ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଗିରଫ

ଭବାନୀପାଟଣା: ଜଣେ ମହିଳାଙ୍କ ମୃତ୍ୟୁର ତିନି ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ୍। କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଡମଙ୍ଗିଝୋଲା ଗାଁରେ ଘଟିଛି ଏଭଳି ଘଟଣା। ମୃତ ମହିଳାଙ୍କ ନାଁ କନ ମାଝି। ପୋଲିସ୍‌ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୧ ତାରିଖରେ ଗାଁର ଲିଙ୍ଗା ମାଝି ମଦ ପିଇ ଘରକୁ ଆସିଥିଲେ। ଘରେ କୌଣସି କଥାକୁ ନେଇ ସ୍ତ୍ରୀ କନ ମାଝିଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। […]

nnh

nnh

Rakesh Mallick
  • Published: Friday, 27 October 2017
  • Updated: 27 October 2017, 01:15 PM IST

Sports

Latest News

ଭବାନୀପାଟଣା: ଜଣେ ମହିଳାଙ୍କ ମୃତ୍ୟୁର ତିନି ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ୍। କଳାହାଣ୍ଡି ଜିଲ୍ଲା ବିଜେପୁର ଥାନା ଡମଙ୍ଗିଝୋଲା ଗାଁରେ ଘଟିଛି ଏଭଳି ଘଟଣା। ମୃତ ମହିଳାଙ୍କ ନାଁ କନ ମାଝି। ପୋଲିସ୍‌ ତାଙ୍କ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଗତ ୨୧ ତାରିଖରେ ଗାଁର ଲିଙ୍ଗା ମାଝି ମଦ ପିଇ ଘରକୁ ଆସିଥିଲେ। ଘରେ କୌଣସି କଥାକୁ ନେଇ ସ୍ତ୍ରୀ କନ ମାଝିଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ଲିଙ୍ଗା ଉତକ୍ଷିପ୍ତ ହୋଇ କନଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପରେ ସେ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ଚିକିତ୍ସା ପରେ ଘରକୁ ନେଇ ଆସିଥିଲେ। ତେବେ ଗତ ମଙ୍ଗଳବାର ସ୍ତ୍ରୀ କନଙ୍କ ମୃତ୍ୟୁ ଘଟିଥିଲା। ଲିଙ୍ଗା ଭୟରେ ସ୍ତ୍ରୀଙ୍କ ମୃତ ଶରୀରକୁ ଘରେ ଲୁଚାଇ ରଖିଥିଲେ। ଏ ସମ୍ପର୍କରେ ଗ୍ରାମରକ୍ଷୀ ପୋଲିସକୁ ସୂଚନା ଦେଇଥିଲେ। ଏହା ପରେ  ପୋଲିସ୍ ମୃତଦେହକୁ ଜବତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos