ମାଲକାନାଗିରି: ଦୁଇ ହୋମ୍‌ଗାର୍ଡ଼ଙ୍କ ସନ୍ଦେହଜନକ ମୃତ୍ୟୁ

ମାଲକାନଗିରି: ମାଲକାନାଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଫାଣ୍ଡିରେ କାର୍ଯ୍ୟରତ ଦୁଇ ହୋମ୍‌ଗାର୍ଡ଼ ବିଷ୍ଣୁ ମାଝି ଓ ରଘୁ ପୂଜାରୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଦେହଜନକ ଭାବେ ଆଜି ମୃତ୍ୟୁ ଘଟିଛି। ସେମାନେ ବିଷାକ୍ତ ମଦ ପିଇଥିବା ଅଭିଯୋଗ ହୋଇଛି। ଗତକାଲି ହୋମ୍‌ଗାର୍ଡ଼ ବିଷ୍ଣୁ ଓ ରଘୁ ଫାଣ୍ଡିକୁ ଡ୍ୟୁଟି କରିବାକୁ ଆସିଥିଲେ। ରାତିରେ ସେମାନଙ୍କ ପେଟ ଯନ୍ତ୍ରଣା ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି।  ଡାକ୍ତର ସପନ କୁମାର […]

malkagiri

malkagiri

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 02:51 PM IST

ମାଲକାନଗିରି: ମାଲକାନାଗିରି ଜିଲ୍ଲା ଗୋବିନ୍ଦପାଲ୍ଲୀ ଫାଣ୍ଡିରେ କାର୍ଯ୍ୟରତ ଦୁଇ ହୋମ୍‌ଗାର୍ଡ଼ ବିଷ୍ଣୁ ମାଝି ଓ ରଘୁ ପୂଜାରୀଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସନ୍ଦେହଜନକ ଭାବେ ଆଜି ମୃତ୍ୟୁ ଘଟିଛି। ସେମାନେ ବିଷାକ୍ତ ମଦ ପିଇଥିବା ଅଭିଯୋଗ ହୋଇଛି।

ଗତକାଲି ହୋମ୍‌ଗାର୍ଡ଼ ବିଷ୍ଣୁ ଓ ରଘୁ ଫାଣ୍ଡିକୁ ଡ୍ୟୁଟି କରିବାକୁ ଆସିଥିଲେ। ରାତିରେ ସେମାନଙ୍କ ପେଟ ଯନ୍ତ୍ରଣା ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ଘଟିଛି।

 ଡାକ୍ତର ସପନ କୁମାର ଦିଣ୍ଡା କହିଛନ୍ତି, “ଗତକାଲି  ଦିନ ୪ଟା ବେଳେ ଜଣେ ହୋମ୍‌ଗାର୍ଡ ଓ ବିଳମ୍ବିତ ରାତିରେ ଆଉ ଜଣେ ହୋମ୍‌ଗାର୍ଡ଼ ଡାକ୍ତରଖାନା ଆସିଥିଲେ। ସେମାନେ ଗୋଟିଏ ମଦ ବୋତଲ ଆଣି ପିଇଥିଲେ ବୋଲି ମୋତେ କହିଥିଲେ। ଆମର ମେଡିସିନ୍‌ ବିଭାଗର ଡାକ୍ତର ସେମାନଙ୍କୁ ଚିକିତ୍ସା କରୁଥିବା ବେଳେ ସେମାନଙ୍କ ମୃତ୍ୟୁ ଘଟିଛି। ସେମାନେ ବିଷାକ୍ତ ମଦ ପିଇଥିବା ସନ୍ଦେହ କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos