ନାରାୟଣପାଟଣା: ବୋରିଗି ଗାଁର ରୋହିଣୀ ନାଚିକାଙ୍କୁ ଗଳାକାଟି ହତ୍ୟା କଲେ ମାଓବାଦୀ

ନାରାୟଣପାଟଣା: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ପୁଣି ମାଓବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି। ମାଓବାଦୀମାନେ ବୋରିଗି ଗାଁର ରୋହିଣୀ ନାଚିକା ନାମକ ଜଣେ ବ୍ୟକ୍ତିଙ୍କୁ ଗୁରୁବାର ରାତିରେ ଗଳାକାଟି ହତ୍ୟା କରିଛନ୍ତି। ଘରୁ ଡାକି ନେଇ ରୋହିଣୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି। ହତ୍ୟା ପରେ ମାଓବାଦୀମାନେ ମରଶରୀର ନିକଟରେ ତେଲୁଗୁ ଭାଷାରେ ଲେଖାଥିବା ଏକ ପୋଷ୍ଟର, ଟାଙ୍ଗିଆ ଓ ହତ୍ୟାରେ ବ୍ୟବହୃତ ଖୋକାକୁ ଛାଡ଼ି ଯାଇଛନ୍ତି। ସିପିଆଇ କୋରାପୁଟ ଶ୍ରୀକାକୁଲମ୍ ଡିଭିଜନ କମିଟି ଏହି ହତ୍ୟାକାଣ୍ଡ ଘଟାଇଥିବା ପୋଷ୍ଟରରୁ ଜଣାପଡ଼ିଛି।