ମହଙ୍ଗା ପଡିପାରେ କେନ୍ଦୁଝର ବିଜେଡି କାଉନସିଲରଙ୍କୁ ହୁଇପ୍ ଅବମାନନା

କେନ୍ଦୁଝର: କେନ୍ଦୁଝର ବିଜେଡି କାଉସିଲରଙ୍କୁ ଦଳର ହୁଇପ ଅବମାନନା ମହଙ୍ଗା ପଡିପାରେ। ଚଳିତ ବିଧାନସଭାରେ ପାରିତ ହୋଇଥିବା ଦଳ ବଦଳ ନିରୋଧ ଆଇନ ବଳରେ କେନ୍ଦୁଝର ମ୍ୟୁନିସିପାଲିଟିର ୯ ବିଜେଡି କାଉନସିଲଙ୍କ ପଦ ମଧ୍ୟ ଯାଇପାରେ। ଏ ନେଇ ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ଫେରାଦ ହେବ। ଏପଟେ ପୂର୍ବରୁ ଦଳରୁ ଇସ୍ତଫା ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ହେଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଧମକ ଦେଇଛନ୍ତି କାଉନସିଲରମାନେ। କେନ୍ଦୁଝରଗଡ ପୌରାଧ୍ୟକ୍ଷ ମୀନା ମାଝିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ […]

kendujhar

kendujhar

Rakesh Mallick
  • Published: Tuesday, 29 December 2015
  • Updated: 29 December 2015, 04:02 PM IST

Sports

Latest News

କେନ୍ଦୁଝର: କେନ୍ଦୁଝର ବିଜେଡି କାଉସିଲରଙ୍କୁ ଦଳର ହୁଇପ ଅବମାନନା ମହଙ୍ଗା ପଡିପାରେ। ଚଳିତ ବିଧାନସଭାରେ ପାରିତ ହୋଇଥିବା ଦଳ ବଦଳ ନିରୋଧ ଆଇନ ବଳରେ କେନ୍ଦୁଝର ମ୍ୟୁନିସିପାଲିଟିର ୯ ବିଜେଡି କାଉନସିଲଙ୍କ ପଦ ମଧ୍ୟ ଯାଇପାରେ। ଏ ନେଇ ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ଫେରାଦ ହେବ। ଏପଟେ ପୂର୍ବରୁ ଦଳରୁ ଇସ୍ତଫା ଦେଇଥିବାରୁ କାର୍ଯ୍ୟାନୁଷ୍ଠାନ ହେଲେ କୋର୍ଟର ଦ୍ୱାରସ୍ଥ ହେବେ ବୋଲି ଧମକ ଦେଇଛନ୍ତି କାଉନସିଲରମାନେ।

କେନ୍ଦୁଝରଗଡ ପୌରାଧ୍ୟକ୍ଷ ମୀନା ମାଝିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲା। ବିଜେଡି ସୁପ୍ରିମୋ ହୁଇପ୍ ଜାରି କରିବା ସହ ଗତ ୨୭ ତାରିଖରେ ବିଜ୍ଞାପନ ଜରିଆରେ ଦଳର ୧୪ କାଉନସିଲରଙ୍କୁ ଅନସ୍ଥା ପ୍ରସ୍ତାବ ବୈଠକରେ ନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏ ନିର୍ଦ୍ଦେଶକୁ ଦଳର ୯ଜଣ କାଉନସିଲର ମାନି ନ ଥିଲେ। ଏବେ ଏହି ୯ କାଉନସିଲରଙ୍କ ସଭ୍ୟ ପଦ ରଦ୍ଦ ପାଇଁ ଦଳ ଆଇନକୁ ଅସ୍ତ୍ର କରିବାକୁ ବିଚାର କରୁଛି। ଚଳିତ ବିଧାନସଭାରେ ପାରିତ ହୋଇଥିବା ଦଳ ବଦଳ ନିରୋଧ ଆଇନ ରାଜ୍ୟପାଳଙ୍କ ସ୍ୱୀକୃତି ପରେ ବଳବତ୍ତର ଥିବାରୁ ଏହାକୁ ଆଧାର କରି କାଉନସିଲରଙ୍କ ସଭ୍ୟପଦ ରଦ୍ଦ କରିବା ପାଇଁ ଦଳ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇପାରେ। ଦଳବଦଳ ନିରୋଧ ଆଇନ ଅନୁସାରେ ୨ ତୃତୀୟାଶଂରୁ କମ ସଦସ୍ୟ ଯଦି ଦଳର ହୁଇପକୁ ନ ମାନନ୍ତି ତେବେ ସଭ୍ୟପଦ ରଦ୍ଦ ହେବ। କେନ୍ଦୁଝର ମ୍ୟୁନିସିପାଲିଟିରେ ବିଜେଡିର ୧୪ ଜଣ ସଦସ୍ୟ ଅଛନ୍ତି। ଏହାର ଦୁଇ  ତୃତୀୟାଶଂ ଅର୍ଥାତ ୯ରୁ ଅଧିକ। ତେଣୁ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ପରେ ଏ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ କହିଛନ୍ତି।

ଏପଟେ ଅନାସ୍ଥାପ୍ରସ୍ତାବ ବୈଠକରେ ଉପସ୍ଥିତ ଥିବା କାଉନସିଲରମାନେ କହିଛନ୍ତି, ସେମାନେ ୨୦୧୪ ଜାନୁୟାରୀ ୨୪ ତାରିଖରୁ ବିଜେଡିରୁ ଇସ୍ତଫ। ଦେଇସାରିଛନ୍ତି। ଦଳର ସୁପ୍ରିମୋଙ୍କୁ ସେମାନେ ଦେଇଥିବା ଇସ୍ତଫାପତ୍ରର ନକଲ ଦେଖାଇ ଥିଲେ। ସେମାନେ ଦଳରେ ନ ଥିବାରୁ ଦଳ ବଦଳ ଆଇନ ଲାଗୁ ହେବ ନାହିଁ ବୋଲି କହିଛନ୍ତି। ଅନ୍ୟପକ୍ଷେ ଏହି କାଉନସିଲରମାନଙ୍କ ଇସ୍ତଫାପତ୍ର ମିଳି ନ ଥିବା ଦଳ କକ୍ଷରୁ କୁହାଯାଇଛି। ଆଇନ ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ଦିଲୀପ ବେହେରା କହିଛନ୍ତି।

ସୂଚନାଯୋଗ୍ୟ, ଗତ ୨୮ ତାରିଖରେ ପୌରଅଧ୍ୟକ୍ଷାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଭୋଟରେ ତାଙ୍କ ବିରୋଧରେ ୧୫ ଜଣ କାଉନସିଲର ଭୋଟ ଦେଇଥିଲେ। ଏଥିରେ ୯ଜଣ ବିଜେଡି କାଉନସିଲର ଓ ୬ଜଣ ବିଜେପି କାଉନସିଲର ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story