ଏହାର ପ୍ରତିବାଦରେ ଯୁବତୀ ଜଣଙ୍କ ସର୍ବସମ୍ମୁଖରେ ସମ୍ପୃକ୍ତ ଯୁବକଙ୍କୁ ଅଟକାଇ ଚାପୁଡା ପରେ ଚାପୁଡା ମାରିବା ସହ ଚପଲରେ ମଧ୍ୟ ପିଟିଥିଲେ। ଏପରିକି ସେ ଯୁବକ ଜଣଙ୍କୁ ଭୁଲ ମଧ୍ୟ ମଗାଇ ଥିଲେ।

ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ କହିଛନ୍ତି,“ଏପରି ଘଟଣା ଯେଉଁଠି ଘଟୁଥିବା ଉପସ୍ଥିତ ସାଧାରଣ ଜନତା ହସ୍ତକ୍ଷେପ କରିବା ଉଚିତ। ଆଗାମୀ ଦିନରେ ଏପରି ଘଟଣା ଘଟିଲେ ଲୋକେ ଅଭିଯୁକ୍ତଙ୍କୁ ଧରି ପୋଲିସ ଜିମା ଦେବେ ବୋଲି ମୁଁ ଆଶା କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos