କେବେ ଆରମ୍ଭ ହେବ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ କାମ ?

ଜୟପୁର (ଓଡ଼ିଶା ରିପୋର୍ଟର): ମାଓ ଉପଦ୍ରୁତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ରେଳ ଗଡ଼ିବ। ଏହାଭିତରେ ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମାତ୍ର ଏପର୍ଯ୍ୟନ୍ତ ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ। ଏପରିକି କେଉଁ ରାସ୍ତା ଦେଇ ରେଳପଥ ଯିବ, ତା’ର ସର୍ଭେ ମଧ୍ୟ ହୋଇପାରି ନାହିଁ। କୋରାପୁଟ୍‌ ଓ ମାଲକାନଗିରି ହେଉଛି ମାଓପ୍ରବଣ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଦୁଇ ଜିଲ୍ଲାକୁ ରେଳ ନେଟ୍‌ୱାର୍କରେ ସଂଯୋଗ କରିବା […]

rail

rail

Rakesh Mallick
  • Published: Thursday, 28 September 2017
  • Updated: 28 September 2017, 03:14 PM IST

Sports

Latest News

ଜୟପୁର (ଓଡ଼ିଶା ରିପୋର୍ଟର): ମାଓ ଉପଦ୍ରୁତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାକୁ ରେଳ ଗଡ଼ିବ। ଏହାଭିତରେ ଜୟପୁର-ନବରଙ୍ଗପୁର ରେଳପଥ ପାଇଁ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ ହୋଇଯାଇଛି। ମାତ୍ର ଏପର୍ଯ୍ୟନ୍ତ ଜୟପୁର-ମାଲକାନଗିରି ରେଳପଥ ନିର୍ମାଣ କାମ ଆରମ୍ଭ ହୋଇପାରି ନାହିଁ। ଏପରିକି କେଉଁ ରାସ୍ତା ଦେଇ ରେଳପଥ ଯିବ, ତା’ର ସର୍ଭେ ମଧ୍ୟ ହୋଇପାରି ନାହିଁ।

କୋରାପୁଟ୍‌ ଓ ମାଲକାନଗିରି ହେଉଛି ମାଓପ୍ରବଣ ଏବଂ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା। ଏହି ଦୁଇ ଜିଲ୍ଲାକୁ ରେଳ ନେଟ୍‌ୱାର୍କରେ ସଂଯୋଗ କରିବା ପାଇଁ ୨୦୧୬ ମସିହାରେ ଘୋଷଣା କରାଯାଇଥିଲା। ଏହା ପରେ ଦୁଇ ଜିଲ୍ଲାବାସୀଙ୍କ ମନରେ  ଖୁସିର ଲହରି ଖେଳି ଯାଇଥିଲା। ପ୍ରାୟ ୨,୩୫୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରି ନାହିଁ। ରେଳ ପ୍ରକଳ୍ପ କାମ ଆରମ୍ଭ ହେବା ତ ଦୂରର କଥା ସର୍ଭେ ମଧ୍ୟ ହୋଇପାରି ନାହିଁ। କାରଣ ସରକାର ସର୍ଭେ ପାଇଁ ପ୍ରସ୍ତାବ ଦେଇଥିବା ଅର୍ଥ ରାଶିକୁ ନେଇ ଠିକାଦାର ନାଖୁସ୍। ଫାଇନାଲ୍ ଲୋକେସନ୍ ସର୍ଭେ ପାଇଁ ୨ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ ଥିବାବେଳେ ୧ କୋଟି ୩୬ ଲକ୍ଷ ଟଙ୍କାର ଟେଣ୍ଡର ଆହ୍ୱାନ କରାଯାଇଛି। ଫଳରେ ତିନି ତିନି ଥର ଟେଣ୍ଡର ଡକା ଯାଇଥିଲେ ମଧ୍ୟ କେହି ଠିକାଦାର ଟେଣ୍ଡର ନେବାକୁ ରାଜି ହେଉ ନାହାଁନ୍ତି। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି।

ଜୟପୁର ବାସିନ୍ଦା ଜଗଦୀଶ ପାଢ଼ୀ କହିଛନ୍ତି-“ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆନ୍ତରିକତା ଅଭାବରୁ ଜୟପୁର-ମାଲକାନଗିରି ରେଳପଥ ଏପର୍ଯ୍ୟନ୍ତ ଆରମ୍ଭ ହୋଇପାରୁ ନାହିଁ। ଏହି ପ୍ରକଳ୍ପ କାମ କରିବା ପାଇଁ ତିନି ଥର ଟେଣ୍ଡର ହୋଇ ସାରିଲାଣି। ମାତ୍ର କେହି ଠିକାଦାର ଟେଣ୍ଡର ନେବା ପାଇଁ ରାଜି ନୁହଁନ୍ତି।”

ଜୟପୁର-ମାଲକାନଗିରି ରେଳପ୍ରକଳ୍ପ ସେତେଟା ସହଜ ନୁହେଁ। ଗୋଟିଏ ପଟେ ଘଞ୍ଚ ଜଙ୍ଗଲ ଓ ଅନ୍ୟପଟରେ ମାଓବାଦୀଙ୍କ ଉପଦ୍ରବ। ସେଥିପାଇଁ ଏହି ଅଞ୍ଚଳରେ କାର୍ଯ୍ୟ କରିବାକୁ ଠିକାଦାରମାନେ ପଛଘୁଞ୍ଚା ଦେଉଛନ୍ତି। ଏହା ବାଦ ଟେଣ୍ଡର ଅର୍ଥ ରାଶି କମ୍ ହେଉଥିବାରୁ ଏହା ମଧ୍ୟ ଲାଭଜନକ ହେଉ ନାହିଁ। ତେଣୁ ଠିକ୍ ଦର ଓ ସୁରକ୍ଷା ମିଳିଲେ କାମ ଆରମ୍ଭ ହୋଇପାରିବେ ବୋଲି ଠିକାଦାର ମହାସଂଘ ସଭାପତି ପ୍ରଭାତ ଦାସ କହିଛନ୍ତି।

ଗତବର୍ଷ ଅକ୍ଟୋବର ୧୦ ତାରିଖରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ଚୁକ୍ତିନାମା ସ୍ୱାକ୍ଷର ହୋଇଥିଲା। ମାତ୍ର କେନ୍ଦ୍ର ସରକାର ଏହି ଚୁକ୍ତିନାମାକୁ ପରିବର୍ତ୍ତନ କରିବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ରେଲେୱେ ବୋର୍ଡ ସଦସ୍ୟ ତଥା ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ। ଖାସ୍ ଏଥିପାଇଁ ପ୍ରକଳ୍ପ କାର୍ଯ୍ୟ ବିଳମ୍ବିତ ହୋଇଛି ବୋଲି ସେ କହିଛନ୍ତି।

ଜୟପୁର-ମାଲକାନଗିରି ରେଳ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ମାଗଣାରେ ଜମି ଯୋଗାଇଦେବା ପାଇଁ ସ୍ଥିର ହୋଇଥିଲା। ଏଥିସହିତ ପ୍ରକଳ୍ପ ଖର୍ଚ୍ଚର ୭୫ ପ୍ରତିଶତ ରାଜ୍ୟ ସରକାର ବହନ କରିବାର ଥିବାବେଳେ ବାକି ୨୫ ପ୍ରତିଶତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବେ ବୋଲି ନିଷ୍ପତ୍ତି ହୋଇଥିଲା। ଏହି ନିଷ୍ପତ୍ତି କେବେ କାର୍ଯ୍ୟରେ ରୂପାନ୍ତରିତ ହେଉଛି, ସ୍ୱାଧୀନତାର ଆଉ କେତେବର୍ଷ ପରେ ମାଲକାନଗିରିରେ ରେଳବାଇର ପାଦ ପଡ଼ିବ, ଏବେ ତାକୁ ହିଁ ଅପେକ୍ଷା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story