ମହାନଦୀ ବିବାଦ: ଛତିଶଗଡ଼ ଯିବ ବିଜେଡିର ୧୨ ଜଣିଆ ଟିମ୍‌

ଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗକୁ ନେଇ ବିଜେଡି ଏକ ୧୨ ଜଣିଆ ଟିମ୍‌ ଗଠନ କରିଛି। ଆସନ୍ତା ୭ ଓ ୮ ତାରିଖରେ ଏହି ଟିମ୍‌ ଛତିଶଗଡ଼ ଗସ୍ତ କରି ମହାନଦୀ ଉପରେ ନିର୍ମାଣ ଚାଲିଥିବା ପ୍ରକଳ୍ପର ଅନୁଧ୍ୟାନ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଟିମ୍‌ ଘୋଷଣା କରାଯାଇଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଟିମ୍ ଯିବ। ଟିମ୍‌ରେ ବିଜେଡିର କିଛି ନେତା ଓ ବୈଷୟିକ ପରାମର୍ଶଦାତା ମଧ୍ୟ […]

bjd

bjd

Rakesh Mallick
  • Published: Friday, 05 August 2016
  • Updated: 05 August 2016, 03:10 PM IST

Sports

Latest News

prsanaଭୁବନେଶ୍ୱର: ମହାନଦୀ ଉପରମୁଣ୍ଡରେ ବ୍ୟାରେଜ ନିର୍ମାଣ ପ୍ରସଙ୍ଗକୁ ନେଇ ବିଜେଡି ଏକ ୧୨ ଜଣିଆ ଟିମ୍‌ ଗଠନ କରିଛି। ଆସନ୍ତା ୭ ଓ ୮ ତାରିଖରେ ଏହି ଟିମ୍‌ ଛତିଶଗଡ଼ ଗସ୍ତ କରି ମହାନଦୀ ଉପରେ ନିର୍ମାଣ ଚାଲିଥିବା ପ୍ରକଳ୍ପର ଅନୁଧ୍ୟାନ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଟିମ୍‌ ଘୋଷଣା କରାଯାଇଛି। ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଏହି ଟିମ୍ ଯିବ। ଟିମ୍‌ରେ ବିଜେଡିର କିଛି ନେତା ଓ ବୈଷୟିକ ପରାମର୍ଶଦାତା ମଧ୍ୟ ରହିଛନ୍ତି।

ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,“ମୋ’ ଅଧ୍ୟକ୍ଷତାରେ ୧୨ ଜଣିଆ ଟିମ୍ ଗଠନ ହୋଇଛି। ଏହି କମିଟିରେ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ, ପଶ୍ଚିମ ଓଡ଼ିଶାର ବରିଷ୍ଠ ନେତା ମଙ୍ଗଳା କିଷାନ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସଭାପତି  କିଶୋର ମହାନ୍ତି, ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା, ଯବୁ ବିଜେଡି ସଭାପତି ସଞ୍ଜୟ ଦାସବର୍ମା, ରେଢାଖୋଲ ବିଧାୟକ ରୋହିତ ପୂଜାରୀ, କୃଷକ ମୋର୍ଚ୍ଚାର ଆବାହକ ସୁଶାନ୍ତ ସିଂ, ବିଜେଡି ମୁଖପାତ୍ର ପ୍ରତାପ ଦେବ, ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଓ ସମ୍ୱଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ସଦସ୍ୟ ଅଛନ୍ତି।”

ସେ କହିଛନ୍ତି,“ହୀରାକୁଦ ବନ୍ଧ ସହ ଜଡ଼ିତ ଥିବା ପୂର୍ବତନ ଇଂଞ୍ଜିନିୟରଙ୍କୁ ପରାମର୍ଶଦାତା ଭାବେ ଏହି କମିଟିରେ ସାମିଲ କରିଛୁ। ଜଳ ସମ୍ପଦ ବିଭାଗର ପୂର୍ବତନ ଇଂଞ୍ଜିନିୟର ଚିଫ୍ ଶରତ ମହାନ୍ତି, ଶ୍ରୀଧର ବେହେରା ଓ ରମେଶ ଚନ୍ଦ୍ର ରଥ ରହିଛନ୍ତି। ଆବଶ୍ୟକ ପଡ଼ିଲେ ଏହି ବୈଷୟିକ ପରାମର୍ଶଦାତା ମଣ୍ଡଳୀରେ ଅନ୍ୟ ଇଂଞ୍ଜିନିୟରଙ୍କୁ ମଧ୍ୟ ନିଆଯିବ।”

ସେ କହିଛନ୍ତି,“ଅନୁଧ୍ୟାନ କରି ଫେରିବା ପରେ ଆବଶ୍ୟକ ସ୍ଥଳେ ବିଭିନ୍ନ ବିଶେଷଜ୍ଞ, ସିଭିଲ୍‌ ସୋସାଇଟି ମେମ୍ୱର, ବିଭିନ୍ନ ଦଳର ନେତୃମଣ୍ଡଳୀ ଓ କର୍ମକର୍ତ୍ତାଙ୍କ ସହିତ ଆଲୋଚନା କରିବୁ।  ଏକ ନିର୍ଯ୍ୟାସରେ ପହଞ୍ଚିଲା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos