ମାଲକାନଗିରି ଡାକ୍ତରଖାନାରେ ୪ ଶିଶୁଙ୍କ ମୃତ୍ୟୁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଅଳାଗୁଡାର ଗାଁର ସନ୍ତୋଷ(୭), ଗଙ୍ଗଲାର ଯଶବନ୍ଦ ହନ୍ତାଳ(୨ମାସ), ଅରଙ୍ଗୀର  ବାବୁ(୮) ଓ ଏମ୍‌ଭି-୭୫ର ଗାଁର ଝିଲି(୭)। ସଙ୍କଟାପନ୍ନ ଅବସ୍ଥାରେ ବିଳମ୍ୱରେ ଡାକ୍ତରଖାନାକୁ ଆସିଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି। ଏହି ଶିଶୁମାନଙ୍କୁ ଥଣ୍ଡା ଜ୍ୱର ଓ କାଶ ହେଉଥିଲା। ପରିବାର ଲୋକେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି […]

malkangiri

malkangiri

Rakesh Mallick
  • Published: Saturday, 10 September 2016
  • Updated: 10 September 2016, 05:19 PM IST

Sports

Latest News

malkangiriମାଲକାନଗିରି: ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ଅଳାଗୁଡାର ଗାଁର ସନ୍ତୋଷ(୭), ଗଙ୍ଗଲାର ଯଶବନ୍ଦ ହନ୍ତାଳ(୨ମାସ), ଅରଙ୍ଗୀର  ବାବୁ(୮) ଓ ଏମ୍‌ଭି-୭୫ର ଗାଁର ଝିଲି(୭)। ସଙ୍କଟାପନ୍ନ ଅବସ୍ଥାରେ ବିଳମ୍ୱରେ ଡାକ୍ତରଖାନାକୁ ଆସିଥିବାରୁ ସେମାନଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି।

ଏହି ଶିଶୁମାନଙ୍କୁ ଥଣ୍ଡା ଜ୍ୱର ଓ କାଶ ହେଉଥିଲା। ପରିବାର ଲୋକେ ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ନ ଘଟିବାରୁ ଆଜି ସେମାନଙ୍କୁ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି। ମୃତଦେହ ଗୁଡ଼ିକୁ ଆମ୍ୱୁଲାନ୍ସରେ ସେମାନଙ୍କ ଘରକୁ ପଠାଇ ଦିଆଯାଇଛି।

ଏଡିଏମ୍‌ଓ ଶଶୀ ଭୂଷଣ ମହାପାତ୍ର କହିଛନ୍ତି, “୪ ଜଣ ଶିଶୁଙ୍କୁ ଗୁରୁତର ଅବସ୍ଥାରେ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ଚାଲିଥିବା ବେଳେ ସେମାନଙ୍କ ମୃତ୍ୟୁ ହୋଇଛି। ଅତ୍ୟଧିକ ଜ୍ୱର ଯୋଗୁଁ ଶିଶୁମାନଙ୍କ ମୃତ୍ୟୁ ହୋଇଛି। ଏବେବି ଅନେକ ଶିଶୁ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।”

ଗତ କିଛି ଦିନ ହେବ ମାଲକାନଗିରି ଜିଲ୍ଲାର ଦୁର୍ଗମ ଅଞ୍ଚଳରେ ଜ୍ୱର ବ୍ୟାପୁଛି। ପରିସ୍ଥିତିକୁ ମୁକାବିଲା କରିବା ପାଇଁ ପ୍ରଶାସନ ପ୍ରଭାବିତ ଅଞ୍ଚଳକୁ ଡାକ୍ତରୀ ଟିମ୍‌ ପଠାଇବା ସହିତ ରକ୍ତ ନମୁନା ସଂଗ୍ରହ କରୁଛି। ଜାନୁଆରୀରୁ ଏପର୍ଯ୍ୟନ୍ତ ପ୍ରାୟ ୧ ଲକ୍ଷ ୩୦ ହଜାର ରକ୍ତ ନମୁନାର ସଂଗ୍ରହ କରାଯାଇ ଯାଞ୍ଚ ପାଇଁ ପଠାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos