ମାଖୁନୁ ବାଗ୍ ହତ୍ୟା ଘଟଣା: ଭେଡେନ ଥାନାର ତତ୍କାଳନୀ ଓଆଇସି ଗିରଫ, ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚିଲା

ସୋନପୁର: ମାଖୁନୁ ବାଗ୍ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଭେଡେନ ଥାନାର ତତ୍କାଳନୀ ଓଆଇସି ସୁଶୀଲ ନାୟକଙ୍କୁ ପୋଲିସ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ବରଗଡ଼ରୁ ଗିରଫ କରିଛି ସୋନପୁର ଜିଲ୍ଲା ଉଲୁଣ୍ଡା ପୋଲିସ୍। ଗିରଫ ପରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ସୁଶୀଲଙ୍କ ଗରଫଦାରୀ ସହିତ ଏହି ହତ୍ୟାକାଣ୍ଡ ମାମଲାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚି ଯାଇଛି। ଏମାନେ ସମସ୍ତେ ଭେଡେନ୍ ଥାନାର କର୍ମଚାରୀ। […]

shusheel nayak

shusheel nayak

Rakesh Mallick
  • Published: Monday, 02 November 2015
  • Updated: 02 November 2015, 04:39 AM IST

ସୋନପୁର: ମାଖୁନୁ ବାଗ୍ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଭେଡେନ ଥାନାର ତତ୍କାଳନୀ ଓଆଇସି ସୁଶୀଲ ନାୟକଙ୍କୁ ପୋଲିସ ଗିରଫ କରିଛି। ଗତକାଲି ବିଳମ୍ବିତ ରାତିରେ ତାଙ୍କୁ ବରଗଡ଼ରୁ ଗିରଫ କରିଛି ସୋନପୁର ଜିଲ୍ଲା ଉଲୁଣ୍ଡା ପୋଲିସ୍। ଗିରଫ ପରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ତାଙ୍କୁ ଆଜି କୋର୍ଟରେ ହାଜର କରାଯିବ। ସୁଶୀଲଙ୍କ ଗରଫଦାରୀ ସହିତ ଏହି ହତ୍ୟାକାଣ୍ଡ ମାମଲାରେ ଗିରଫଦାରୀ ସଂଖ୍ୟା ୫ରେ ପହଞ୍ଚି ଯାଇଛି। ଏମାନେ ସମସ୍ତେ ଭେଡେନ୍ ଥାନାର କର୍ମଚାରୀ। ଏହି ହତ୍ୟାକାଣ୍ଡ ଘଟଣାର ପ୍ରଥମ ଗିରଫଦାରୀ ହୋଇଥିଲା ଅକ୍ଟୋବର ୨୮ ତାରିଖରେ। ଭେଡେନ୍ ଥାନାର ଏସ୍ଆଇ ସୌମ୍ୟରଞ୍ଜନ ପାତ୍ର ଓ ଏଏସଆଇ ପୀତାମ୍ୱର ବେହେରାଙ୍କୁ ଗିରଫ କରାଯାଇଥିଲା। ତା’ପର ଦିନ ଅର୍ଥାତ ଅକ୍ଟୋବର ୨୯ ତାରିଖରେ ଅନ୍ୟତମ ଅଭିଯୁକ୍ତ ହୋମଗାର୍ଡ ପ୍ରମୋଦ ସାହୁଙ୍କୁ ଗିରଫ କରାଯାଇଥିଲା। ସେହିପରି ଅକ୍ଟୋବର ୩୦ ତାରିଖର ଆଉ ଜଣେ ହୋମଗାର୍ଡ ପ୍ରକାଶ ଦେହୁରୀଙ୍କୁ ଗିରଫ କରିଥିଲା ଉଲୁଣ୍ଡା ପୋଲିସ୍। ଏ ମାମଲାରେ ଆଉ ଦୁଇ ଜଣ ଏବେବି ଫେରାର ଅଛନ୍ତି।

