ସପ୍ତଧାରା ଜଙ୍ଗଲରେ କଲରାପତରିଆ ବାଘ

ମାଲକାନଗିରି: ମାଲକାନଗିରି ସପ୍ତଧାରା ଜଙ୍ଗଲରେ କଲରାପତରିଆ ଅଛି। ସିସିଟିଭି ଫଟେଜରେ ବାଘର ଚିତ୍ର ଆସିବା ପରେ ଏହା ସ୍ପଷ୍ଟ ହୋଇଛି। ଅନ୍ୟପକ୍ଷରେ ବନ ବିଭାଗ ତତ୍ପରତା ପ୍ରକାଶ କରିଛି। କେଉଁ ଜଙ୍ଗଲରେ କେତୋଟି ବାଘ ରହିଛନ୍ତି ତା’ର ତଥ୍ୟ ସଂଗ୍ରହ କରାଯାଉଛି।

ବାଘ ଫଟୋ ପଦାକୁ ଅସିବା ପରେ ଜଙ୍ଗଲ ପାର୍ଶ୍ୱବର୍ତ୍ତି ଗାଁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି।