ନନ୍ଦନକାନନର ବାଘ ଏନ୍‌କ୍ଲୋଜରକୁ ଡେଇଁବାକୁ ଯୁବକଙ୍କ ଉଦ୍ୟମ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାଣୀ ଉଦ୍ୟାନର ବାଘ ଏନ୍‌କ୍ଲୋଜର ୩୧(A)କୁ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଯୁବକଙ୍କୁ ନନ୍ଦନକାନନ କର୍ମଚାରୀ ଉଦ୍ଧାର କରିଛନ୍ତି। ଯୁବକ ଜଣକ ହେଉଛନ୍ତି ପ୍ରକାଶ ପାଣି। ତାଙ୍କ ଘର ବାଲିକୁଦା ଅଞ୍ଚଳର ବୋଲି ଜଣାପଡ଼ିଛି। ତେବେ କେଉଁ କାରଣରୁ ଯୁବକ ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ, ତାହା ଜଣାପଡ଼ି ନାହିଁ।