‘ମମତା’ ଯୋଜନା ପାଇଁ ନାହିଁ ମମତା: ୨.୩୩ ଲକ୍ଷ ହିତାଧିକାରୀ ପାଇ ନାହାନ୍ତି ଅର୍ଥ

ଭୁବନେଶ୍ୱର: ‘ମମତା ଯୋଜନା’ ପାଇଁ ରାଜ୍ୟ ସରକାରଙ୍କର ମମତା ନାହିଁ ବୋଲି ‘ଓଟିଭି’ ହାତରେ ଲାଗିଥିବା ଦସ୍ତାବିଜ୍‌ରୁ ପ୍ରମାଣିତ ହୋଇଛି। ମମତା ଯୋଜନାରେ ପ୍ରସୂତିଙ୍କୁ ୪ଟି କିସ୍ତିରେ ୫,୦୦୦ ଟଙ୍କା ଦିଆଯାଏ। ହିତାଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହୋଇଥାଏ। କିନ୍ତୁ ଜୁନ୍ ୨୬ ତାରିଖ ସୁଦ୍ଧା ଏହି ଯୋଜନାରେ ୨,୩୩,୯୦୦ ହିତାଧିକାରୀ ଟଙ୍କା ପାଇ ନାହାନ୍ତି। ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଯୋଗ୍ୟ ହିତାଧିକାରୀମାନେ ଏହି ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଉ ଏଥିରେ ସର୍ବାଗ୍ରେ […]

mamata

mamata

Rakesh Mallick
  • Published: Saturday, 30 July 2016
  • Updated: 30 July 2016, 07:48 PM IST

Sports

Latest News

mamataଭୁବନେଶ୍ୱର: ‘ମମତା ଯୋଜନା’ ପାଇଁ ରାଜ୍ୟ ସରକାରଙ୍କର ମମତା ନାହିଁ ବୋଲି ‘ଓଟିଭି’ ହାତରେ ଲାଗିଥିବା ଦସ୍ତାବିଜ୍‌ରୁ ପ୍ରମାଣିତ ହୋଇଛି।

ମମତା ଯୋଜନାରେ ପ୍ରସୂତିଙ୍କୁ ୪ଟି କିସ୍ତିରେ ୫,୦୦୦ ଟଙ୍କା ଦିଆଯାଏ। ହିତାଧାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଡିପୋଜିଟ୍ ହୋଇଥାଏ। କିନ୍ତୁ ଜୁନ୍ ୨୬ ତାରିଖ ସୁଦ୍ଧା ଏହି ଯୋଜନାରେ ୨,୩୩,୯୦୦ ହିତାଧିକାରୀ ଟଙ୍କା ପାଇ ନାହାନ୍ତି। ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଯୋଗ୍ୟ ହିତାଧିକାରୀମାନେ ଏହି ପ୍ରାପ୍ୟ ପାଇବାରୁ ବଞ୍ଚିତ ହୋଇଛନ୍ତି। ଆଉ ଏଥିରେ ସର୍ବାଗ୍ରେ ରହିଛି କଟକ ଜିଲ୍ଲା। ଏହି ଜିଲ୍ଲାର ୧୭,୭୭୫ ହିତାଧିକାରୀ ଏପର୍ଯ୍ୟନ୍ତ ଟଙ୍କା ପାଇ ନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲା ଗଞ୍ଜାମରେ ୧୬,୪୯୫ ଜଣ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇ ନ ଥିବା ବେଳେ କଳାହାଣ୍ଡିରେ ୧୫,୩୯୨, ବଲାଙ୍ଗୀରରେ ୧୪,୩୯୭, ଅନୁଗୋଳରେ ୧୨,୩୩୧, ଭଦ୍ରକରେ ୧୧,୫୬୫, ଖୋର୍ଦ୍ଧାରେ ୧୦,୮୦୩, ପୁରୀରେ ୧୧,୧୮୦ ଓ ରାୟଗଡ଼ାରେ ୧୦,୯୩୫ ହିତାଧିକାରୀ ଏହି ଯୋଜନାରୁ ମିଳିବାକୁ ଥିବା ଅର୍ଥ ପାଇ ନାହାନ୍ତି। ସେହିଭଳି ବାଲେଶ୍ୱରରେ ୪,୬୦୭ ଜଣ ହିତାଧିକାରୀ ସେମାନଙ୍କ ପ୍ରାପ୍ୟ ପାଇ ନ ଥିବା ବେଳେ ବରଗଡ଼ରେ ୯,୮୬୩, ବୌଦ୍ଧରେ ୩,୫୧୯, ଦେବଗଡ଼ରେ ୨,୪୮୭, ଢେଙ୍କାନାଳରେ ୩,୮୬୦, ଗଜପତିରେ ୫୬୩, ଜଗତସିଂହପୁରରେ ୩,୪୭୧, ଯାଜପୁରରେ ୮,୭୧୬, ଝାରସୁଗୁଡ଼ାରେ ୨,୪୬୬, କନ୍ଧମାଳରେ ୩,୧୨୬, କେନ୍ଦ୍ରାପଡ଼ାରେ ୬,୮୭୬, କେନ୍ଦୁଝରରେ ୪,୮୯୦, କୋରାପୁଟରେ ୬,୧୪୦, ମାଲକାନଗିରିରେ ୫,୯୭୮, ମୟୁରଭଞ୍ଜରେ ୯,୫୩୪, ନବରଙ୍ଗପୁରରେ ୮,୪୬୩, ନୟାଗଡ଼ରେ ୪,୯୧୦, ନୂଆପଡ଼ାରେ ୩,୩୭୯, ସମ୍ବଲପୁରରେ ୭,୩୪୨, ସୁବର୍ଣ୍ଣପୁରରେ ୩,୯୭୨ ଓ ସୁନ୍ଦରଗଡ଼ରେ ୭,୩୫୩ ଜଣ ଅର୍ଥ ପାଇ ନାହାନ୍ତି।

ଏବେ ଏଇ ଅର୍ଥ ହିତାଧିକାରୀମାନଙ୍କୁ ପ୍ରଦାନ କରିବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସମାଜ ମଙ୍ଗଳ ବୋର୍ଡ ନିର୍ଦ୍ଦେଶକ। ସ୍ପେଶାଲ ଡ୍ରାଇଭ୍ ଯୋଗେ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ପ୍ରାପ୍ୟ ଦେବା ପାଇଁ ସେ ଜିଲ୍ଲାପାଳମାନଙ୍କୁ କହିଛନ୍ତି।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ କହିଛି ଖୁବଶୀଘ୍ର ହିତାଧିକାରୀମାନଙ୍କୁ ଅର୍ଥ ପ୍ରଦାନ କରାଯିବ। ଏଣିକି ୪ଟି କିସ୍ତି ବଦଳରେ ୨ଟି କିସ୍ତିରେ ଅର୍ଥ ଦେବାକୁ ନିଷ୍ପତ୍ତି ହୋଇଛି।

ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଡେପୁଟି ସେକ୍ରେଟେରୀ ଧରଣୀଧର ନନ୍ଦ କହିଛନ୍ତି,“ ଏନେଇ ବିଭାଗୀୟ ସଚିବ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଏକ ବୈଠକ କରିଥିଲେ। ଅଗଷ୍ଟ ମାସ ସୁଦ୍ଧା ହିତାଧିକାରୀମାନଙ୍କୁ ଅର୍ଥ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଯିଏ ଏହି ଟାର୍ଗେଟ୍ ପୂରଣ କରିପାରିବେ ନାହିଁ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos