ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ ରୋକିବାକୁ ରାଜ୍ୟ ସରକାର ପ୍ରତିକାର ବ୍ୟବସ୍ଥା କରିନାହାନ୍ତି: ବିଜେପି

ଭୁବନେଶ୍ୱର: ମାଲକାନଗିରିରେ ବ୍ୟାପିଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ର ଅନୁଧ୍ୟାନ କରିବାକୁ ରାଜ୍ୟ ବିଜେପି ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଯାଇଥିବା ୬ ଜଣିଆ ପ୍ରତିନିଧି ଦଳ ସରକାରଙ୍କୁ ଟାର୍ଗେଟ କରିଛି। ଜିଲ୍ଲାରେ ଏହି ରୋଗ ୪୦ ଶିଶୁଙ୍କ ଜୀବନ ନେଇ ସାରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକାର ବ୍ୟବସ୍ଥା କରାଯାଇ ନ ଥିବା ଦଳ ଅଭିଯୋଗ କରିଛି। ଦଳ ପକ୍ଷରୁ କୁହାଯାଇଛି,“ଚିକିତ୍ସା ପାଇଁ ସରକାର ଡାକ୍ତର ଯୋଗାଉ ନାହାନ୍ତି। ଜିଲ୍ଲାରେ ମାତ୍ର ଶିଶୁ ଡାକ୍ତର ଥିବା ବେଳେ […]

bjp

bjp

Rakesh Mallick
  • Published: Friday, 07 October 2016
  • Updated: 07 October 2016, 11:39 PM IST

Sports

Latest News

bjpଭୁବନେଶ୍ୱର: ମାଲକାନଗିରିରେ ବ୍ୟାପିଥିବା ଜାପାନିଜ୍‌ ଏନ୍‌ସେଫାଲାଇଟିସ୍‌ର ଅନୁଧ୍ୟାନ କରିବାକୁ ରାଜ୍ୟ ବିଜେପି ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ୱରେ ଯାଇଥିବା ୬ ଜଣିଆ ପ୍ରତିନିଧି ଦଳ ସରକାରଙ୍କୁ ଟାର୍ଗେଟ କରିଛି। ଜିଲ୍ଲାରେ ଏହି ରୋଗ ୪୦ ଶିଶୁଙ୍କ ଜୀବନ ନେଇ ସାରିଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତିକାର ବ୍ୟବସ୍ଥା କରାଯାଇ ନ ଥିବା ଦଳ ଅଭିଯୋଗ କରିଛି।

ଦଳ ପକ୍ଷରୁ କୁହାଯାଇଛି,“ଚିକିତ୍ସା ପାଇଁ ସରକାର ଡାକ୍ତର ଯୋଗାଉ ନାହାନ୍ତି। ଜିଲ୍ଲାରେ ମାତ୍ର ଶିଶୁ ଡାକ୍ତର ଥିବା ବେଳେ ଆକ୍ରାନ୍ତଙ୍କ ଚିକିତ୍ସା ଲାଗି ମାତ୍ର ୪ ଜଣ ଡାକ୍ତର ଆସିଛନ୍ତି। ମାଲକାନଗିରି ଗସ୍ତରେ ଆସିଥିବା ସ୍ୱାସ୍ଥ୍ୟମନ୍ତ୍ରୀ କାହିଁକି ଏସବୁ ବିଷୟରେ ଅନୁଧ୍ୟାନ କଲେ ନାହିଁ ?”

ବକ୍ସିପାତ୍ର କହିଛନ୍ତି,“କେନ୍ଦ୍ର ସରକାର ସମସ୍ତ ସାହାଯ୍ୟ ଓ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି। ହେଲେ ରାଜ୍ୟ ସରକାର କାହିଁକି ଏପର୍ଯ୍ୟନ୍ତ ସାହାଯ୍ୟ ନେଇ ନାହାନ୍ତି ? ଅଧିକାଂଶ ଶିଶୁଙ୍କ ମୃତ୍ୟୁ ମେଡିକାଲରେ ହୋଇଛି। ହସ୍ପିଟାଲରେ ବିଦ୍ୟୁତ୍‌ ନାହିଁ, ଜେନେରେଟରରେ ହସ୍ପିଟାଲ ଚାଲିଛି। ଏଥିରୁ ଜଣାପଡୁଛି ରାଜ୍ୟ ସରକାର ପିଲାଙ୍କ ଜୀବନକୁ ନେଇ କେତେ ତତ୍ପର।”

ସେ ଆହୁରି କହିଛନ୍ତି,“୨୦୧୧ରୁ ଜିଲ୍ଲାରେ ଏହି ରୋଗ ବ୍ୟାପିଛି। ଏହା ମଧ୍ୟରେ ୫ ବର୍ଷ ହୋଇଗଲା ଦିନେ ହେଲେ ରାଜ୍ୟ ସରକାର ପ୍ରତିଶେଧକ ପାଇଁ କେନ୍ଦ୍ରକୁ କହି ନାହାନ୍ତି। ଏହା ମହାମାରୀ ରୂପ ନେଇ ସାରିଲାଣି। ହେଲେ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଏହାର ତଦନ୍ତ କରିନାହାନ୍ତି।”

ବିଜେଡି ମୁଖପାତ୍ର ରନି ନାରାୟଣ ନନ୍ଦ କହିଛନ୍ତି,“କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଟିମ୍‌ ପଠାଇ ପାରିଲେ ନାହିଁ। ରାଜ୍ୟ ସରକାର ନିଜସ୍ୱ ସମ୍ବଳ ଓ ନିଜ ପାଖରେ ଥିବା ଡାକ୍ତରଙ୍କ ଦ୍ୱାରା ଏହାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ଡାକ୍ତର ଟିମ୍‌ ପଠା ଯାଇଛି, ଆଗକୁ ଅଧିକ ଟିମ୍‌ ପଠା ଯିବାର ବ୍ୟବସ୍ଥା କରାଯାଉଛି। ଏଭଳି ସମୟରେ ରାଜନୈତିକ ଉଦ୍ଦେଶ୍ୟ ରଖି କଥା ନ କହି କିପରି ଶିଶୁଙ୍କ ଜୀବନ ବଞ୍ଚିବ ସେଥିପାଇଁ ସହଯୋଗ କରିବା ଉଚିତ।”

ବକ୍ସିପାତ୍ରଙ୍କ ନେତୃତ୍ୱରେ ଯାଇଥିବା ଟିମ୍‌ରେ ବିଧାୟିକା ରାଧାରାଣୀ ପଣ୍ଡା, ପୂର୍ବତନ ମନ୍ତ୍ରୀ ପ୍ରଦୀପ ନାୟକ, କମଳା ପାଣ୍ଡେ, କାମରାଜ କୱାସି, ଶିବ ଶଙ୍କର ଉଲ୍ଲାକା ଏବଂ ରମେଶ ସାହୁ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story