ମହେନ୍ଦ୍ର ସ୍ୱାଇଁ ହତ୍ୟା ମାମଲା: ମହିମା ମିଶ୍ରଙ୍କ ଘନିଷ୍ଠ ସହଯୋଗୀ ସୁଶାନ୍ତ ଗିରଫ

ପାରାଦୀପ: ସିୱେଜ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଆଜି ଓଏସ୍‌ଏଲ୍‌ ମୁଖ୍ୟ ମହିମା ମିଶ୍ରଙ୍କ ନାଁରେ କୁଜଙ୍ଗ ଜେଏମ୍‌ଏଫ୍‌ସି ଏନ୍‌ବିଡବ୍ଲ୍ୟୁ ଜାରି କରିଥିବା ବେଳେ ଦିଲ୍ଲୀରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଛି ପାରାଦୀପ ପୋଲିସ୍। ଜଗତସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜ ଏହି ସୂଚନା ଦେଇଛନ୍ତି। ଗିରଫ ବ୍ୟକ୍ତିଙ୍କ ନାଁ ସୁଶାନ୍ତ ସେଠୀ। ସେ ଓଏସ୍‌ଏଲର ଜଣେ କର୍ମଚାରୀ। ତାଙ୍କୁ ପାରାଦୀପ ପୋଲିସ୍ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଛି। ତାଙ୍କୁ ଟ୍ରାଞ୍ଜିଟ୍ […]

paradeep-1

paradeep-1

Rakesh Mallick
  • Published: Friday, 23 December 2016
  • Updated: 23 December 2016, 07:51 PM IST

Sports

Latest News

ପାରାଦୀପ: ସିୱେଜ ସିପିଂ କମ୍ପାନୀ ଜିଏମ୍ ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଆଜି ଓଏସ୍‌ଏଲ୍‌ ମୁଖ୍ୟ ମହିମା ମିଶ୍ରଙ୍କ ନାଁରେ କୁଜଙ୍ଗ ଜେଏମ୍‌ଏଫ୍‌ସି ଏନ୍‌ବିଡବ୍ଲ୍ୟୁ ଜାରି କରିଥିବା ବେଳେ ଦିଲ୍ଲୀରେ ତାଙ୍କର ଜଣେ ଘନିଷ୍ଠ ସହଯୋଗୀଙ୍କୁ ଗିରଫ କରିଛି ପାରାଦୀପ ପୋଲିସ୍। ଜଗତସିଂହପୁର ଏସ୍‌ପି ଜୟନାରାୟଣ ପଙ୍କଜ ଏହି ସୂଚନା ଦେଇଛନ୍ତି।

ଗିରଫ ବ୍ୟକ୍ତିଙ୍କ ନାଁ ସୁଶାନ୍ତ ସେଠୀ। ସେ ଓଏସ୍‌ଏଲର ଜଣେ କର୍ମଚାରୀ। ତାଙ୍କୁ ପାରାଦୀପ ପୋଲିସ୍ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରିଛି। ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଓଡ଼ିଶା ଅଣାଯାଉଛି। କୁଜଙ୍ଗ କୋର୍ଟରେ ହାଜର କରାଯିବା ପରେ ତାଙ୍କୁ ପୋଲିସ୍ ରିମାଣ୍ଡରେ ନେବ।

ଏହି ହତ୍ୟାକାଣ୍ଡ ମାମଲାରେ ପୋଲିସ୍ ଏଯାବତ କଂଗ୍ରେସ ନେତା ବାପି ସର୍ଖେଲଙ୍କ ସମେତ ୬ ଜଣଙ୍କୁ ଗିରଫ କରି ସାରିଛି। ମହିମା ମିଶ୍ରଙ୍କ ପତ୍ନୀଙ୍କୁ ପଚରାଉଚରା ମଧ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos