ଘରୋଇ ଉପଚାରରେ ଦୂର କରନ୍ତୁ ଲିଭର୍‌ ସମସ୍ୟା

ଲିଭର୍‌ ଆମ ଶରୀରର ଏକ ପ୍ରମୁଖ ଅଂଶ। ଖାଦ୍ୟ ହଜମ କରିବା ଓ ଶରୀରରୁ ଅଦରକାର ପଦାର୍ଥ ବାହାର କରିବା ପାଇଁ ଲିଭର୍‌ ସୁସ୍ଥ ରହିବା ନିହାତି ଆବଶ୍ୟକ। ହେଲେ ଆଜିକାଲିର ଜୀବନଶୈଳୀ ଏମିତି ହୋଇଯାଇଛି ଯେ, ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସମୟ ହିଁ ମିଳୁନାହିଁ। ବିଶେଷ କରି ଅଧିକରୁ ଅଧିକ ଲୋକ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଖାଇବା ପିଇବାରେ ଅବହେଳାରୁ ଲିଭର୍‌ ସମସ୍ୟା ଦେଖା ଦେଇଥାଏ। ପେଟ ବ୍ୟଥା ହେବା ସହ ଏହା ଦୃର୍ବଳ […]

liver

liver

Rakesh Mallick
  • Published: Friday, 23 March 2018
  • Updated: 23 March 2018, 12:23 PM IST

Sports

Latest News

ଲିଭର୍‌ ଆମ ଶରୀରର ଏକ ପ୍ରମୁଖ ଅଂଶ। ଖାଦ୍ୟ ହଜମ କରିବା ଓ ଶରୀରରୁ ଅଦରକାର ପଦାର୍ଥ ବାହାର କରିବା ପାଇଁ ଲିଭର୍‌ ସୁସ୍ଥ ରହିବା ନିହାତି ଆବଶ୍ୟକ। ହେଲେ ଆଜିକାଲିର ଜୀବନଶୈଳୀ ଏମିତି ହୋଇଯାଇଛି ଯେ, ସ୍ୱାସ୍ଥ୍ୟର ଯତ୍ନ ନେବାକୁ ସମୟ ହିଁ ମିଳୁନାହିଁ। ବିଶେଷ କରି ଅଧିକରୁ ଅଧିକ ଲୋକ ପେଟ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଖାଇବା ପିଇବାରେ ଅବହେଳାରୁ ଲିଭର୍‌ ସମସ୍ୟା ଦେଖା ଦେଇଥାଏ। ପେଟ ବ୍ୟଥା ହେବା ସହ ଏହା ଦୃର୍ବଳ ହେବାକୁ ଲାଗିଥାଏ। ଠିକ୍‌ ସମୟରେ ଏହାର ଉପଚାର କରା ନଯାଏ ତେବେ ଲିଭର୍‌ କ୍ୟାନସର ହେବାର ସମ୍ଭାବନା ବଢ଼ି ଯାଇଥାଏ। ହେଲେ କିଛି ଘରୋଇ ଉପଚାର ଅଛି, ଯାହାକୁ ଆପଣାଇଲେ ଲିଭର୍‌ ସମସ୍ୟା କମ କରାଯାଇ ପାରିବ। ଏହାଦ୍ୱାରା ଦୃର୍ବଳ ହୋଇଯାଉଥିବା ଲିଭର୍‌ ମଧ୍ୟ ସୁସ୍ଥ ହୋଇଯିବ। ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ବିଷୟରେ।

appleଆପଲ ସାଇଡର ଭିନିଗାର: ଆପଲ ଭିନିଗାର ଲିଭର୍‌ ସମସ୍ୟା ଦୂର କରିବାକୁ ବହୁତ ସାହାଯ୍ୟ କରିଥାଏ। ଲିଭର୍‌ ଆଖପାଖରେ ଅଧିକ Fat ଜମା ହୋଇଯିବା ଯୋଗୁଁ Fatty liver ଓ ପେଟ ବ୍ୟଥା ପରି ସମସ୍ୟା ଦେଖା ଦେଇଥାଏ। ଆପଲ ସାଇଡେଡ ଭିନିଗାର ଲିଭର୍‌ ଆଖପାଖରେ ଜମିଥିବା ଏହି Fat କୁ ଦୂର କରିଥାଏ। ଏଥିପାଇଁ ଖାଇବାର ଅଧଘଣ୍ଟାଏ ପରେ ଏକ ଗ୍ଲାସ୍‌ ଗରମ ପାଣିରେ ଆପଲ୍‌ ଭିନିଗାର ଏକ ଚାମଚ ପକାଇ ପିଅନ୍ତୁ। ଯଦି ସମସ୍ୟା ଅଧିକ ଅଛି ତେବେ ଏପରି ଦିନକୁ ଦୁଇଥର ପିଅନ୍ତୁ।

jamunଜାମୁ: ଯେତେ ପ୍ରକାର ଲିଭର୍‌ ସମସ୍ୟା ରହିଛି, ଏହା ବ୍ଲାକବେରୀ (ଜାମୁ) ଦ୍ୱାରା ଭଲ ହୋଇପାରିବ। ଜାମୁ ଖାଇବା ଦ୍ୱାରା ଲିଭର୍‌ର ଶକ୍ତି ବଢ଼ିବ ଓ ଆପଣ ନିଜ କାମ ଠିକ୍‌ରେ କରିପାରିବେ। ଯଦି ପେଟ ବ୍ୟଥା ହେଉଛି ତେବେ ଜାମୁ ଗଛର ପତ୍ରକୁ ପେସି ଏହାର ରସକୁ ପାଣିରେ ମିଶାଇ ପିଅନ୍ତୁ। ମାତ୍ର ଦୁଇଥର ପିଇବା ପରେ ପେଟ ସମସ୍ୟା ଦୂର ହୋଇଯିବ।

mulethiମୁଲେଠି: ମୁଲେଠି ଏକ ପ୍ରକାର ଔଷଧୀୟ ଗଛ, ଯାହାର ମୂଳ ବହୁତ ମିଠା। ଏହାର ମୂଳରେ ବହୁତ ଔଷଧୀୟ ଗୁଣ ରହିଛି। ଏଥିପାଇଁ ଆୟୁର୍ବେଦରେ କାହିଁ କେଉଁ କାଳରୁ ଏହାର ବ୍ୟବହାର ହୋଇଆସୁଛି। ଲିଭର ସମସ୍ୟା ଥିଲେ ମୁଲେଠିର ମୂଳକୁ ସୁଖାଇ ଏହାକୁ ପେସି ପାଉଡର ବନାନ୍ତୁ। ଏହି ପାଉଡରରୁ ଏକ ଚାମଚ୍‌ ନେଇ ଏକ ଗ୍ଲାସ୍‌ ଗରମ ପାଣିରେ ମିଶାଇ ଫୁଟାନ୍ତୁ। ଯେତେବେଳେ ଏହା ଚାରି ଭାଗ ହୋଇଯିବ ତାକୁ ଓହ୍ଲାଇ ଦେଇ ପାଟିରେ ନେଇ ଗଳ ଗଳ କରି ପିଇ ଦିଅନ୍ତୁ। ଲିଭର୍‌ ସମସ୍ୟା ଦୂର ହୋଇଯିବ।

gajarଗାଜର ଓ ପାଳଙ୍ଗ ଜୁସ୍‌: ଗାଜର ଓ ପାଳଙ୍ଗ ଜୁସ୍‌ ମଧ୍ୟ ଲିଭର୍‌ ସମସ୍ୟା ଦୂର କରିପାରେ। ପାଳଙ୍ଗର କିଛି ପତ୍ର ନିଅନ୍ତୁ। ଗାଜରର ଚୋପା ଛଡାଇ ପାଳଙ୍ଗ ସହ ୧୫ ମିନିଟ ପର୍ଯ୍ୟନ୍ତ ପାଣିରେ ରଖନ୍ତୁ। ଏବେ ଏହାକୁ ଜୁସ୍‌ କରି ପିଅନ୍ତୁ। ଏହି ଜୁସ୍‌ରେ ଆପଣଙ୍କର ଥିବା ସବୁ ପେଟ ସମସ୍ୟା ଦୂର ହୋଇଯିବ। ଏହି ଜୁସ୍‌ ରକ୍ତରେ ହିମୋଗ୍ଲୋବିନ ସ୍ତର ବଢ଼ାଇବାରେ ସହାୟକ ହୋଇଥାଏ। ଏହାଦ୍ୱାରା ଏନିମିଆ ପରି ରୋଗ ମଧ୍ୟ ଦୂର ହୋଇଥାଏ। ଗାଜର ଜୁସ୍‌ ଆଖି ପାଇଁ ମଧ୍ୟ ବହୁ ଉପକାରୀ।

green-teaଗ୍ରୀନ ଟି: ଗ୍ରୀନ୍‌ ଟି ମଧ୍ୟ ଲିଭର୍‌ ସମସ୍ୟା ଦୂର କରିଥାଏ। ପେଟ ଦରଜ ଭଳି ସମସ୍ୟାରୁ ମୁକ୍ତି ପାଇଁ ଏହା ଉପକାରୀ। ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟସ୍‌ ଲିଭର୍‌ ସମସ୍ୟା ଦୂର କରିଥାଏ। ହେଲେ ମନେ ରଖିବେ ଏହାକୁ ଅଧିକ ନପିଇବା ପାଇଁ। ଏହାକୁ ଅଧିକ ପିଇବା ଦ୍ୱାରା ଗ୍ୟାସ୍‌ ସମସ୍ୟା ଦେଖାଦେଇ ପାରେ। ଦିନରେ ଦୁଇରୁ ତିନି ଥରେ ଗ୍ରୀନ୍‌ ଟି ସ୍ୱାସ୍ଥ୍ୟ ପାଇଁ ହିତକର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos