ମାଲକାନଗିରି ଏନକାଉଣ୍ଟର ପ୍ରତିବାଦରେ ୩ରେ ଓଡ଼ିଶା ସମେତ ୫ ରାଜ୍ୟରେ ମାଓବାଦୀଙ୍କ ବନ୍ଦ ଡାକରା

ମାଲକାନଗିରି: ମାଲକାନଗିରି ବିଚ୍ଛିନ୍ନାଞ୍ଚଳରେ ମାଓ ଏନକାଉଣ୍ଟର ପ୍ରତିବାଦରେ ଓଡ଼ିଶା ସମେତ ୫ଟି ରାଜ୍ୟରେ ଆସନ୍ତା ୩ ତାରିଖରେ ଦିନିକିଆ ବନ୍ଦ ଡାକରା ଦେଇଛନ୍ତି ମାଓବାଦୀ।ସିପିଆଇ ମାଓବାଦୀ ସେଣ୍ଟ୍ରେଲ କମିଟି ପକ୍ଷରୁ ଏନେଇ ପ୍ରେସ୍‌ ରିଲିଜ୍‌ ଦ୍ୱାରା ଏହି ସୂଚନା ଦିଆଯାଇଛି। ଓଡ଼ିଶା ସମେତ ଛତିଶଗଡ଼,ଆନ୍ଧ୍ର,ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ବନ୍ଦ ଡାକରା ଦିଆଯାଇଛି।

ଅକ୍ଟୋବର ୨୪ ତାରିଖରେ ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଏନ୍‌କାଉଣ୍ଟରରେ ୨୮ ଜଣ ମାଓବାଦୀ ନିହତ ହୋଇଥିଲେ। ଯେଉଁଥିରେ ବହୁ ଟପ୍‌ ମାଓ ନେତା ଥିଲେ।

୨୮ ତାରିଖରେ ମାଓବାଦୀଙ୍କ ଇଷ୍ଟ ଡିଭିଜନ୍ କମିଟି ସଂପାଦକ କୈଳାସ ଏକ ଅଡିଓ ଟେପ୍ ଜାରି କରି ଏନ୍‌କାଉଣ୍ଟର ପାଇଁ ସେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦାୟୀ କରିଥିଲେ।

ଆହୁରି ପଢ଼ନ୍ତୁ

କରୋନାରୁ ସୁସ୍ଥ ପରେ ବି ରହିଛି ବିପଦ, ସରକାର ଜାରି କଲେ ଆଡଭାଇଜରି

ବାଇଗଣ ଓ ବନ୍ଧାକୋବି ବୋଝେଇ ଟ୍ରକ୍‌ରୁ ମିଳିଲା ଗଞ୍ଜେଇ

କିଏ ଫିଙ୍ଗିଛି ମହାପ୍ରଭୁ କାଳିଆ ସାଆନ୍ତଙ୍କ ଅତିପ୍ରିୟ ଶୁଖିଲି ଭୋଗ ?

ଶବ ଶୋଭାଯାତ୍ରାରେ ସାମିଲ ହୋଇଥିଲେ,  ୫୦୦ ଜଣଙ୍କ ବିରୋଧରେ ମାମଲା

କାଲିଠାରୁ କାଉଣ୍ଟରରେ ରିଜର୍ଭେସନ ଟିକେଟ

ଆଉ ତିନିକୋଭିଡ-19 ପଜିଟିଭ ଚିହ୍ନଟ, ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ପୁରୁଣା ରେକର୍ଡ଼ ଭାଙ୍ଗିଲା ୧୯ ନିର୍ବାଚନ

ବୋହୂ ପାଇଁ ଥାନା ଭଙ୍ଗାରୁଜା : ବନ୍ଧା ହେଲେ ୫୨

ବାଘ ଚମଡ଼ା ଜବତ ଘଟଣାରେ ଆଉ ୩ ଗିରଫ

ପାରା ମେଡିକାଲ ଇନ୍‌ଷ୍ଟିଚ୍ୟୁଟ୍‌ର ମାଲିକଙ୍କ ନାମରେ ଅଶ୍ଳୀଳ ଆଚରଣ ଅଭିଯୋଗ

ମାଡ଼ ହେଲା ବାତ୍ୟା ‘ସୁପର୍‌ଟାଇଫୁନ୍‌: ୨.୪୫ ମିଲିୟନ୍ ଲୋକଙ୍କୁ ସ୍ଥାନାନ୍ତର

ପୃଥିବୀ ପାଖରେ ଆଉ ଏକ ଗ୍ରହରେ ମିଳିଲା ମହାସମୁଦ୍ରର ସନ୍ଧାନ