ମହାପ୍ରଭୁଙ୍କୁ କଣ୍ଢେଇ ପରି ଭାବି ସ୍ପର୍ଶ କରିବା ନିନ୍ଦନୀୟ: ଗଜପତି

ପୁରୀ: କଟକଣା ସତ୍ତ୍ୱେ ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦୀର୍ଘ ୨ ଘଣ୍ଟା ଧରି ଭକ୍ତମାନେ ଛୁଇଁବାକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ମହାପ୍ରଭୁଙ୍କୁ କଣ୍ଢେଇ ଭାବି ସ୍ପର୍ଶ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି। ସେ କହିଛନ୍ତି, “କେବଳ ଅଧିକୃତ ସେବକମାନେ ଶ୍ରୀଜୀଉଙ୍କୁ ଛୁଇଁ ପାରିବେ। ଭକ୍ତମାନଙ୍କ ଛୁଇଁବା ସମ୍ପୂର୍ଣ୍ଣ ମନା। ଭକ୍ତମାନେ କେବଳ ଦର୍ଶନ କରିପାରିବେ। […]

puri-gajapati-dibyashing-deb

puri-gajapati-dibyashing-deb

Rakesh Mallick
  • Published: Wednesday, 22 June 2016
  • Updated: 22 June 2016, 05:12 PM IST

Sports

Latest News

jaga-ku-chuin-ba-prasangaପୁରୀ: କଟକଣା ସତ୍ତ୍ୱେ ଶ୍ରୀଜୀଉଙ୍କ ସ୍ନାନଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦୀର୍ଘ ୨ ଘଣ୍ଟା ଧରି ଭକ୍ତମାନେ ଛୁଇଁବାକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଘୋର ଅସନ୍ତୋଷ ପ୍ରକାଶ କରିଛନ୍ତି। ବାରମ୍ବାର ଏପରି ଘଟଣା ଘଟୁଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ମହାପ୍ରଭୁଙ୍କୁ କଣ୍ଢେଇ ଭାବି ସ୍ପର୍ଶ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କହିଛନ୍ତି।

ସେ କହିଛନ୍ତି, “କେବଳ ଅଧିକୃତ ସେବକମାନେ ଶ୍ରୀଜୀଉଙ୍କୁ ଛୁଇଁ ପାରିବେ। ଭକ୍ତମାନଙ୍କ ଛୁଇଁବା ସମ୍ପୂର୍ଣ୍ଣ ମନା। ଭକ୍ତମାନେ କେବଳ ଦର୍ଶନ କରିପାରିବେ। ଦେଢବର୍ଷ ଧରି ବହୁ ଶାସ୍ତ୍ର ଅଧ୍ୟୟନ ପରେ ଶ୍ରୀଜୀଉଙ୍କୁ ସ୍ପର୍ଶ କରିବାକୁ ମନା କରାଯାଇଛି। ଏ ନେଇ ଶଙ୍କରାଚାର୍ଯ୍ୟ ମଧ୍ୟ ତାଙ୍କ ନିଷ୍ପତ୍ତି ଶୁଣାଇ ସାରିଛନ୍ତି। ହାଇକୋର୍ଟ ମଧ୍ୟ ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ବି ଏହାକୁ ଠିକ ଭାବେ ପାଳନ କରା ନ ଯିବା ଅତ୍ୟନ୍ତ ନିନ୍ଦନୀୟ। ଚଳିତବର୍ଷ ସ୍ନାନଯାତ୍ରାରେ ଭକ୍ତମାନେ ଶ୍ରୀଜୀଉଙ୍କୁ ସ୍ପର୍ଶ ନ କରିବା ନେଇ ସମସ୍ତ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ନିଷ୍ପତ୍ତି ହୋଇଥିଲା। ପ୍ରଶାସନ ମଧ୍ୟ ଏହାକୁ ପାଳନ କରିବାକୁ ବ୍ୟବସ୍ଥା କରିଥିଲା। ହେଲେ ସେପରି କିଛି ହେଲାନାହିଁ।”

