ମାଲକାନଗିରିରେ ୨ ମାଓବାଦୀ ଓ ୬ ମିଲିସିଆଙ୍କ ଆତ୍ମସମର୍ପଣ

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ୨ ଜଣ କ୍ୟାଡର ମାଓବାଦୀ ଓ ୬ ଜଣ ମିଲିସିଆ ଆତ୍ମସମର୍ପଣ କରିଛନ୍ତି। ଦୁଇ କ୍ୟାଡର ମାଓବାଦୀ ଉଙ୍ଗା ମାଡ଼କାମୀ ଓ ଆଡ଼ମା କାର୍ତ୍ତାମୀଙ୍କ ନାଁରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ସେମାନେ ଗତ ୫ ବର୍ଷ ହେଲା କାଲିମେଳା ଦଲମ୍ ପାଇଁ କାମ କରି ଆସୁଥିଲେ। ମାଓବାଦୀମାନେ ସେମାନଙ୍କ ନୀତି ଆଦର୍ଶରୁ ବିଚ୍ୟୁତ ହୋଇ ସାଧାରଣ ଲୋକଙ୍କୁ ଅତ୍ୟାଚାର କରୁଥିବାରୁ ସେମାନେ ସଂଗଠନ ଛାଡ଼ିଛନ୍ତି […]

maoists

maoists

Rakesh Mallick
  • Published: Thursday, 09 June 2016
  • Updated: 09 June 2016, 02:00 PM IST

Sports

Latest News

ମାଲକାନଗିରି: ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆଜି ୨ ଜଣ କ୍ୟାଡର ମାଓବାଦୀ ଓ ୬ ଜଣ ମିଲିସିଆ ଆତ୍ମସମର୍ପଣ କରିଛନ୍ତି। ଦୁଇ କ୍ୟାଡର ମାଓବାଦୀ ଉଙ୍ଗା ମାଡ଼କାମୀ ଓ ଆଡ଼ମା କାର୍ତ୍ତାମୀଙ୍କ ନାଁରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା। ସେମାନେ ଗତ ୫ ବର୍ଷ ହେଲା କାଲିମେଳା ଦଲମ୍ ପାଇଁ କାମ କରି ଆସୁଥିଲେ। ମାଓବାଦୀମାନେ ସେମାନଙ୍କ ନୀତି ଆଦର୍ଶରୁ ବିଚ୍ୟୁତ ହୋଇ ସାଧାରଣ ଲୋକଙ୍କୁ ଅତ୍ୟାଚାର କରୁଥିବାରୁ ସେମାନେ ସଂଗଠନ ଛାଡ଼ିଛନ୍ତି ବୋଲି କହିଛନ୍ତି।

ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ଗୁରୁମୂର୍ତ୍ତି ମାଢ଼ୀ ହତ୍ୟାକାଣ୍ଡ, କେରିଆଗୁଡ଼ା ହତ୍ୟାକାଣ୍ଡ, ସିଲାକୋଟା ଡବଲ୍ ମର୍ଡର, କୁରୁବ ହତ୍ୟାକାଣ୍ଡ ଓ ନିଲିଗୁଡ଼ା ପଞ୍ଚାୟତ କୋଠା ବିସ୍ଫୋରଣ ଆଦି ହିଂସାକାଣ୍ଡ ଘଟଣାରେ ଜଡ଼ିତ ଥିଲେ ବୋଲି ପୋଲିସ୍ କହିଛି।

ଆତ୍ମସମର୍ପଣ କରିଥିବା ମାଓବାଦୀ ଓ ମିଲିସିଆ ମାନଙ୍କୁ ସରକାରଙ୍କ ନୀତି ନିୟମ ଅନୁଯାୟୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ମାଲକାନଗିରି ଏସ୍‌ପି ମିତ୍ରଭାନୁ ମହାପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos