ଧିରକୁଟି ବସ୍ତି ହତ୍ୟା ମାମଲା: ମୁଖ୍ୟ ଅଭିଯୁକ୍ତ ପତ୍ନୀ ନିମାପଡାରୁ ଗିରଫ

ଭୁବନେଶ୍ୱର: ମଞ୍ଚେଶ୍ୱରର ଧିରକୁଟି ବସ୍ତିରେ ସ୍ୱାମୀ ଅଶୋକ ଦାସ ଓରଫ ଶ୍ୟାମସୁନ୍ଦର ଦାସଙ୍କୁ ମାରି ମାଟି ତଳେ ପୋତି ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପତ୍ନୀ ଦୀପାଞ୍ଜଳୀ ଦାସକୁ ଆଜି କମିଶନରେଟ୍‌ ପୋଲିସ ପୁରୀ ଜିଲ୍ଲା ନିମାପଡାରୁ ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ହତ୍ୟାକାଣ୍ଡ ହୋଇଥିବା ସ୍ଥଳକୁ ଆଣିଥିଲା କମିଶନ୍‌ରେଟ୍ ପୋଲିସ। ସେ ସେଠାରେ କିପରି ହତ୍ୟାକାଣ୍ଡ ଭିଆଇଥିଲା ସବୁ କଥା ସତ ସତ ଗଣମାଧ୍ୟମ ଆଗରେ କହି ପକାଇଥିଲେ। ଦୀପାଞ୍ଜଳୀ […]

dipanjali dash

dipanjali dash

Rakesh Mallick
  • Published: Sunday, 10 July 2016
  • Updated: 10 July 2016, 03:41 PM IST

Sports

Latest News

bbsr-hatyaଭୁବନେଶ୍ୱର: ମଞ୍ଚେଶ୍ୱରର ଧିରକୁଟି ବସ୍ତିରେ ସ୍ୱାମୀ ଅଶୋକ ଦାସ ଓରଫ ଶ୍ୟାମସୁନ୍ଦର ଦାସଙ୍କୁ ମାରି ମାଟି ତଳେ ପୋତି ଦେବା ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ତାଙ୍କ ପତ୍ନୀ ଦୀପାଞ୍ଜଳୀ ଦାସକୁ ଆଜି କମିଶନରେଟ୍‌ ପୋଲିସ ପୁରୀ ଜିଲ୍ଲା ନିମାପଡାରୁ ଗିରଫ କରିଛି। ଗିରଫ କରିବା ପରେ ତାଙ୍କୁ ହତ୍ୟାକାଣ୍ଡ ହୋଇଥିବା ସ୍ଥଳକୁ ଆଣିଥିଲା କମିଶନ୍‌ରେଟ୍ ପୋଲିସ। ସେ ସେଠାରେ କିପରି ହତ୍ୟାକାଣ୍ଡ ଭିଆଇଥିଲା ସବୁ କଥା ସତ ସତ ଗଣମାଧ୍ୟମ ଆଗରେ କହି ପକାଇଥିଲେ।

ଦୀପାଞ୍ଜଳୀ କହିଛନ୍ତି,“ମୋ ସ୍ୱାମୀ ସବୁବେଳେ ମଦ ପିଇ ଘରକୁ ଆସି ମତେ ମାରପିଟ କରନ୍ତି। ତେଣୁ ତାଙ୍କୁ ମୁଁ ୨୬ ତାରିଖ ଦିନ ୧୧ଟାରେ ଶାବଳରେ ପିଟି ମାରିଦେଲି। ସେଦିନ ସେ ମଦ ପିଇ ନିଶାରେ ଥିଲେ, ମତେ ମାରିବା ସହ ପୁଅକୁ ବି ମାରିଲେ। ସେ ଶୋଇଗଲା ପରେ ତାଙ୍କ ହାତଗୋଡକୁ ବାନ୍ଧି ଦେଲି। ଏହାପରେ ଶାବଳରେ ପିଟିକି ମାରି ଦେଲି। ମାରିବା ପରେ ଦିନ ୧୨ରୁ ଗାତ ଖୋଳିବା ଆରମ୍ଭ କରି ସନ୍ଧ୍ୟା ୫ଟାରେ ଶେଷ କଲି। ଖଟ ଉପରେ ନିଜେ ତାଙ୍କୁ ଗାମୁଛାରେ ଗୁଡେଇ ପୋତିବା ଭିତରେ ୭ଟା ବାଜି ଯାଇଥିଲା। ତା’ପରେ ଗାଧୁଆ ପାଧୁଆ କରି ପଡିଶା ଘରେ ରହିଥିଲି।”

ଅଶୋକଙ୍କୁ ମାରିବାରେ ତାଙ୍କୁ କେହି ସାହାଯ୍ୟ କରିଥିବା ପ୍ରଶ୍ନର ଉତ୍ତର ଦେଇ ଦୀପାଞ୍ଜଳୀ କହିଛନ୍ତି, “ମତେ କେହି ସାହାଯ୍ୟ କରି ନାହାନ୍ତି। ମୋ ସ୍ୱାମୀ ବାଲି ସିମେଣ୍ଟ ଟ୍ରକ୍‌ ଚଲାଉଥିଲେ। ଘରେ ଅଳ୍ପ ସିମେଣ୍ଟ ଥିଲା ତାକୁ ଗୋଳାଇ ଗାତରେ ପକାଇଥିଲି। ପୋତି ସାରିବା ପରେ କୁଆଡେ ଯାଇ ନ ଥିଲି। ଗାଧୁଆ ପାଧୁଆ କରି ସାରି ପଡିଶା ଘରକୁ ଯାଇ ପଡ଼ୋଶୀଙ୍କୁ ସେ ନ ଥିବା କହି ତାଙ୍କ ଘରେ ରହିଥିଲି।”

ସେ ଆହୁରି ମଧ୍ୟ କହିଛନ୍ତି, “ଅଶୋକ ମତେ ସବୁ ବେଳେ ମାନସିକ ଓ ଶାରୀରିକ ଆଘାତ ଦିଅନ୍ତି। ସବୁ ବେଳେ ମାରଧର କରନ୍ତି। ବାହାଘରର ମାତ୍ର ୩ ମାସ ଆମେ ଖୁସିରେ ରହିଛୁ। ବାହାଘରକୁ ୫ ବର୍ଷ ହେଲାଣି ମୁଁ ନିରନ୍ତର ଭାବେ ମାଡ ଖାଇଆସୁଥିଲି। ମତେ କେହି ବସ୍ତି ବାସିନ୍ଦା ସାହାଯ୍ୟ କରି ନ ଥିଲେ। ସମସ୍ତଙ୍କ ଗୋଡ ହାତ ତଳେ ପଡି ଗୁହାରି କରିଛି। ଆମେ ଯେଉଁଠି ଭଡା ନେଲେ ୮ରୁ ୧୦ ଦିନ ପରେ ଘରମାଲିକ ବାହାର କରି ଦିଅନ୍ତି। ବସ୍ତିବାସିନ୍ଦାଙ୍କୁ କହିଲେ ସେମାନେ କୁହନ୍ତି ଆମେ ତମ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ପଶିବୁ ନାହିଁ, ତମ କଥା ତମେ ବୁଝ। ଚାରିଆଡୁ ନିରାଶ ହେବା ପରେ ଓ ନିର୍ଯାତନା ଅସହ୍ୟ ହେବାରୁ ଶେଷରେ ତାଙ୍କୁ ହତ୍ୟା କରିବା ପାଇଁ ମାନସିକ ଭାବେ ପ୍ରସ୍ତୁତ ହୋଇଥିଲି।”

ପରକୀୟା ପ୍ରୀତି ନେଇ ସେ କହିଛନ୍ତି, “ମୋ ସ୍ୱାମୀ ମତେ ବହୁତ ଭଲ ପାଉଥିଲେ। ମୋ ଘରକୁ କୌଣସି ପୁରୁଷ ଆସନ୍ତି ନାହିଁ। ସେ ଭୋଟପଡା ଓ ରଙ୍ଗମାଟିଆ ପିଲାଙ୍କ ସହ ମିଶି ମଦ ପିଉଥିଲେ। ଦିନେ କାମକୁ ଗଲେ ୮ ଦିନ ଘରେ ରହି ସବୁ ଟଙ୍କା ମଦରେ ଉଡାଉଥିଲେ।”

ସେ ଆହୁରି ମଧ୍ୟ କହିଛନ୍ତି, “ପୂର୍ବରୁ ଆମେ ଯାହା ଘର ଭଡା ନେଇ ରହୁଥିଲୁ ସେ ଆସି ଏଠାରେ ଆମ ଘର ପୋଡି ଦେଇଥିଲେ। ଭିଏସ୍‌ଏସ୍ ନଗର ୨ ଜଣ ଲୋକ ଆସି ଲିଭାଇଥିଲେ।”

ଗତକାଲି ମଞ୍ଚେଶ୍ୱରର ଧିରକୁଟି ବସ୍ତିରେ ପୋତା ଯାଇଥିବା ଅବସ୍ଥାରେ ଅଶୋକଙ୍କ ମୃତଦେହ ତାଙ୍କ ଭଡାଘରୁ ପୋଲିସ ଉଦ୍ଧାର କରିଥିଲା। ଦୀପାଞ୍ଜଳୀ ତାଙ୍କୁ ହତ୍ୟା କରି ପୋତିବା ପରେ ଫେରାର ହୋଇଯାଇଥିବା ପୋଲିସରେ ଅଭିଯୋଗ ହୋଇଥିଲା।

ଅଶୋକ ଓରଫ ଶ୍ୟାମସୁନ୍ଦର ଦାସ ଓ ଦୀପାଞ୍ଜଳୀଙ୍କ ଘର କେନ୍ଦୁଝର ଜିଲ୍ଲା ନନ୍ଦିପଦା ଅଞ୍ଚଳର ସୋଲାନ ଗାଁରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos