ମାଲକାନଗିରି: ମାଥିଲିରେ ଜଣଙ୍କୁ ହତ୍ୟା, ମାଓବାଦୀଙ୍କ ହାତ ସନ୍ଦେହ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ତ୍ରିନାଥ ମାଢ଼ି। ତାଙ୍କୁ ମାଓବାଦୀମାନେ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ଭେଜାଗୁଡ଼ା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରର ପ୍ରତିବାଦରେ ମାଓବାଦୀମାନେ ଏହି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମାଓ ସଂଗଠନଗୁଡ଼ିକ ପକ୍ଷରୁ ଏନେଇ କୌଣସି ଦାବି କରାଯାଇ ନଥିଲା। […]

malkangiri

malkangiri

Rakesh Mallick
  • Published: Sunday, 20 September 2015
  • Updated: 20 September 2015, 08:38 AM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ସର୍ଗିଗୁଡ଼ା ଗାଁରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମୃତ ବ୍ୟକ୍ତିଙ୍କ ନାଁ ତ୍ରିନାଥ ମାଢ଼ି। ତାଙ୍କୁ ମାଓବାଦୀମାନେ ପୋଲିସ୍ ଇନଫର୍ମର ସନ୍ଦେହରେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ଗତକାଲି ଭେଜାଗୁଡ଼ା ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରର ପ୍ରତିବାଦରେ ମାଓବାଦୀମାନେ ଏହି କାଣ୍ଡ ଭିଆଇ ଥାଇପାରନ୍ତି ବୋଲି ସନ୍ଦେହ କରାଯାଉଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମାଓ ସଂଗଠନଗୁଡ଼ିକ ପକ୍ଷରୁ ଏନେଇ କୌଣସି ଦାବି କରାଯାଇ ନଥିଲା।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ କିଛି ଲୋକ ତାଙ୍କୁ ଘରୁ ଡାକି ନେଇଥିଲେ। ଆଜି ସକାଳେ ତାଙ୍କର ମୃତଦେହ ଗାଁ ନିକଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ତାଙ୍କ ତଣ୍ଟି କଟାଯାଇଛି। ତେଣୁ ତାଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ମୃତଦେହ ଆଖପାଖରେ କୌଣସି ମାଓ ପୋଷ୍ଟର ବା ଚିଠି ମିଳିନାହିଁ। ମାଲକାନଗିରି ଏସପି କହିଛନ୍ତି ଯେ ହତ୍ୟା ହୋଇଥିବା ନେଇ ସୂଚନା ଆସିଛି। ତେବେ ମାଓବାଦୀ ତାଙ୍କୁ ହତ୍ୟା କରିଛନ୍ତି ନା ନାହିଁ ତାହା ସ୍ପଷ୍ଟ ହୋଇନି। ଖବର ପାଇ ତଦନ୍ତ ପାଇଁ ଘଟଣାସ୍ଥଳକୁ ପୋଲିସ୍ ଟିମ୍ ଯାଇଛି।

ଗତକାଲି ଭେଜାଗୁଡ଼ା ଏନକାଉଣ୍ଟରେ ତିନି ଜଣ କ୍ୟାଡର ମାଓବାଦୀ ନିହତ ହୋଇଥିଲେ। ଏହି ତିନି ମାଓବାଦୀଙ୍କ ମଧ୍ୟରେ ଥିଲେ ସିପିଆଇ ମାଓବାଦୀ ଡିଭିଜିନାଲ୍ କମିଟି ସଦସ୍ୟ ସୁନାଧର। ତାଙ୍କ ନାଁରେ  ଓଡ଼ିଶା ଓ ଛତିଶଗଡ଼ ସରକାର ୧୩ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ତାଙ୍କ ନାଁରେ ଶତାଧିକ ସୁରକ୍ଷାକର୍ମୀଙ୍କୁ ହତ୍ୟା ଅଭିଯୋଗ ରହିଛି। ଅନ୍ୟ ଜଣେ ମାଓବାଦୀ ଲକ୍ଷ୍ମଣ କୁଞ୍ଚାମି ଉପରେ ମଧ୍ୟ ଓଡ଼ିଶା ଓ ଛତିଶଗଡ଼ ସରକାର ୯ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos