ମାଲକାନଗିରିର ବିଚ୍ଛିନ୍ନାଞ୍ଚଳରେ ପୁଣି ଗୁଳିବିନିମୟ; ୨ ମାଓବାଦୀ ନିହତ

ମାଲକାନଗିରି: ମାଲକାନଗିରିର ବିଛିନ୍ନାଞ୍ଚଳରେ ପୋଲିସ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି। ଆଜି ଚତୁର୍ଥ ଦିନରେ ପଣସପୁଟ ଜଙ୍ଗଲରେ ଗୁଳି ବିନିମୟରେ ଆଉ ୨ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ୨ଟି ବନ୍ଧୁକ ଜବତ କରାଯାଇଛି। ଏଥିସହିତ ବିଛିନ୍ନାଞ୍ଚଳରେ ଗତ ସୋମବାରଠାରୁ ପୋଲିସ୍‌ର କାର୍ଯ୍ୟାନୁଷ୍ଠାନରେ ୩୦ ଜଣଙ୍କ ମାଓବାଦୀଙ୍କ ମୃତ୍ୟୁ ଘଟିଛି।

ଗତ ସୋମବାର ଆନ୍ଧ୍ର ଓ ଓଡ଼ିଶା ପୋଲିସ୍‌ର ମିଳିତ ଅପରେସନ୍‌ରେ ଏଠାରେ ୨୮ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିଲା। ସେହିଦିନଠାରୁ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।