ମାଓ ମୁକାବିଲା ଲାଗି ଆଉ ୨ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ଦାବି କରିବେ ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ମାଓବାଦୀଙ୍କ ମୁକାବିଲା ପାଇଁ ଆହୁରି ୨ ବାଟାଲିୟନ କେନ୍ଦ୍ରୀୟ ଫୋର୍ସ ଯୋଗାଇ ଦେବାକୁ କେନ୍ଦ୍ର ସରକାରଙ୍କୁ କୁହାଯିବ। ଆଜି ଭୁବନେଶ୍ୱରରେ ଅନୁଷ୍ଠିତ ୟୁନିଫାଏଡ କମାଣ୍ଡ ବୈଠକ ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ।

ମୁଖ୍ୟ ଶାସନ ସଚିବ ପାଢୀ କହିଛନ୍ତି, “ବୈଠକରେ ରାଜ୍ୟରେ ମାଓ କାର୍ଯ୍ୟକଳାପର ସମୀକ୍ଷା କରାଯିବା ସହ ରଣନୀତି ଓ ବିଭିନ୍ନ ଫୋର୍ସ ମଧ୍ୟରେ ସମନ୍ୱୟ ଉପରେ ଆଲୋଚନା ହୋଇଥିଲା।”

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଗୃହ ସଚିବ, ପୋଲିସ ଡିଜି ଓ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ବିଏସ୍‌ଏଫ୍‌, ସିଆରପିଏଫ୍‌ ଓ ଆଇବିର ଅଧିକାରୀମାନେ ଯୋଗ ଦେଇଥିଲେ।