ମାଲକାନଗିରି: ଅଧାବାଟରେ ମୃତ ଶିଶୁକୁ ଛାଡ଼ି ଚାଲିଗଲା ଆମ୍ବୁଲାନ୍ସ

ମାଲକାନଗିରି: ଦାନ ମାଝି କାନ୍ଧରେ ଶବ ବୋହିବା ଘଟଣାର ୯ ଦିନ ପରେ ଆମ୍ବୁଲାନ୍ସ ସେବା ଯୋଗାଣକୁ ନେଇ ଦେଖିବାକୁ ମିଳିଛି ପୁଣି ଏକ ଅମାନବୀୟ ଘଟଣା। ଡାକ୍ତରଖାନା ନେବା ବାଟରେ ଏକ ଶିଶୁର ମୃତ୍ୟୁ ଘଟିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଅଧା ବାଟରୁ ପିଲାର ପରିବାର ବର୍ଗଙ୍କୁ ଓହ୍ଲାଇ ଦେଇ ଚାଲିଯାଇଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ। ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ଘୁଷପାଲୀ ଗାଁର ଦୀନବନ୍ଧୁ ଖେମୁଣ୍ଡା ତାଙ୍କ ୭ ବର୍ଷର ଝିଅ ବର୍ଷାକୁ […]

malkangiri

malkangiri

Rakesh Mallick
  • Published: Friday, 02 September 2016
  • Updated: 02 September 2016, 11:12 PM IST

Sports

Latest News

malkangiriମାଲକାନଗିରି: ଦାନ ମାଝି କାନ୍ଧରେ ଶବ ବୋହିବା ଘଟଣାର ୯ ଦିନ ପରେ ଆମ୍ବୁଲାନ୍ସ ସେବା ଯୋଗାଣକୁ ନେଇ ଦେଖିବାକୁ ମିଳିଛି ପୁଣି ଏକ ଅମାନବୀୟ ଘଟଣା। ଡାକ୍ତରଖାନା ନେବା ବାଟରେ ଏକ ଶିଶୁର ମୃତ୍ୟୁ ଘଟିବା ପରେ ଆମ୍ବୁଲାନ୍ସ ଡ୍ରାଇଭର ଅଧା ବାଟରୁ ପିଲାର ପରିବାର ବର୍ଗଙ୍କୁ ଓହ୍ଲାଇ ଦେଇ ଚାଲିଯାଇଛି। ଏପରି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲାରୁ।

ସୂଚନାଯୋଗ୍ୟ, ମାଲକାନଗିରି ଜିଲ୍ଲା ଘୁଷପାଲୀ ଗାଁର ଦୀନବନ୍ଧୁ ଖେମୁଣ୍ଡା ତାଙ୍କ ୭ ବର୍ଷର ଝିଅ ବର୍ଷାକୁ ଗତକାଲି ମାଥିଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତା’ର ସ୍ୱାସ୍ଥାବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିଲା। ମେଡିକାଲ ନେବା ବାଟରେ ପାଣ୍ଡିପାଣି ନିକଟରେ ତା’ର ମୃତ୍ୟୁ ଘଟିଥିଲା। ଏହାପରେ ଅମାନୁଷିକ ଭାବେ ଆମ୍ବୁଲାନ୍ସ ଡ୍ରାଇଭର ଶିଶୁର ପରିବାର ବର୍ଗଙ୍କୁ ଗାଡିରୁ ଓହ୍ଲାଇ ଯିବାକୁ କହିବା ସହ ଅଧା ରାସ୍ତାରୁ ଫେରି ଯାଇଥିଲା। ମୃତ ପିଲାକୁ କୋଳରେ ଧରି ତା’ର ବାପାମାଆ ଚାଲି ଚାଲି ଯାଉଥିବା ବେଳେ ନାୟକଗୁଡା ନିକଟରେ ଗ୍ରାମବାସୀ ସେମାନଙ୍କୁ ଅଟକାଇଥିଲେ। ସେମାନଙ୍କ ପାଖରୁ ସମସ୍ତ ଘଟଣା ଶୁଣିବା ପରେ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ଦୀନବନ୍ଧୁ କହିଛନ୍ତି, “ପିଲାର ଚିକିତ୍ସା ପାଇଁ ମାଥିଲି ମେଡିକାଲରେ ଗୋଟେ ରାତି ରହିଥିଲୁ। ଡାକ୍ତର ଆମକୁ ମାଲକାନଗିରି ଜିଲ୍ଲା ମେଡିକାଲକୁ ଯିବାକୁ କହିଥିଲେ। ୧୦୮ ଆମ୍ବୁଲାନ୍ସରେ ଆମେ ପିଲାକୁ ନେଉଥିଲୁ। ପାଣ୍ଡିପାଣି ନିକଟରେ ମୋ ପିଲା ମରିଗଲା। ମୃତଦେହକୁ ମେଡିକାଲ କିମ୍ବା ମୋ ଘରେ ଆମ୍ବୁଲାନ୍ସ ଡ୍ରାଇଭର ପହଞ୍ଚାଇବା କଥା। ହେଲେ ସେ ମୋତେ ସେହିଠାରେ ଓହ୍ଲାଇ ଦେଇଥିଲା। ପିଲାକୁ ନେଇ ପାଣ୍ଡିପାଣି ମେଡିକାଲରେ ଦେଖାଇଥିଲି। ଡାକ୍ତର ପିଲା ମରି ଯାଇଥିବା କହିଥିଲେ।”

ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କହିଛନ୍ତି, “ଡ୍ରାଇଭର ତାଙ୍କୁ ଅଧାବାଟରେ ଓହ୍ଲାଇ ଦେବା ସମ୍ପୂର୍ଣ୍ଣ ବେଆଇନ। ଆମ୍ବୁଲାନ୍ସ ଡ୍ରାଇଭର ବିରୋଧରେ ମାଥିଲି ଥାନାରେ ଅପରାଧିକ ମାମଲା ରୁଜୁ କରାଯାଇଛି। ସିଡିଏମ୍‌ଓଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଛି। ଆଉ ଏକ ଆମ୍ବୁଲାନ୍ସରେ ଆମେ ମୃତଦେହ ଘରକୁ ପଠାଇଛୁ। ଡ୍ରାଇଭରଙ୍କର ଏପରି କରିବାର ନ ଥିଲା। ସେ ମୃତଦେହକୁ ମେଡିକାଲରେ ପହଞ୍ଚାଇବା କଥା। ଏହା ଅତ୍ୟନ୍ତ ଦୁଃଖଦାୟକ।”

ଗତ ୨୪ ତାରିଖରେ ଭବାନୀପାଟଣା ଡାକ୍ତରଖାନାରେ ଦାନ ମାଝିଙ୍କ ସ୍ତ୍ରୀର ମୃତ୍ୟୁ ଘଟିଥିଲା। ମୃହଦେହ ଘରକୁ ନେବା ପାଇଁ ଦାନ ଏକ ଗାଡ଼ି ଯୋଗାଡ କରିଦେବାକୁ ନେହୁରା ହୋଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ ଶୁଣି ନ ଥିଲେ। ଅର୍ଥାଭାବରୁ ଶେଷରେ ଦାନ ପତ୍ନୀ ଆମାଙ୍ଗ ଦେଇଙ୍କ ଶବକୁ କାନ୍ଧରେ ବୋହି ୬୦ କି.ମି. ଦୂର ଥୁଆମୁଳ ରାମପୁର ବ୍ଲକ ନାକରୁଣ୍ଡି ପଞ୍ଚାୟତ ମେଲଘରା ଗାଁର ନିଜ ଘରକୁ ଆଣୁଥିଲେ। ସାଥିରେ ତାଙ୍କର ୧୨ ବର୍ଷର ଝିଅ ମଧ୍ୟ ଥିଲେ। ପ୍ରାୟ ୧୦ କି.ମି ସେ ପତ୍ନୀର ଶବ କାନ୍ଧରେ ଆଣିବା ପରେ ଏହି ହୃଦୟ ବିଦାରକ ଦୃଶ୍ୟ ଦେଖି ଶଗଡ଼ା ଗାଁ ନିକଟରେ କିଛି ଲୋକ ସେମାନଙ୍କୁ ଅଟକାଇଥିଲେ। ଖବର ପାଇ ସେଠାରେ ଓଟିଭିର ପ୍ରତିନିଧି ପହଞ୍ଚି ଏକ ସାମାଜିକ ସଂଗଠନ ସହ ଯୋଗାଯୋଗ କରିବା ପରେ ଉକ୍ତ ସଂଗଠନ ଶବ ନେବାକୁ ଆମ୍ବୁଲାନ୍ସ ବ୍ୟବସ୍ଥା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story