ୱାର୍ଡ ମେମ୍ବର ପ୍ରାର୍ଥୀଙ୍କୁ ମାଓବାଦୀଙ୍କ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ମାଥିଲି ଥାନା ବାରା ଗାଁର ୱାର୍ଡମେମ୍ବର ପ୍ରାର୍ଥୀ ଦଶ୍ରୁ ଧୁରୁଆଙ୍କୁ ମାଓବାଦୀମାନେ ହତ୍ୟା କରିଥିବା ସୂଚନା ଆସିଛି। ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ୨୦ ରୁ ୨୫ ଜଣ ମାଓବାଦୀ ବାର ଗାଁକୁ ଆସିଥିଲେ। ସେମାନେ ଦଶ୍ରୁଙ୍କୁ ଘରୁ ଡାକି ନେଇ ଗାଁ ମୁଣ୍ଡରେ ହତ୍ୟା କରିଥିଲେ।

ଚଳିତ ପଞ୍ଚାୟତ ନିର୍ବାଚନରେ ଭାଗ ନ ନେବାକୁ ମାଓବାଦୀମାନେ ପୂର୍ବରୁ ଧମକ ଦେଇଥିଲେ। ପ୍ରାର୍ଥୀ ହେଲେ ମୁଣ୍ଡକାଟ ଓ ଭୋଟ୍ ଦେଲେ ଆଙ୍ଗୁଠି କାଟି ଦିଆଯିବ ବୋଲି ମାଓବାଦୀ ଧମକ ଦେଇଥିଲେ। ସେଥିପାଇଁ ମାଓବାଦୀ ତାଙ୍କୁ ହତ୍ୟା କରି ଥାଇପାରନ୍ତି ବୋଲି ଅନୁମାନ କରାଯାଇଛି।