ବାପାମା’ଙ୍କ ଅନିଚ୍ଛା ସତ୍ତ୍ୱେ ଜାପାନୀ ଜ୍ୱରରେ ଆକ୍ରାନ୍ତ ଝିଅକୁ ମାଲକାନଗିରି ହସ୍ପିଟାଲରେ ଭର୍ତ୍ତି କରାଗଲା

ମାଲକାନଗିରି: ଏକ ଦମ୍ପତିଙ୍କ ଅନିଚ୍ଛା ସତ୍ତ୍ୱେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ସେମାନଙ୍କର ୮ ବର୍ଷର ଝିଅକୁ ମାଲକାନଗିରି ଜିଲ୍ଲାପାଳ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଦମ୍ପତି ହେଉଛନ୍ତି ମାଲକାନଗିରି ସଦର ବ୍ଲକ୍ ଅନ୍ତର୍ଗତ ଦାନିଗୁଡ଼ା ଗାଁର ସୁରେନ୍ଦ୍ର ପଡ଼ିଆମୀ ଓ ଶାନ୍ତି ପଡ଼ିଆମୀ। ଏମିତି ନୁହେଁ ଯେ ସେମାନେ ଏହି ଭୟାବହ ରୋଗରେ ଆକ୍ରାନ୍ତ ଝିଅର ଚିକିତ୍ସା କରିବାକୁ ଚାହୁଁ ନ ଥିଲେ। ସେମାନେ ଝିଅର ଚିକିତ୍ସା ଚାହୁଁଥିଲେ, କିନ୍ତୁ ମାଲକାନଗିରି ଜିଲ୍ଲା […]

japanese

japanese

Rakesh Mallick
  • Published: Friday, 04 November 2016
  • Updated: 04 November 2016, 10:58 AM IST

Sports

Latest News

japaneseମାଲକାନଗିରି: ଏକ ଦମ୍ପତିଙ୍କ ଅନିଚ୍ଛା ସତ୍ତ୍ୱେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ସେମାନଙ୍କର ୮ ବର୍ଷର ଝିଅକୁ ମାଲକାନଗିରି ଜିଲ୍ଲାପାଳ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଏହି ଦମ୍ପତି ହେଉଛନ୍ତି ମାଲକାନଗିରି ସଦର ବ୍ଲକ୍ ଅନ୍ତର୍ଗତ ଦାନିଗୁଡ଼ା ଗାଁର ସୁରେନ୍ଦ୍ର ପଡ଼ିଆମୀ ଓ ଶାନ୍ତି ପଡ଼ିଆମୀ। ଏମିତି ନୁହେଁ ଯେ ସେମାନେ ଏହି ଭୟାବହ ରୋଗରେ ଆକ୍ରାନ୍ତ ଝିଅର ଚିକିତ୍ସା କରିବାକୁ ଚାହୁଁ ନ ଥିଲେ। ସେମାନେ ଝିଅର ଚିକିତ୍ସା ଚାହୁଁଥିଲେ, କିନ୍ତୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୁହେଁ। କାରଣ ଏହି ଡାକ୍ତରଖାନା ଉପରୁ ସେମାନଙ୍କର ଭରସା ଉଠି ଯାଇଛି। ଏହି ହସ୍ପିଟାଲ୍‌ରେ ସେମାନଙ୍କର ଦୁଇ ଶିଶୁଙ୍କୁ ହରାଇ ସାରିଛନ୍ତି। ଏହି ଦୁଇ ଶିଶୁ ବି ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ହୋଇଥିଲେ। ତେଣୁ ଝିଅର ଚିକିତ୍ସା ସେମାନେ ବ୍ରହ୍ମପୁର ଅବା କଟକ ବଡ଼ ମେଡିକାଲରେ କରିବାକୁ ଚାହୁଁଥିଲେ। ସେଠାରେ ମୃତ୍ୟୁ ସୁନିଶ୍ଚିତ ବୋଲି ସେମାନଙ୍କ ମନରେ ବିଶ୍ୱାସ ଜମି ଯାଇଛି।

ତିନି ଦିନ ଧରି ଜ୍ୱର ହେବା ପରେ ସୁରେନ୍ଦ୍ର ଓ ଶାନ୍ତିଙ୍କର ଏକମାତ୍ର ଝିଅ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଆକ୍ରାନ୍ତ ଥିବା ରକ୍ତ ନମୂନା ପରୀକ୍ଷାରୁ ଜଣାପଡ଼ିଥିଲା। ଏ ଖବର ପାଇବା ପରେ ଗତକାଲି ବିଡିଓ ଓ ଏଡିଏମ୍‌ ଦାନିଗୁଡ଼ା ଯାଇ ଝିଅଟିକୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବାକୁ ସେମାନଙ୍କୁ କହିଥିଲେ। ତେବେ ସୁରେନ୍ଦ୍ର ଓ ଶାନ୍ତି ରାଜି ହୋଇନଥିଲେ। ଝିଅକୁ ବ୍ରହ୍ମପୁର ଅବା କଟକ ନେବାକୁ ସେମାନେ ଜିଦ୍ ଧରିଥିଲେ। ମାଲକାନଗିରି ଡାକ୍ତରଖାନାକୁ ଝିଅକୁ ପଠାଇଲେ ମୃତ୍ୟୁ ନିଶ୍ଚିତ ବୋଲି ସେମାନେ କହିଥିଲେ। ଶେଷରେ ରାତିରେ ନିଜେ ଜିଲ୍ଲାପାଳ ଆସି ଜୋର କରି ଝିଅଟିକୁ ମାଲକାନଗିରି ନେଇ ଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଝିଅ ସହିତ ମାଲକାନଗିରି ଯିବାକୁ ମନା କରି ଦେଇଥିଲେ ସୁରେନ୍ଦ୍ର ଓ ଶାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos