କେମିତି ଭାଙ୍ଗିଲା ଗୁରୁପ୍ରିୟା ସେତୁର ଗାର୍ଡର୍: ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳକୁ ଯିବ ୨ଜଣିଆ ଟିମ୍

ମାଲକାନଗିରି: କେମିତି ଓ କେଉଁ ପରିସ୍ଥିତିରେ ଖସିଲା ଗୁରୁପ୍ରିୟା ସେତୁର ଗାର୍ଡର୍।  ଏନେଇ ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳକୁ ଯିବ ୨ଜଣିଆ ଟିମ୍।  ଏଥିରେ ପୂର୍ତ୍ତ ବିଭାଗର ଚିଫ୍ ଇଂଜିନିୟର ମଧ୍ୟ ରହିବେ।  ସେମାନଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।  ଗତ ସୋମବାର ଅପରାହ୍ନରେ ୧୦ ଓ ୧୧ ନମ୍ବର ପାୟାର ଉପରେ ରଖାଯାଇଥିବା ୩ଟି ଗାର୍ଡର ଖସିପଡ଼ିଥିଲା। ଘଟଣା ପରେ ପୂର୍ତ୍ତ ସଚିବ କହିଥିଲେ, “ଏସବୁ ଗାର୍ଡର ଆଙ୍କରିଂ କରାଯିବା ପୂର୍ବରୁ ପବନରେ […]

11

11

Rakesh Mallick
  • Published: Thursday, 27 July 2017
  • Updated: 28 July 2017, 01:28 PM IST

ମାଲକାନଗିରି: କେମିତି ଓ କେଉଁ ପରିସ୍ଥିତିରେ ଖସିଲା ଗୁରୁପ୍ରିୟା ସେତୁର ଗାର୍ଡର୍।  ଏନେଇ ଅନୁଧ୍ୟାନ ପାଇଁ ଆଜି ଘଟଣାସ୍ଥଳକୁ ଯିବ ୨ଜଣିଆ ଟିମ୍।  ଏଥିରେ ପୂର୍ତ୍ତ ବିଭାଗର ଚିଫ୍ ଇଂଜିନିୟର ମଧ୍ୟ ରହିବେ।  ସେମାନଙ୍କ ରିପୋର୍ଟ ଆଧାରରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ।  ଗତ ସୋମବାର ଅପରାହ୍ନରେ ୧୦ ଓ ୧୧ ନମ୍ବର ପାୟାର ଉପରେ ରଖାଯାଇଥିବା ୩ଟି ଗାର୍ଡର ଖସିପଡ଼ିଥିଲା। ଘଟଣା ପରେ ପୂର୍ତ୍ତ ସଚିବ କହିଥିଲେ, “ଏସବୁ ଗାର୍ଡର ଆଙ୍କରିଂ କରାଯିବା ପୂର୍ବରୁ ପବନରେ ଖସି ପଡ଼ିଛି। ଏଥିଯୋଗୁଁ ସେତୁ ନିର୍ମାଣରେ ପ୍ରାୟ ୨ ମାସ ବିଳମ୍ବ ହେବ।”

ପୂର୍ବରୁ ମଧ୍ୟ ଏହି ନିର୍ମାଣାଧୀନ ସେତୁର ପାଇଲ୍ ବଙ୍କା ହୋଇଥିଲା। ଏବେ ସୁଦ୍ଧା ଏହାର ୧୩୬ଟି ପାଇଲ୍ କାମ ଶେଷ ହୋଇଛି। ୨୩ଟି ଯାକ ପାୟାର ନିର୍ମାଣ ସରିଥିବା ବେଳେ ୨୧ଟି ପାୟାର କ୍ୟାପ୍ ସରିଛି। ୪ଟି ସ୍ଥାନରେ କଂକ୍ରିଟ୍ ଗାର୍ଡର କାମ ବାକି ଅଛି। ସେହିପରି ଷ୍ଟିଲ୍  ଗାର୍ଡର କାମ ୧୨ରୁ ୧୭ ନମ୍ବର ମଧ୍ୟରେ ଚାଲିଛି। ଅନ୍ୟପକ୍ଷରେ ୨୧ଟି ସ୍ଳାବରୁ ମାତ୍ର ୯ଟି ଶେଷ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos