ମନୋଜ ନାୟକଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଏହାର ମାଲିକ ମନୋଜ ନାୟକଙ୍କୁ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-୨ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳିଛନ୍ତି। ୧ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ଏହା ସହିତ ଯେକୌଣସି ସମୟରେ ଡାକିଲେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ତଦନ୍ତରେ ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବାକୁ ମଧ୍ୟ କୋର୍ଟ […]

manoja

manoja

Rakesh Mallick
  • Published: Friday, 28 October 2016
  • Updated: 28 October 2016, 09:05 PM IST

Sports

Latest News

manojaଭୁବନେଶ୍ୱର: ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲ୍‌ରେ ଥିବା ଏହାର ମାଲିକ ମନୋଜ ନାୟକଙ୍କୁ ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍-୨ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ସେ ଜେଲରୁ ମୁକୁଳିଛନ୍ତି। ୧ ଲକ୍ଷ ଟଙ୍କା ଓ ଦୁଇ ଜାମିନଦାରଙ୍କ ବଦଳରେ ତାଙ୍କୁ ଜାମିନ ମିଳିଛି। ଏହା ସହିତ ଯେକୌଣସି ସମୟରେ ଡାକିଲେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ତଦନ୍ତରେ ତଦନ୍ତ ଅଧିକାରୀଙ୍କୁ ସହଯୋଗ କରିବାକୁ ମଧ୍ୟ କୋର୍ଟ ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମନୋଜଙ୍କ ସହିତ ସମ୍‌ ହସ୍ପିଟାଲ ଅଧୀକ୍ଷକ ପୁଷ୍ପରାଜ ସାମନ୍ତସିଂହାରଙ୍କୁ ମଧ୍ୟ କୋର୍ଟ ଜାମିନ ପ୍ରଦାନ କରିଥିଲେ। ସେ ମଧ୍ୟ ଜେଲରୁ ବାହାରିଛନ୍ତି।

ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ଗତକାଲି ମନୋଜଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ଗତ ୨୫ ତାରିଖରେ ପୋଲିସ୍ କେସ୍ ଡାଏରୀ ଦାଖଲ କରି ନ ଥିବାରୁ କୋର୍ଟ ତାଙ୍କ ଜାମିନ ଆବେଦନ ଶୁଣାଣିକୁ ଗତକାଲିକୁ ଘୁଞ୍ଚାଇ ଦେଇଥିଲେ।

ମନୋଜ ଜେଲରୁ ମୁକୁଳି ଥିଲେ ମଧ୍ୟ ତାଙ୍କ ଉପରୁ ବିପଦ ଟଳିନାହିଁ। ମନୋଜଙ୍କ ସମସ୍ୟା ବଢାଇ ଦେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ସୋଆ ୟୁନିଭର୍ସିଟିର ଆର୍ଥିକ କାରବାର ତଦନ୍ତ କରିବା ପାଇଁ ଇଡି ନିର୍ଦ୍ଦେଶନାମା ଜାରି କରିଛି। ୨୦୦୫ରୁ ୨୦୧୬ ଭିତରେ ସମସ୍ତ ଆର୍ଥିକ କାରବାରର ତଦନ୍ତ ହେବ। ଡାକ୍ତର, ଇଂଜିନିୟର ଓ ଅନ୍ୟ ଛାତ୍ରଛାତ୍ରୀଙ୍କ ନାମଲେଖା ଟଙ୍କା ନେଇ ମଧ୍ୟ ତଦନ୍ତ କରାଯିବ। ରୋଗୀ ପ୍ରଦାନ କରିଥିବା ଟଙ୍କା ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ।

କେବଳ ସମ୍‌ ହସ୍ପିଟାଲ ମାମଲା ନୁହେଁ, ପୂର୍ବରୁ ୨୦୦୦ ମସିହାରେ ସିଟି ବ୍ଲକିଂ ନେଇ ମଧ୍ୟ ମନୋଜଙ୍କ ନାଁରେ ଏକ ଠକେଇ ମାମଲା ରହିଛି।

ଅନ୍ୟପକ୍ଷରେ ମନୋଜଙ୍କ ପତ୍ନୀ ଶାଶ୍ୱତୀ ଦାସ ଏବଂ ଭଉଣୀ ଆରତୀ ନାୟକଙ୍କୁ ପଚରାଉଚରା ଲାଗି କମିଶନରେଟ୍‌ପୋଲିସ ସମନ ଜାରି କରିଛି। ୭ ଦିନ ମଧ୍ୟରେ ସେମାନଙ୍କୁ ହାଜର ହେବାକୁ କମିଶନରେଟ୍‌ପୋଲିସ ପକ୍ଷରୁ ସମନ ଜାରି କରାଯାଇଛି।

ଶାଶ୍ୱତୀ ଓ ଆରତୀ ନାୟକ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ଶାଶ୍ୱତୀ ଓ ଆରତୀ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟି ଅଛନ୍ତି। ପୂର୍ବରୁ ଶାଶ୍ୱତୀଙ୍କ ନାଁରେ କମିଶନରେଟ୍ ପୋଲିସ୍ ଲୁକ୍‌ଆଉଟ୍ ସର୍କୁଲାର ଜାରି କରିଥିଲା।

ସମ୍ ହସ୍ପିଟାଲ୍‌ଘଟଣାରେ ଖୋର୍ଦ୍ଧା ସିଡିଏମ୍‌ଓଙ୍କୁ କୈଫିୟତ ତଲବ କରିଛି ସ୍ୱାସ୍ଥ୍ୟ ବିଭାଗ। ସମ୍ ହସ୍ପିଟାଲ କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ୍ ଆଇନର ଉଲ୍ଲଂଘନ କରିଥିବା ସତ୍ତ୍ୱେ ସିଡିଏମ୍‌ଓ କିପରି ଏହାର ଲାଇସେନ୍ସ ନବୀକରଣ ପାଇଁ ଜିଲ୍ଲାପାଳଙ୍କୁ ସୁପାରିସ୍ କରିଥିଲେ, ସେନେଇ ସିଡିଏମ୍‌ଓଙ୍କୁ ଜବାବ ମଗାଯାଇଛି। ତାଗ୍ଦସହ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ ଦର୍ଶାଇ ନୋଟିସ୍ ଜାରି କରିଛି ସ୍ୱାସ୍ଥ୍ୟ ବିଭାଗ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos