ମାଲକାନଗିରି: ମାଓବାଦୀଙ୍କ ଭୟରେ ଭିଟାମାଡ଼ି ଛାଡ଼ିଲେ ୭ଟି ପରିବାର

malkangiriମାଲକାନଗିରି: ମାଲକାନଗିରି ଜିଲ୍ଲାରେ ୭ଟି ପରିବାର ଲୋକ ମାଓବାଦୀଙ୍କ ଭୟରେ ଗାଁ ଛାଡିଛନ୍ତି। ମାଓବାଦୀଙ୍କ ନିର୍ଯାତନାରେ ଅତିଷ୍ଠ ହୋଇ ଜିଲ୍ଲାର କୁଡୁମୁଲୁଗୁମା ବ୍ଲକ ଅନ୍ତର୍ଗତ ସନ୍ୟାସୀଗୁଡ଼ା ଗାଁର ୭ଟି ପରିବାର ୩୩ ଜଣ ଲୋକ  ବ୍ଲକ ଅଫିସରେ ଆଶ୍ରୟ ନେଇଛନ୍ତି। ମାଓବାଦୀମାନେ ପରିବାର ଲୋକଙ୍କୁ ଡାକି ପିଟାପିଟି କରୁଛନ୍ତି। ଜୀବନ ପ୍ରତି ବିପଦ ଥିବାରୁ ସେମାନେ ଗାଁ ଛାଡ଼ିଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ବଚ୍ଛିନ୍ନାଞ୍ଚଳର ପ୍ରାୟ ୧୦୦ଟି ପରିବାର ମାଓବାଦୀଙ୍କ ଭୟରେ ନିଜ ଗାଁ ଛାଡିଛନ୍ତି।

ମାଲକାନଗିରି ଏସପି ମିତ୍ରଭାନୁ ମହାପାତ୍ର କହିଛନ୍ତି, “ଗତକାଲି ସନ୍ୟାସୀଗୁଡ଼ା ଗାଁର ୭ଟି ପରିବାରର ୩୩ ଜଣ ଲୋକ ମାଓବାଦୀଙ୍କ ଭୟରେ ଗାଁ ଛାଡ଼ିଛନ୍ତି। ଗତ ଏକବର୍ଷ ହେବ  ମାଓବାଦୀମାନେ ବଚ୍ଛିନ୍ନାଞ୍ଚଳରର ଲୋକମାନଙ୍କୁ ବିସ୍ଥାପିତ କରୁଛନ୍ତି। ବଚ୍ଛିନ୍ନାଞ୍ଚଳରରେ ମାଓ ସମର୍ଥନ  ହ୍ରାସ ପାଉଛି। ବିସ୍ଥାପିତ ଳୋକମାନଙ୍କ ପାଇଁ ଖାଦ୍ୟ,ପାନୀୟ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଥଇଥାନ ପାଇଁ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରାଯାଇଛି।”