ସେ କହିଛନ୍ତି, “ସ୍କନ୍ଧ ପୁରଣ, ଗ୍ରହଧର ପୁରାଣ, ନୀଳାଦ୍ରୀ ମହୋଦୟ ଦେଖନ୍ତୁ ସବୁଥିରେ ଶ୍ରୀଜୀଉଙ୍କ ସ୍ପର୍ଶକୁ ବାରଣ କରାଯାଇଛି। ରେକର୍ଡ ଅଫ୍‌ ରାଇଟ୍ସରେ ବର୍ଣ୍ଣିତ ହୋଇଛି ଯେ ଯଦି କେହି ଭକ୍ତ ମହାପ୍ରଭୁଙ୍କୁ ସ୍ପର୍ଶ କରନ୍ତି ତେବେ ମହାପ୍ରଭୁଙ୍କର ମହାସ୍ନାନ ହେବ। ପହଣ୍ଡି ଓ ସ୍ନାନ ବେଳେ ମହାପ୍ରଭୁଙ୍କୁ ଛୁଇଁବା ନେଇ କିଛି ବର୍ଣ୍ଣିତ ହୋଇ ନ ଥିବାରୁ ବିବାଦ ଦେଖାଦେଇଥିଲା। ଆମେ ଶଙ୍କରାଚାର୍ଯ୍ୟଙ୍କ ନିକଟକୁ ଯାଇ ତାଙ୍କ ପରାମର୍ଶ ନେଇଥିଲୁ। ଶଙ୍କରାଚାର୍ଯ୍ୟ ମହାପ୍ରଭୁଙ୍କୁ ସ୍ପର୍ଶ କରିବାକୁ ବାରଣ କରିବା ସହ ନୀତିକାନ୍ତି ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ବି ମହାପ୍ରଭୁଙ୍କୁ କଣ୍ଢେଇ ବୋଲି ଭାବିବା ଅତ୍ୟନ୍ତ ନିନ୍ଦନୀୟ। କେବଳ ଶ୍ରୀମନ୍ଦିର ନୁହେଁ ସମଗ୍ର ଭାରତବର୍ଷରେ ଥିବା ସମସ୍ତ ମନ୍ଦିରରେ ହିନ୍ଦୁ ଦେବାଦେବୀଙ୍କୁ ସ୍ପର୍ଶ କରିବାକୁ ବାରଣ କରାଯାଇଛି।”

ଗଜପତି ମହାରାଜ କହିଛନ୍ତି, “ମୁଁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରିବି ସେମାନେ ଏ ନେଇ କଠୋର ନିଷ୍ପତ୍ତି ନିଅନ୍ତୁ ଓ ରଥଯାତ୍ରତ୍ରା ଓ ବାହୁଡା ଯାତ୍ରାରେ ଯେପରି ଏହାର ପୁନରାବୃତ୍ତି ନ ଘଟେ ତାହା ନିଶ୍ଚିତ କରନ୍ତୁ। ଏହାସହ ଦେବସ୍ନାନ ଯାତ୍ରାରେ ଯାହାର ଘଟିଲା ତାହାର ନିରପକ୍ଷ ତଦନ୍ତ କରାଯିବ।”

ନୀତି ନିୟମ ଅନୁସାରେ ମହାପ୍ରଭୁଙ୍କର ସ୍ନାନ ହୋଇପାରୁ ନ ଥିବାରୁ ଗଜପତି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, “ପୂଜାପଣ୍ଡାମାନେ ୩ ବାଡରେ ସ୍ନାନ, ଜଳ ଓ ପୂଜା କରନ୍ତି। ଜଳପୂଜା ଠିକ୍‌ ଭାବେ ହେଉଛି। ଯେମିତି ପୂଜାପଣ୍ଡାମାନେ ଜଳଲାଗି ପାଉଁ ଉଦ୍ୟତ ହେଉଛନ୍ତି ସେହି ସମୟରେ ଦୁଇ ପଟେ ଥିବା ଅନ୍ୟ ପୂଜାପଣ୍ଡାମାନେ ତାଙ୍କ ଆଡକୁ ମାଡି ଆସି ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି କରୁଛନ୍ତି। ବାରମ୍ବାର ଆଲୋଚନା ସତ୍ତ୍ୱେ କିଛି ଲାଭ ହେଉନାହିଁ। ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଏ ନେଇ ଗୁରୁତ୍ୱ ଦେବା ସହ ରାଜ୍ୟ ସରକାର ଉଚିତ ପଦକ୍ଷେପ ନେବା ଉଚିତ।”

ନୀତି ନିର୍ଘଣ୍ଟକୁ ନେଇ ସେ କହିଛନ୍ତି, “ଚଳିତବର୍ଷ ମହାପ୍ରଭୁଙ୍କ ନୀତି ୨ ଘଣ୍ଟା ବିଳମ୍ବ ହେଲା। ପୂର୍ବ ଦିନରେ ମଧ୍ୟ ନୀତି ବିଳମ୍ବ ହୋଇଥିଲା। ମହାପ୍ରଭୁଙ୍କ ନୀତିକାନ୍ତି ବ୍ୟାପକ ହୋଇଥିବାରୁ ଏହାକୁ ପରିଚାଳନା କରିବା କଷ୍ଟକର, ତେଣୁ ଡେରି ହୋଇଯାଏ। ଏହାସତ୍ତ୍ୱେ ନୀତି ନିର୍ଘଣ୍ଟରେ ଯେମିତି ବିଳମ୍ବ ନ ହୁଏ ସେଥିପାଇଁ ଆମେ ଚେଷ୍ଟା କରୁଛୁ।”

srijaganathସେ କହିଛନ୍ତି, “ନବକଳେବର ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହା ଥିଲା ପ୍ରଥମ ସ୍ନାନ ଯାତ୍ରା। ମହାପ୍ରଭୁଙ୍କ ସାହାଣମେଲା ଦର୍ଶନ ଶୃଙ୍ଖଳିତ ଭାବେ ହେଲା। ସ୍ନାନବେଦିର ଦକ୍ଷିଣ ପାହାଚରୁ ଭକ୍ତମାନେ ପ୍ରବେଶ କରି ଉତ୍ତର ପାହାଚରେ ପ୍ରସ୍ଥାନ କଲେ। ଅତି ସୁନ୍ଦର ଭାବେ ବ୍ୟାରିକେଡ ଦେଇ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କଲେ। ସାହାଣମେଲା ଦର୍ଶନ ଶେଷ ହେବା ପରେ ମହାପ୍ରଭୁ ପହଣ୍ଡି ବିଜେ ବେଳେ ପୁଣି ଥରେ ଭକ୍ତମାନେ ସ୍ନାନବେଦିକୁ ଦର୍ଶନ କରବା ଦେଖିବାକୁ ମିଳିଥିଲା। ୨୦୧୩ ନଭେମ୍ବରରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଦେଇଥିବା ସିଦ୍ଧାନ୍ତ ପରେ ଏଥିରେ କୌଣସି ବିବାଦ ବା ପ୍ରଶ୍ନ ଉଠିବା ଅନୁଚିତ। ଏ ନେଇ ଗତକାଲି ସେ ସ୍ପଷ୍ଟ କରିଛନ୍ତି। ଗର୍ଭଗୃହ ପରି ମହାପ୍ରଭୁଙ୍କୁ ପହଣ୍ଡି, ସ୍ନାନବେଦି କି ରଥ ଉପରେ ଥିବା ବେଳେ ଭକ୍ତମାନେ ସ୍ପର୍ଶ କରିପାରିବେ ନାହିଁ ବୋଲି ଗୁରୁଜୀ ତାଙ୍କ ମତ ଦେଇଛନ୍ତି। ୨୦୧୪ ଜୁନ୍‌ରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଶଙ୍କରାଚାର୍ଯ୍ୟଙ୍କ ସିଦ୍ଧାନ୍ତକୁ ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ ଓ ସମସ୍ତ ନିଯୋଗ ମାନିବାକୁ ନିର୍ଦ୍ଦେଶ ଦେଇଥିଲେ।”

ଶଙ୍କରାଚାର୍ଯ୍ୟଙ୍କ ନିଷ୍ପତ୍ତିକୁ ନେଇ କିଛି ବ୍ୟକ୍ତି ପ୍ରଶ୍ନ ଉଠାଉ ଥିବାରୁ ଗଜପତି ଏହାକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, “ସନାତନ ପରମ୍ପରା କୌଣସି ବ୍ୟକ୍ତି ଓ ଗୋଷ୍ଠୀଙ୍କ ନିଷ୍ପତ୍ତିରେ ସମ୍ପାଦିତ ହୁଏ ନାହିଁ। ଏହା ଧର୍ମ ଆଧାରରେ ପରିଚାଳିତ ହୋଇଥାଏ। ସନାତନ ଧର୍ମରେ ଯିଏ ଆଚାର୍ଯ୍ୟ ସିଏ ଗୁରୁ, ତେଣୁ ତାଙ୍କୁ (ଶଙ୍କରାଚାର୍ଯ୍ୟ)ଙ୍କୁ ସମାଲୋଚନା କରାଯିବା ନିନ୍ଦନୀୟ। ଧାର୍ମିକ କ୍ଷେତ୍ରରେ ଥରେ ଜଗତଗୁରୁ ଶଙ୍କରାଚାର୍ଯ୍ୟ ତାଙ୍କ ନିଷ୍ପତ୍ତି ଦେଇଦେଲେ ତାକୁ ଆମେ ସମସ୍ତେ ପାଳନ କରିବା ଉଚିତ। ତାଙ୍କ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ନ କରିବାକୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story