ସୋନପୁର ଜିଲ୍ଲା ବୀରମହାରାଜପୁର ଏସଡିପିଓ ପ୍ରସନ୍ନ କୁମାର ବିଶ୍ୱାଳ କହିଛନ୍ତି ଯେ ମାଖୁନୁ ବାଗ ହତ୍ୟାକାଣ୍ଡ ଘଟଣାରେ ଭେଡେନ୍ ଥାନା ଓଆଇସି ସୁଶୀଲ ନାୟକଙ୍କୁ ଗତକାଲି ବରଗଡ଼ରୁ ଗିରଫ କରାଯାଇଥିଲା। ଗିରଫଦାରୀ ପରେ ତାଙ୍କ ବୟାନ ରେକର୍ଡ କରାଯାଇଛି। ଆଜି ତାଙ୍କୁ କୋର୍ଟରେ ହାଜର କରାଯିବ। ଏ ମାମଲାରେ ପୂର୍ବରୁ ଆଉ ୪ ଜଣଙ୍କୁ ଉଲୁଣ୍ଡା ପୋଲିସ୍ ଗିରଫ କରି ସାରିଛି। ଆଉ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚାଲିଛି।

ଏମାମଲାରେ ବରଗଡ଼ ଏସପି ୪ ଜଣଙ୍କୁ ଚାକିରିରୁ ନିଲମ୍ବିତ କରିଥିବା ବେଳେ ଏହାର ବିଚାର ବିଭାଗୀୟ ତଦନ୍ତ କରିବା ପାଇଁ ଜିଲ୍ଲା ଜଜଙ୍କୁ ଚିଠି ଲେଖିଛନ୍ତି। ନିଲମ୍ବନ ହୋଇଥିବା ୪ ଜଣ ପୋଲିସ୍ କର୍ମଚାରୀ ହେଲେ ଗିରଫ ଓଆଇସି ସୁଶୀଲ ନାୟକ,  ଏସଆଇ ସୌମ୍ୟରଞ୍ଜନ ପାତ୍ର, ଏଏସଆଇ ପୀତାମ୍ବର ବେହେରା ଓ ଏବେବି ଫେରାର ଥିବା କନଷ୍ଟେବଳ ଗୀତା ଭୋଇ।

ଅନ୍ୟପକ୍ଷରେ ୪ ମାସ ପରେ ମାଖୁନୁ ବାଗଙ୍କ ଦେହାବଶେଷର ଅନ୍ତିମ ସଂସ୍କାର ହୋଇଛି। ରବିବାର ଦେକୁଲବା ଗାଁରେ ମାଖୁନୁଙ୍କ ଦେହାବଶେଷ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କ ଦେହାବଶେଷକୁ ଗାଁ ଶ୍ମଶାନରେ ସଂସ୍କାର କରାଯାଇଥିଲା।

ସୂଚନାଯୋଗ୍ୟ, ଗତ ଜୁଲାଇ ୧୭ ତାରିଖରେ ଭେଡେନ ଥାନାଧିକାରୀ ଏକ ମାମଲାରେ ଜେରା କରିବା ପାଇଁ ଦେକୁଲବା ଗାଁର ମାଖୁନୁଙ୍କୁ ଥାନାକୁ ନେଇଥିଲେ । ତା’ପରଠୁ ମାଖୁନୁ ଆଉ ଘରକୁ ଫେରି ନ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକେ ମାଖୁନୁଙ୍କ ପତ୍ତା ପାଇ ନ ଥିଲେ। ଘଟଣାର ଦୁଇମାସ ପରେ ସେପ୍ଟେମ୍ୱର ୨୪ ତାରିଖରେ ସୋନପୁର ଜିଲ୍ଲା ମେଟାକାନି ଜଙ୍ଗଲରୁ ଏକ କଙ୍କାଳ ମିଳିଥିଲା। ଏହା ପରେ ମାଖୁନୁଙ୍କ ପୁଅ ବିଜୁ ଉଲୁଣ୍ଡା ଥାନାରେ ଏକ ମାମଲା ଦାୟର କରିଥିଲେ। ସେ ଅଭିଯୋଗ କରିଥିଲେ ତାଙ୍କ ବାପାଙ୍କୁ ଭେଡେନ ପୋଲିସ ହତ୍ୟା କରି ମେଟକାନି ଜଙ୍ଗଲରେ ଫୋପାଡି ଦେଇଛି। ଅଭିଯୋଗ ପାଇବା ପରେ ଉଲୁଣ୍ଡା ପୋଲିସ ତଦନ୍ତ ଆରମ୍ଭ କରିଥିଲା। କଙ୍କାଳର ଡିଏନଏ ପରୀକ୍ଷା କରାଯିବା ପରେ ତାହା ମାଖୁନୁଙ୍କ ବୋଲି ଜଣାପଡିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos