ମହଙ୍ଗା ପଡ଼ିଲା ଯୁବତୀଙ୍କୁ ଅଶାଳୀନ ଇଙ୍ଗିତ: ନିର୍ଧୁମ୍‌ ଛେଚା ଖାଇଲେ

କଟକ: କାଳୀ ପୂଜା ଭସାଣୀ ବେଳେ ଯୁବତୀଙ୍କୁ ଅସଦାଚରଣ। ପରେ ବିଚ୍ ରାସ୍ତାରେ ନିର୍ଧୁମ୍‌ ଛେଚିଲେ ଯୁବକଙ୍କୁ। ଏହି ଘଟଣା ଦେଖିବାକୁ ମିଳିଛି କଟକ ବିଦ୍ୟାଧରପୁର ଅଞ୍ଚରେ। ଭସାଣ ବେଳେ ଯୁବକ ଜଣଙ୍କ ଯୁବତୀଙ୍କୁ ଅଶାଳୀନ ଇଙ୍ଗିତ କରିବା ସହ  ଟଣାଓଟରା କରିଥିବା ଅଭିଯୋଗ ହୋଇଛି। ଅସଦାଚରଣ ଶିକାର ଯୁବତୀ ଜଣଙ୍କ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ମାଡ଼ ମାରିଥିଲେ।  ଏନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଘଟଣା ପରେ ପୋଲିସ ପହଞ୍ଚି ଯୁବକଙ୍କୁ  ଥାନାକୁ ନେଇଥିଲା। ବୁଝମଣା ପରେ ସଂପୃକ୍ତ ଯୁବକଙ୍କୁ ନୋଟିସ ଦେଇ ପୋଲିସ ଛାଡ଼ି ଦେଇଥିବା ସୂଚନା ମିଳିଛି।