ମହାନଦୀ ବିବାଦ: ସମ୍ୱଲପୁର ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ବିଜେଡିର ଧାରଣା

ସମ୍ୱଲପୁର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍‌ ନିର୍ମାଣକୁ ବିଜୁ ଜନତା ଦଳ ବିରୋଧ କରି ଆଜି ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀ ଓ ନେତାଙ୍କ ସମେତ ସାଂସଦ ନଗେନ୍ଦ୍ର ପ୍ରଧାନ ଧାରଣା ଦେଇଛନ୍ତି। ନଗେନ୍ଦ୍ର ପ୍ରଧାନ କହିଛନ୍ତି,“ଛତିଗଡ଼ର ବିଜେପି ସରକାର ଶିଳ୍ପାୟନ କରି ଚାଷୀ ମାରଣନୀତି ଅବଲମ୍ୱନ କରୁଛି। ଏ ଦିଗରେ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ସମ୍ମତି ରହିଛି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ମହାନଦୀର ପାଣିକୁ ଛତିଶଗଡ଼ ସରକାର ଶୁଷ୍କ କରିବାର ଯୋଜନା ରଖିଛନ୍ତି […]

sambulpur

sambulpur

Rakesh Mallick
  • Published: Monday, 25 July 2016
  • Updated: 25 July 2016, 03:19 PM IST

Sports

Latest News

sambulpurସମ୍ୱଲପୁର: ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ବ୍ୟାରେଜ୍‌ ନିର୍ମାଣକୁ ବିଜୁ ଜନତା ଦଳ ବିରୋଧ କରି ଆଜି ସମ୍ୱଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଦଳୀୟ କର୍ମୀ ଓ ନେତାଙ୍କ ସମେତ ସାଂସଦ ନଗେନ୍ଦ୍ର ପ୍ରଧାନ ଧାରଣା ଦେଇଛନ୍ତି।

ନଗେନ୍ଦ୍ର ପ୍ରଧାନ କହିଛନ୍ତି,“ଛତିଗଡ଼ର ବିଜେପି ସରକାର ଶିଳ୍ପାୟନ କରି ଚାଷୀ ମାରଣନୀତି ଅବଲମ୍ୱନ କରୁଛି। ଏ ଦିଗରେ କେନ୍ଦ୍ର ସରକାରଙ୍କ ସଂପୂର୍ଣ୍ଣ ସମ୍ମତି ରହିଛି। ଓଡ଼ିଶାର ଭାତହାଣ୍ଡି କୁହାଯାଉଥିବା ମହାନଦୀର ପାଣିକୁ ଛତିଶଗଡ଼ ସରକାର ଶୁଷ୍କ କରିବାର ଯୋଜନା ରଖିଛନ୍ତି । ଏହା ବିଜେପିର ଏକ ଷଡଯନ୍ତ୍ର।”

ସମ୍ୱଲପୁର ସାଂସଦଙ୍କ ପ୍ରତିକ୍ରିୟାର ଜବାବରେ ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି,“ ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିବାର ପକ୍ରିୟା ୨୦୦୦ ମସିହାରୁ ଆରମ୍ଭ ହୋଇଛି। ପାଖାପାଖି ୪୦ରୁ ୪୫ଟି ବ୍ୟାରେଜ୍ ନିର୍ମାଣ ସରିଲାଣି। ଆଜିକୁ ୧୭ ବର୍ଷ ହେଲା ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କାମ ଆରମ୍ଭ କଲେଣି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ବାବୁଙ୍କ ଦାୟିତ୍ୱରେ ଜଳ ସମ୍ପଦ ବିଭାଗ ଅଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ୨୦୦୦ ମସିହାରୁ ନଦୀବନ୍ଧ ବ୍ୟାରେଜ କାମ ଚାଲିଥିବା ସତ୍ତ୍ୱେ ଓଡ଼ିଶା ସରକାର ନିରବ ଦ୍ରଷ୍ଟା ହିସାବରେ ରହିଲେ। ୧୯୮୩ ମସିହାରେ ମଧ୍ୟପ୍ରଦେଶ ସରକାର ଓ ଓଡ଼ିଶା ସରକାର ଭିତରେ ଏକ ଚୁକ୍ତି ହୋଇଥିଲା । ମହାନଦୀ ଜଳକୁ କିଏ କେତେ ବଣ୍ଟନ କରିବେ। ଯୁଗ୍ମ ନିୟନ୍ତ୍ରଣ ବୋର୍ଡ ଗଠନ କରିବାର ପ୍ରସ୍ତବ ହେଲା। ମୋତେ ଲଗୁଛି ଓଡ଼ିଶା ପାଇଁ ଦୁର୍ଭାଗ୍ୟ ଯେଉଁମାନଙ୍କ ହାତରେ  ଲୋକମାନେ ରାଜ୍ୟର ବିକାଶ ପାଇଁ ଟ୍ରେଜେରୀର ଚାବି ଦେଇଥିଲେ ସେମାନେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଲେ। ଯେତେବେଳେ ନିର୍ମାଣ କାମ ସମାପ୍ତ ହେବା ଉପରେ ବସିଛି ସେ ସମୟରେ ଜିଲ୍ଲାପାଳଙ୍କ ଅଫିସ୍‌ ଆଗରେ ଆନ୍ଦୋଳନ କଲେ କ’ଣ ଜିଲ୍ଲାପାଳ ଏହି ସମସ୍ୟାର ସମାଧାନ କରିବେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos